/odishatv-khabar/media/post_attachments/uploadimage/library/16_9/16_9_0/tara_1748524838.jpg)
tara
ବଲିଉଡ ଅଭିନେତ୍ରୀ ତାରା ସୁତାରିୟା। ଷ୍ଟୁଡେଣ୍ଟ ଅଫ ଦ ଇୟର-୨ ଜରିଆରେ ସିଲଭର ସ୍କ୍ରିନରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ଆଦର ଜୈନଙ୍କ ସହ ରିଲେସନସିପରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ ହୋଇଥିଲା। ବ୍ରେକ ଅପ ପରେ ଆଦର ବିବାହ କରିଥିବା ବେଳେ ତାରା ବର୍ତ୍ତମାନ ଆଉ ଜଣେ ଯୁବକଙ୍କ ସହ ନଜର ଆସିଛନ୍ତି।
ନିକଟରେ ତାରା ଏକ ହୋଟେଲରେ ଏହି ଯୁବକଙ୍କ ସହିତ ନଜର ଆସିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକ ଜଣଙ୍କ ହେଉଛନ୍ତି ବୀର ପାହାଡିୟା। ବୀର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି। ବୀର ଭେଡିୟା ଫିଲ୍ମରେ ଆସିଷ୍ଟାଣ୍ଟ ଡିରେକ୍ଟର ରହିଥିବା ବେଳେ ୨୦୨୫ର ଅକ୍ଷୟ କୁମାରଙ୍କ ଫିଲ୍ମ ସ୍କାଏ ଫୋର୍ସ ଜରିଆରେ ସେ ଡେବ୍ୟୁ କରିଥିଲେ।
ଅଧିକ ପଢ଼ନ୍ତୁ:ଆସିଲା 'ହାଉସଫୁଲ୍ ୫'ର ଟ୍ରେଲର୍; ହିରୋଇନଙ୍କ ସହ ଅକ୍ଷୟଙ୍କ ଡବଲ୍ ମିନିଙ୍ଗ ଜୋକ୍ସ
ନିକଟରେ ଉଭୟ ଏକ ରେଷ୍ଟୁରାଣ୍ଟରେ ଏକତ୍ର ଖାଉଥିଲେ। ଏହା ପରେ ତାରା ନିଜ ସାଙ୍ଗ ମାନଙ୍କ ସହିତ ପଳାଇଥିବା ବେଳେ ବୀର ପାପାରାଜିଙ୍କୁ ଫଟୋ ଦେଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଉଭୟ ଏକତ୍ର ଲାକମି ଫ୍ୟାସନ ୱିକରେ ରାମ୍ପରେ ଚାଲୁଥିବାର ନଜର ଆସିଥିଲେ। ବ୍ରେକ ଅପ ପରେ ତାରା ଓ ବୀରଙ୍କ ପ୍ରେମ କାହାଣୀ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ତାରା ଏବଂ ଆଦର ପ୍ରଥମେ ୨୦୧୮ ମସିହାରେ ଏକ ଦୀପାବଳି ପାର୍ଟିରେ ପରସ୍ପରକୁ ଭେଟିଥିଲେ। ସେମାନେ ପ୍ରାୟ ୪ ବର୍ଷ ଧରି ଏକାଠି ରହିବା ପରେ ୨୦୨୩ ଆରମ୍ଭରୁ ଉଭୟଙ୍କ ବ୍ରେକ ଅପ ହୋଇଥିଲା।
ଚଳିତ ବର୍ଷ ଆଦର ଜୈନ ବିବାହ କରିଥିବା ବେଳେ ତାରା ମଧ୍ୟ ନିଜ ରିଲେସନସିପକୁ ପବ୍ଲିକ କରିଛନ୍ତି। ତାରା ଶେଷ ଥର ପାଇଁ ୨୦୨୩ରେ ଅପୂର୍ବାରେ ନଜର ଆସିଥିଲେ। ଡିଜନୀ ହଟଷ୍ଟାରରେ ଏହା ରିଲିଜ ହୋଇଥିଲା। ୨୦୨୬ରେ ତାରାଙ୍କ ଅଭିନୀତ କନ୍ନଡ ଫିଲ୍ମ ଟକ୍ସିକ ପରଦାକୁ ଆସିବ ବୋଲି ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)