• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ବଢ଼ିବାରେ ଲାଗିଛି ସନ୍ଦେହ । ପୋଲିସ୍ ତୁନିଶାଙ୍କ ସହ-ଅଭିନେତା ସେଜାନ୍ ଖାନଙ୍କୁ ଗିରଫ କରିଛି । ହେଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ କଣ ଥିଲା ? କେଉଁ କାରଣ ପାଇଁ ତୁନିଶା ଆତ୍ମହତ୍ୟା କଲେ ସେ କଥା ଏବେ ଯାଏଁ ଜଣାପଡ଼ିନି । ହେଲେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ସୁଟିଂ କରିଥିଲେ । ସୁଟିଂ ଓ ମେକଅପ୍ ବେଳର ଭିଡିଓ ବି ନିଜ ଇନଷ୍ଟ୍ରାଗ୍ରାମରେ ସେୟାର କରିଥିଲେ ।

ବେଶ୍ ଖୁସି ଓ ବିନ୍ଦାସ ଦେଖା ଯାଉଛନ୍ତି ତୁନିଶା । ହସ ଖୁସିରେ ନିଜ କାମ କରୁଥିବା ଅଭିନେତ୍ରୀ ଜଣକ କିପରି ଆତ୍ମହତ୍ୟା କଲେ ତାକୁ ନେଇ ଫ୍ୟାନ୍ ପ୍ରଶ୍ନ କରିଛନ୍ତି । ସେପଟେ ପୁରା ଘଟଣାକୁ ନେଇ ଏବେ ତଦନ୍ତ କରୁଛି ପୋଲିସ୍ । ଗତକାଲି ମହାରାଷ୍ଟ୍ର ପାଲଘରରେ ସୁଟିଂ ସେଟ୍ରେ ଭ୍ୟାନିଟି ଭ୍ୟାନ୍ ଭିତରୁ ମିଳିଥିଲା ତୁନିଶାଙ୍କ ମୃତଦେହ । ଏ ନେଇ ପରିବାର ଲୋକେ ସେଜାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ତୁନିଶା ଟିଭି ସିରିଏଲ ଅଲୀ ବାବା-ଦାସ୍ତା-ଇ-କବୁଲରେ ଅଭିନୟ କରୁଥିଲେ । ଆଉ ଗତକାଲି ସେ ସୁଟିଂ ପାଇଁ ଯାଇଥିବା ବେଳେ ସେଠାରେ ଜୀବନ ହାରିଛନ୍ତି । ନାଇଗାଓଁରେ ଆଜି ସିରିଏଲର ସୁଟିଂ ଚାଲିଥିବା ବେଳେ ସେ ସେଟର ମେକରୁମରେ ରହିଥିଲେ। କିନ୍ତୁ ସେଠାରେ ଥିବା ଫ୍ୟାନ ଦ୍ୱାରା ସେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ସୁଟିଂ ସେଟ୍‌ରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତୁନିଶା ଫିତୁର ଓ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର ଇ ପଞ୍ଜାବ ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ। ୨୦ ବର୍ଷୀୟ ତୁନିଶା ଶିଶୁ କଳା ଭାବେ ମଧ୍ୟ କାମ କରିଥିଲେ।