Advertisment

ଜେଲ୍‌ରେ ଥାଇ ଚିଠି ଲେଖିଲେ ମହାଠକ ସୁକେଶ- ‘ଜ୍ୟାକଲିନ୍‌ ମୋଠୁ କେବଳ ଭଲ ପାଇବା ଚାହୁଁଥିଲେ ଆଉ...’

ଜେଲ୍‌ ଭିତରେ ଥାଇ ମହାଠକ ସୁକେଶ ନିଜ ଓକିଲଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜ୍ୟାକଲିନ୍‌ଙ୍କୁ ନେଇ ସେ ବଡ଼ ଖୁଲାସା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Conman Sukesh Chandrasekhar Write Letter From Jail

Conman Sukesh Chandrasekhar Write Letter From Jail

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ଅଛନ୍ତି। ସୁକେଶଙ୍କ ସହ ଜଡ଼ିତ ଏହି ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ(Jacqueline Fernandez) ମଧ୍ୟ ଫସିଛନ୍ତି। ତେବେ ଜେଲ୍‌ ଭିତରେ ଥାଇ ସୁକେଶ ନିଜ ଓକିଲଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜ୍ୟାକଲିନ୍‌ଙ୍କୁ ନେଇ ସେ ବଡ଼ ଖୁଲାସା କରିଛନ୍ତି। 

Advertisment

ଜ୍ୟାକଲିନ୍‌ଙ୍କୁ ନେଇ ଏମିତି କହିଲେ ସୁକେଶ...

ସୁକେଶ ନିଜ ଓକିଲଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ କୌଣସି ଭୂମିକା ନାହିଁ। ସୁକେଶ କହିଛନ୍ତି ଯେ, ଜ୍ୟାକଲିନ୍‌ଙ୍କ ସହ ସେ ରିଲେସନଶିପ୍‌ରେ ଥିଲେ। ଏଥିପାଇଁ ସେ ଜ୍ୟାକଲିନ୍‌ଙ୍କୁ ମହଙ୍ଗା ଉପହାର ସବୁ ଦେଇଥିଲେ। Ranbaxyର ପୂର୍ବତନ ମାଲିକଙ୍କୁ ମୁକୁଳାଇବା ପାଇଁ ଲବି କରିବା ଲାଗି ତାଙ୍କୁ ୨୦୦ କୋଟି ଟଙ୍କା ଦିଆଯାଇଥିଲା ବୋଲି ସୁକେଶ ଦାବି କରିଛନ୍ତି।

ଜ୍ୟାକଲିନ୍‌ଙ୍କୁ ନିର୍ଦ୍ଦୋଷ କହିଲେ ସୁକେଶ...

ସୁକେଶ ଚିଠିରେ ଲେଖିଛନ୍ତି ଯେ, ପିଏମ୍‌ଏଲ୍‌ଏ ମାମଲାରେ ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଯାହାକି ଦୁର୍ଭାଗ୍ୟପୂର୍ଣ୍ଣ। ମୁଁ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଥିଲି ଯେ, ଆମେ(ଜ୍ୟାକଲିନ୍‌ ଓ ମୁଁ) ରିଲେସନଶିପ୍‌ରେ ଥିଲୁ। ତେଣୁ ଜ୍ୟାକଲିନ୍‌ ଓ ତାଙ୍କ ପରିବାରକୁ ଗିଫ୍ଟ ସବୁ ଦେଇଥିଲି। ହେଲେ ଏଥିରେ ଜ୍ୟାକଲିନ୍‌ଙ୍କ କ’ଣ ଦୋଷ? ସୁକେଶ ଆହୁରି କହିଛନ୍ତି ଯେ, ଜ୍ୟାକଲିନ୍‌ କେବଳ ତାଙ୍କଠୁ ଭଲ ପାଇବା ଓ ସବୁବେଳେ ସୁଖଦୁଃଖରେ ଛିଡ଼ା ହୁଅନ୍ତୁ ବୋଲି ଚାହୁଁଥିଲେ। ଏହାଛଡ଼ା ସେ ଆଉ କିଛିବି ଚାହୁଁ ନଥିଲେ ବୋଲି ସୁକେଶ କହିଛନ୍ତି। ଜ୍ୟାକଲିନ୍ ଓ ତାଙ୍କ ପରିବାର ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଆଇନଗତ ଭାବେ ଅର୍ଜନ କରାଯାଇଥିଲା। ଖୁବଶୀଘ୍ର ଏହା କୋର୍ଟରେ ମଧ୍ୟ ପ୍ରମାଣ ହୋଇଯିବ। 

Advertisment

‘ଜ୍ୟାକଲିନ୍‌ଙ୍କୁ ଜୋର ଜବରଦସ୍ତ ବିବାଦ ଭିତରକୁ ଟଣା ଯାଉଛି’

ସୁକେଶ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନ୍‌ ଓ ତାଙ୍କ ପରିବାରକୁ ବିବାଦ ଭିତରକୁ ଟାଣିବାର କୌଣସି ଆବଶ୍ୟକତା ନାହିଁ। ଏଥିରେ ସେମାନଙ୍କର କିଛିବି ଭୁଲ୍‌ ନାହିଁ। ତେବେ ଯାହାସବୁ ଜ୍ୟାକଲିନ୍‌ ହରାଇଛନ୍ତି, ସେସବୁ ଦିନେ ନା ଦିନେ ତାଙ୍କୁ ଫେରାଇ ଦେବେ ବୋଲି ସୁକେଶ କହିଛନ୍ତି। ଏହାସହ ତାଙ୍କୁ ନିର୍ଦ୍ଦାଷ ପ୍ରମାଣିତ କରିବେ ବୋଲି ସୁକେଶ କହିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଏହି ଠକେଇ ମାମଲା ରାଜନୈତିକ ଷଡ଼ଯନ୍ତ୍ର ବୋଲି ସୁକେଶ କହିଛନ୍ତି। 

ଜ୍ୟାକଲିନ୍‌ଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି...

ଅନ୍ୟପକ୍ଷେ, ଦୀପାବଳି ଯୋଗୁ ଜ୍ୟାକଲିନ୍‌ଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନ୍‌ଙ୍କ ଅନ୍ତରୀଣ ଜାମିନ ନଭେମ୍ବର ୧୦ ଯାଏ ବଢ଼ାଇ ଦିଆଯାଇଛି। ଏହି ମାମଲାରେ ଅକ୍ଟୋବର ୨୨ରେ ଜ୍ୟାକଲିନ୍‌ କୋର୍ଟରେ ହାଜର ହୋଇଥିଲେ। 

ଇଡିର ଚାର୍ଜଶିଟ୍‌ ଅନୁସାରେ, ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲେ। ଜ୍ୟାକଲିନ୍‌ଙ୍କ ପାଇଁ ସେ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏତଦ୍‌ବ୍ୟତୀତ ଜ୍ୟାକଲିନ୍‌ଙ୍କ ପାଇଁ ସେ ମୁମ୍ବାଇରେ ପ୍ରପର୍ଟି ମଧ୍ୟ ଦେଖିଥିଲେ। ଜାତୀୟ ଗଣମାଧ୍ୟମ ସଂସ୍ଥା India Todayର ରିପୋର୍ଟ ଅନୁସାରେ, ଏଜେନ୍ସି ରିପୋର୍ଟରେ କୁହାଯାଇଛି ଯେ, ସୁକେଶ ମୁମ୍ବାଇର ଜୁହୁରେ ଜ୍ୟାକଲିନ୍‌ଙ୍କ ପାଇଁ ବିଳାସପୂର୍ଣ୍ଣ ବଙ୍ଗଳା କିଣିବା ପାଇଁ ପ୍ଲାନ୍‌ କରିଥିଲେ। ଏଥିପାଇଁ ସେ ଆଡ୍‌ଭାନ୍ସ ଟଙ୍କା ମଧ୍ୟ ଦେଇ ସାରିଥିଲେ। ଏହାଛଡ଼ା ସୁକେଶ, ଜ୍ୟାକଲିନ୍‌ଙ୍କ ବାପାମା’ଙ୍କୁ ବହରିନ୍‌ରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଗିଫ୍ଟ କରିଥିଲେ। 

ସୂଚନାଥାଉ କି, ୨୦୦ କୋଟି ମନି ଲଣ୍ଡ୍ରିଂ(Money Laundering) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ପଚରାଉଚରା ବେଳେ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସୁକେଶ, ଜ୍ୟାକଲିନ୍‌ଙ୍କୁ ଦେଇଥିବା ଅନେକ ମହଙ୍ଗା ଗିଫ୍ଟକୁ ମଧ୍ୟ ତଦନ୍ତ ଏଜେନ୍ସି ଜବତ କରିଥିଲା। 

Jacqueline Fernandez
Advertisment
Advertisment