/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745582778.jpg)
Swara Bhaskar targeting bjp leader
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ତାତି ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛନ୍ତି ଏବଂ ଭାରତ ସରକାରଙ୍କଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ଅନେକ ବଲିଉଡ୍ ଷ୍ଟାର୍ ନିଜର ମତାମତ ମଧ୍ୟ ଦେଉଛନ୍ତି।
ଏହାରି ଭିତରେ, ସ୍ୱରା ଭାସ୍କର ମଧ୍ୟ ଏହି ପ୍ରସଙ୍ଗରେ ଲଗାତାର ଟ୍ୱିଟ୍ କରୁଛନ୍ତି। ତାଙ୍କର ଏକ ନୂଆ ଟ୍ୱିଟ୍ରେ, ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ପୋଷ୍ଟ ମାଧ୍ୟମରେ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଯାହା ପରେ ସେ ଟ୍ରୋଲରଙ୍କ ଟାର୍ଗେଟ୍କୁ ଆସିଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ପ୍ରବଳ ଟ୍ରୋଲ୍ କରୁଛନ୍ତି।
ତେବେ ପହଲଗାମରେ ଲୋକଙ୍କୁ ଧର୍ମ ପଚାରି ଗୁଳି କରିବା ଖବର ଉପରେ କ୍ରୋଧ ପ୍ରକାଶ କରି ବିଜେପି ନେତା ନିଶିକାନ୍ତ ଦୁବେ X ରେ ପୋଷ୍ଟ କରି ଲେଖିଥିଲେ- ମୁଁ ଆଜିକାଲି କଲ୍ମା ଶିଖୁଛି, ଜାଣିନାହିଁ କେବେ ଏହାର ଆବଶ୍ୟକତା ପଡ଼ିପାରେ।”
ବିଜେପି ସାଂସଦ କହିଲେ “ମୁଁ କଲ୍ମା ଶିଖୁଛି”; ସ୍ୱରା ଭାସ୍କର କଲେ ଏମିତି କଟାକ୍ଷଅଧିକ ପଢ଼ନ୍ତୁ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଂକଟରେ ଏହି ଫିଲ୍ମ; ବ୍ୟାନ୍ ପାଇଁ ଉଠୁଛି ଦାବି
ସ୍ୱରାଙ୍କ କଟାକ୍ଷ:
ଏହି ପୋଷ୍ଟରେ ବିଜେପିକୁ କଟାକ୍ଷ କରି ସ୍ୱରା ଭାସ୍କର ଲେଖିଛନ୍ତି, “ମୋତେ କୁହନ୍ତୁ, ୬୭ରୁ ଅଧିକ ବର୍ଷର କଂଗ୍ରେସ ସରକାରରେ ଏହା କରିବାକୁ ପଡି ନଥିଲା... ୨୦୧୪ର 'ପ୍ରକୃତ ସ୍ୱାଧୀନତା' ପରେ ଏ କ'ଣ ହେଇଗଲା ?”
ନିଶିକାନ୍ତଙ୍କ ପ୍ରତିଆକ୍ରମଣ:
ଅଭିନେତ୍ରୀଙ୍କ ଏହି ପୋଷ୍ଟ ଉପରେ ନିଶିକାନ୍ତ ଲେଖିଛନ୍ତି, “ଯେଉଁମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ମଧ୍ୟ ଜ୍ଞାନ ପ୍ରଦାନ କରୁଛନ୍ତି।” ଏକ୍ସ ୟୁଜର୍ମାନେ ମଧ୍ୟ ସ୍ୱରାଙ୍କୁ ସମାଲୋଚନା କରିଛନ୍ତି ଏବଂ ତାଙ୍କୁ ପ୍ରବଳ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।
ବିଜେପି ସାଂସଦ କହିଲେ “ମୁଁ କଲ୍ମା ଶିଖୁଛି”; ସ୍ୱରା ଭାସ୍କର କଲେ ଏମିତି କଟାକ୍ଷଲୋକଙ୍କ କ୍ରୋଧ:
ତାଙ୍କ ପୋଷ୍ଟରେ ଜଣେ ଲେଖିଛନ୍ତି- “କଲ୍ମା ପାଠ ଶିଖିବାର ମୂଳଦୁଆ କଂଗ୍ରେସ ସରକାର ୬୭ ବର୍ଷ ଧରି ସ୍ଥାପନ କରିଥିଲେ, ସେଥିପାଇଁ ଆମକୁ ଏହି ଦିନ ଦେଖିବାକୁ ପଡୁଛି।” ଆଉ ଜଣେ ଲେଖିଛନ୍ତି- “ଆପଣ ତ ଅଭ୍ୟାସ କରିଦେଇଥିବେ, ଆପଣ ପୂରାପୂରି ସୁରକ୍ଷିତ। ଆପଣ କାଶ୍ମୀର ବୁଲିବାକୁ ଯାଇପାରିବେ।” ଆଉ ଜଣେ ଲେଖିଛନ୍ତି – “ଆପଣଙ୍କ ପରି ଲୋକଙ୍କ ଉପରେ ଲଜ୍ଜା ଆସୁଛି, ଯେଉଁମାନେ ଏହି ପରିସ୍ଥିତିରେ ମଧ୍ୟ ରାଜନୀତି କରିବାକୁ ଭାବୁଛନ୍ତି।”
ପହଲଗାମ ଆକ୍ରମଣ ପରେ ସ୍ୱରାଙ୍କ ପୋଷ୍ଟ:
ପୂର୍ବରୁ ସ୍ୱରା ଭାସ୍କରପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ- “ପହଲଗାମରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ , ଏହା ଏକ ଦୁଃଖଦ ଏବଂ ହୃଦୟ ବିଦାରକ । ଏହି ଆକ୍ରମଣରେ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆସନ୍ତୁ ଆମେ ଏକାଠି ହୋଇ ସାହାଯ୍ୟ, ଉତ୍ତର ଏବଂ ନ୍ୟାୟ ଦାବି କରିବା ଏବଂ ନିର୍ଦ୍ଦୋଷ ଲୋକଙ୍କ ମୃତଦେହକୁ ନେଇ କୌଣସି ଚାଞ୍ଚଲ୍ୟକର ନାଟକ କରିବା ନାହିଁ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)