Advertisment

Conman Sukesh: ଜେଲରୁ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିଫ୍ଟ, ଦୁହିଁଙ୍କ ସମ୍ପର୍କ ନେଇ ଏମିତି ଲେଖିଲା ସୁକେଶ

ଭାଲେଣ୍ଟାଇନ ଡେ'ରେ ଜେଲରେ ଥାଇ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିପ୍ଟ କଲା ଠକ ସୁକେଶ ଚନ୍ଦ୍ରଶେଖର । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଲେଖିଦେଲା ଏମିତି କଥା

author-image
Namita Biswal
ଅଦ୍ୟତନ ହୋଇଛି
Sukesh Letter to Jacqueline

Sukesh Letter to Jacqueline

ଭାଲେଣ୍ଟାଇନ ଡେ'ରେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସଙ୍କୁ ରୋମାଣ୍ଟିକ ଚିଠି ଲେଖି ପୁଣିଥରେ ଚର୍ଚ୍ଚାକୁ ଆସିଛି ଠକ ସୁକେଶ ଚନ୍ଦ୍ରଶେଖର । ଜେଲ ଭିତରେ ଥାଇ ସେ ଜ୍ୟାକଲିନଙ୍କୁ ଏକ ପ୍ରେମଭରା ଚିଠି ଲେଖିଛି । ଏଥିରେ ଲେଖା ହୋଇଛି, ଜ୍ୟାକଲିନଙ୍କୁ ନିଜର ଭାଲେଣ୍ଟାଇନ ଭାବେ ପାଇ ସେ ଦୁନିଆର ସବୁଠୁ ଭାଗ୍ୟଶାଳୀ । ଯଦି ପୁନର୍ଜନ୍ମ ହୁଏ ତାହେଲେ ସେ ତାଙ୍କର ହୃଦୟ ହୋଇ ଜନ୍ମ ନେବାକୁ ଚାହେଁ ।

Advertisment

ଅଧିକ ପଢ଼ନ୍ତୁ: ଜେଲ୍‌ ଭିତରେ ଅୟସ କରୁଛି ମହାଠକ ସୁକେଶ: ମିଳିଲା ଦେଢ଼ ଲକ୍ଷର ଚପଲ, ୮୦ ହଜାର ଟଙ୍କାର ଜିନ୍ସ

ଶୁକ୍ରବାର ଦିନ ସୁକେଶ ଜେଲ୍ ଭିତରୁ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଏକ ଚିଠି ପଠାଇଥିଲା, ଯେଉଁଥିରେ ସେ ଜଣାଇଛି ଯେ ଭାଲେଣ୍ଟାଇନ ଡେ ଗିଫ୍ଟ ଭାବେ ଜ୍ୟାକଲିନଙ୍କୁ ଏକ ପ୍ରାଇଭେଟ ଜେଟ୍ ଦେଉଛି । ଜେଟରେ ତାଙ୍କ (ଜ୍ୟାକଲିନ) ନାଁର ପ୍ରଥମ ଅକ୍ଷର ଲେଖା ହୋଇଥିବାବେଳେ ଏହାର ରେଜିଷ୍ଟ୍ରେସନ ନଂ ତାଙ୍କର ଜନ୍ମ ତାରିଖ ହୋଇଥିବା ସେ କହିଛି । 

Advertisment

ସୁକେଶ ନିଜର ଚିଠିରେ ଜ୍ୟାକଲିନଙ୍କୁ ବେବି ବୋଲି ସମ୍ବୋଧନ କରି ଲେଖିଛି, ବେବି ! ପ୍ରଥମେ ତୁମକୁ ଭାଲେଣ୍ଟାଇନ ଡେ'ର ଢେର ସାରା ଶୁଭେଚ୍ଛା । ଏହି ବର୍ଷର ଆରମ୍ଭ ବହୁତ ସକରାତ୍ମକ ଓ ଆମ ପାଇଁ ବେଶ୍ ଖାସ୍ ହୋଇଛି । ଏଥର ଭାଲେଣ୍ଟାଇନ ଡେ’ ମଧ୍ୟ ବହୁତ ଖାସ୍ ହେବ । କାରଣ ଏହି ଭାଲେଣ୍ଟାଇନ ଆମ ଜୀବନର ବାକି ଭାଲେଣ୍ଟାଇନ ଡେ'ଗୁଡିକୁ ଏକାଠି ପାଳନ କରିବାର ବାସ୍ ଗୋଟିଏ ପାଦ ଦୂରରେ । ତୁମେ ଦୁନିଆର ବେଷ୍ଟ ଭାଲେଣ୍ଟାଇନ । ମୁଁ ତୁମକୁ ପାଗଳ ଭଳି ଭଲ ପାଏ । 

ଭାଲେଣ୍ଟାଇନ ଗିଫ୍ଟକୁ ନେଇ ଲେଖିଛି, ବେବି ତମେ ସୁଟିଂ ଓ ନିଜର କାମ ପାଇଁ ସବୁବେଳେ ଯାତ୍ରା କରିଥାଅ । ଏବେ ଏହି ଜେଟ୍ ଦ୍ୱାରା ତୁମର ଯାତ୍ରା ଅଧିକ ଆରାମଦାୟକ ଓ ସୁବିଧାଜନକ ହୋଇଯିବ । 

ଆହୁରି ଜ୍ୟାକଲିନଙ୍କୁ ନିଜର ପ୍ରେମ ବ୍ୟକ୍ତି କରି ସୁକେଶ ଲେଖିଛି କି, ''ପୁନର୍ଜନ୍ମରେ ମୁଁ ତୁମର ହୃଦୟ ହୋଇ ଜନ୍ମ ନେବାକୁ ଚାହେଁ ଯାହାଦ୍ବାରା ସବୁବେଳେ ତୁମ ଛାତିରେ ଧକଧକ୍ ହେଉଥିବି । ମୁଁ ଦୁନିଆର ସବୁଠୁ ଭାଗ୍ୟଶାଳୀ ମଣିଷ କାରଣ ତୁମେ ମୋ ଭେଲେଣ୍ଟାଇନ ।''

ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶ ଏବେ ଦିଲ୍ଲୀର ମଣ୍ଡଳି ଜେଲ୍‌ରେ ରହିଛି । ଚର୍ଚ୍ଚା ହୁଏ ଯେ, ସୁକେଶ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ସହ ରିଲେସନସିପରେ ଅଛି । କିନ୍ତୁ ଅଭିନେତ୍ରୀ ସବୁବେଳେ ଏହି ସମ୍ପର୍କକୁ ଅସ୍ବୀକାର କରିଆସିଛନ୍ତି । ଏପରିକି ୨୦୨୪ରେ ଜ୍ୟାକଲିନ ସୁକେଶ ବିରୋଧରେ ତାଙ୍କର ଇମେଜ୍ ଖରାପ କରିବାର ଓ ହଇରାଣ କରିବାର ଅଭିଯୋଗ ଆଣିଥିଲେ । ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ହେଲେ ପରେ ନିଜର ପିଟିସନ ଫେରାଇ ନେଇଥିଲେ ।

ଅଧିକ ପଢ଼ନ୍ତୁ: ଜେଲ୍‌ରେ ଥାଇ ଚିଠି ଲେଖିଲେ ମହାଠକ ସୁକେଶ- ‘ଜ୍ୟାକଲିନ୍‌ ମୋଠୁ କେବଳ ଭଲ ପାଇବା ଚାହୁଁଥିଲେ ଆଉ...’

Jacqueline Fernande Valentine's Day Love Story Jacqueline Sukesh
Advertisment
Advertisment