/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734857520.jpg)
Sunny deol ameesha patel gadar 3 villain name speculation
ଗତ ବର୍ଷ ବକ୍ସି ଅଫିସରେ ସନୀ ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ 'ଗଦର ୨' ଏକ ବଡ଼ ହିଟ୍ ହୋଇଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ୬୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ଏହା ପରେ 'ଗଦର ୩'କୁ ନେଇ ଖବର ତୀବ୍ର ହୋଇଥିଲା। ଏବେ ଅନିଲ ଶର୍ମା ତାଙ୍କ ବ୍ଲକ୍ବଷ୍ଟର ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି।
ଏହି ଚଳଚ୍ଚିତ୍ରରେ ସନୀ ଦେଓଲ, ଅମିଶା ପଟେଲ ଏବଂ ଅନିଲ ଶର୍ମାଙ୍କ ପୁଅ ଉତ୍କର୍ଷ ଶର୍ମା ଏବଂ ସିମରତ କୌର୍ଙ୍କ ନାଁ ନିଶ୍ଚିତ ହୋଇଛି, କିନ୍ତୁ 'ଗଦର ୩'ର ଭିଲେନଙ୍କ ସମ୍ପର୍କରେ ଦର୍ଶକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଦର୍ଶକମାନେ ଜାଣିବାକୁ ଆଗ୍ରହୀ ଅଛନ୍ତି ଯେ ଏଥର ପରଦାରେ ତାରା ସିଂହ କାହାକୁ ପିଟୁଥିବାର ନଜର ଆସିବେ।
ଅଧିକ ପଢ଼ନ୍ତୁ: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ
ଫିଲ୍ମ 'ବନବାସ୍'ରେ କାମ କରିଥିବା ନାନା ପାଟେକର ନିକଟରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ 'ଗଦର ୩' ର ଭିଲେନ୍ ବିଷୟରେ କଥା ହୋଇଛନ୍ତି।ଏହି ବରିଷ୍ଠ ଅଭିନେତା ଇଶାରା ଦେଇଛନ୍ତି ଯେ ତାଙ୍କୁ 'ଗଦର ୩'ରେ ଜଣେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ।
ପରିବର୍ତ୍ତନ ହେବ କାହାଣୀ:
ତେବେ ଅନିଲ ଶର୍ମାଙ୍କ ବ୍ଲକ୍ବଷ୍ଟର୍ ଫ୍ରାଞ୍ଚାଇଜ୍ରେ ଯୋଗଦେବାକୁ ନେଇ ନାନା ପାଟେକର କହିଛନ୍ତି ଯେ ତାଙ୍କୁ ଜଣେ ଭିଲେନ ଭୂମିକାରେ ଅଭିନୟ କରିବାକୁ ହେଲେ ଚଳଚ୍ଚିତ୍ର ନିର୍ମାତାଙ୍କୁ କାହାଣୀରେ ଅନେକ ପରିବର୍ତ୍ତନ କରିବାକୁ ପଡିବ।
ଅଧିକ ପଢ଼ନ୍ତୁ: ୨୦୨୪ରେ ଲୋକେ ସବୁଠାରୁ ଅଧିକ ଆପଣେଇ ଥିବା ୫ଟି ଘରୋଇ ଉପଚାର
୭୩ ବର୍ଷୀୟ ଭେଟେରାନ୍ ଅଭିନେତା କୁହନ୍ତି, “ଯଦି ମୋତେ ‘ଗଦର ୩’ ରେ ଜଣେ ଭିଲେନ୍ ଭୂମିକାରେ ଦେଖିବାକୁ ମିଳେ, ତେବେ ସନୀ ଦେଓଲ୍ ଆକ୍ସନ୍ ସିନ୍ରେ ମୋତେ ପିଟିବାର କୌଣସି ଅର୍ଥ ନାହିଁ। ଫିଲ୍ମର ଚରିତ୍ରମାନଙ୍କୁ ବିଭିନ୍ନ ଉପାୟରେ କାହାଣୀକୁ ଆଗକୁ ନେବାକୁ ପଡ଼ିବ।”
ନାନା କହିଛନ୍ତି ଯେ ପରେ ଏହାର ସବିଶେଷ ତଥ୍ୟ ବିଷୟରେ ସେ ଆଲୋଚନା କରିବେ। ନାନା ପାଟେକର ନିଶ୍ଚିତ କରିଛନ୍ତି ଯେ ସେ ଏ ବିଷୟରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ କଥା ହୋଇଛନ୍ତି। କିନ୍ତୁ ସେ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି।
‘ବନବାସ’ ପ୍ରଭାବିତ କରିନି:
ନାନା ପାଟେକରଙ୍କ ଫିଲ୍ମ ‘ବନବାସ’ ୨୦ ଡିସେମ୍ବରରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ 'ଗଦର ୨'ର ଯୋଡି ନଜର ଆସିଥିଲେ। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତାଙ୍କ ପୁଅ ଉତ୍କର୍ଷ ଶର୍ମା ଏବଂ ସିମରତ କୌର୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)