Advertisment

Manoj Mishra: ମନୋଜଙ୍କ କାଉଣ୍ଟର ପରେ ତାଙ୍କୁ ପୁଣି ଧୋଇଲେ ନିର୍ମାତା-ନିର୍ଦ୍ଦେଶକ

ସୀମା ଭିତରେ ରହିବାକୁ ସବ୍ୟସାଚୀଙ୍କ ଜବାବ । କଥା ନୁହେଁ କାମରେ କରି ଦେଖାଇବାକୁ ସରଘରିଆଙ୍କ ଆହ୍ବାନ ।

author-image
Satyendu Shekher Mishra
undefined

Manoj Mishra

ଆହୁରି ତେଜିଲା ଓଲିଉଡ୍ ସିନେ ଇଣ୍ଡଷ୍ଟ୍ରି କଳି । ଗତକାଲି ସାଇବର ଥାନାରେ ତାଙ୍କ ବିରୋଧରେ ଏତଲାକୁ ନେଇ ଆଜି ନିର୍ମାତା ଓ ନିର୍ଦ୍ଦେଶକ ସଂଘ ଉପରେ ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । କହିଛନ୍ତି ସିନେମା ଆମ ଓଡ଼ିଶାର ଅସ୍ମିତା, ଯିଏ ସିନେମାର ଶତ୍ରୁ- ସେ ମୋର ବି ଶତ୍ରୁ ।

Advertisment

କାଲି ଥାନାରେ ଏତଲା, ଆଉ ଆଜି କଥାରେ କଥାରେ କଳି । ପରସ୍ପରକୁ କାଦୁଅ ଫୋପଡ଼ା ଫୋପଡ଼ି । ଓଡ଼ିଆ ସିନେମା ସହ ଜଡ଼ିତ କଳାକାର, ଟେକନିସିଆନ ଓ ନିର୍ଦ୍ଦେଶକଙ୍କ ବିରୋଧରେ ସାମାଜିକ ଗଣମଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖି ଆସୁଥିବା ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ଗତକାଲି କଟକ ସାଇବର ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ପରେ ଆଜି ବଢ଼ିଛି ଓଲିଉଡ୍ କଳି।

ପ୍ରେସମିଟ୍ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିବା ସହ ନାଁ ନେଇ କିଛି ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବି ଟାର୍ଗେଟ୍ କରିଛନ୍ତି ମନୋଜ ମିଶ୍ର । ସିନେମା ମୋ ବୋପାର ନୁହେଁ, ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପରିଚୟ । ଯିଏ ସିନେମାର ଶତ୍ରୁ, ସେ ମୋର ବି ଶତ୍ରୁ। ଆଗାମୀ ପିଢ଼ି ଯେମିତି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ ଏମିତି କହୁଥିବି।

Advertisment

ଏପଟେ ମନୋଜ ମିଶ୍ରଙ୍କ ପ୍ରେସମିଟ୍ ପରେ ତାଙ୍କୁ ଘେରିଛନ୍ତି ବରିଷ୍ଠ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଓ ନିର୍ଦ୍ଦେଶକ ତାପସ ସରଘରିଆ। ସବ୍ୟସାଚୀ କହିଛନ୍ତି-‘ମନୋଜ ମିଶ୍ର ଏଭଳି ବକ୍ତବ୍ୟ ଦେବା ବନ୍ଦ କରନ୍ତୁ। ଓଡ଼ିଶାରେ ଭଲ ଫିଲ୍ମ ପାଇଁ ଚେଷ୍ଟା ଚାଲିଛି, ଭଲ ଫିଲ୍ମ ବି ହେଉଛି। ମନୋଜ ମିଡିଆ ଆଟେନସନ୍‌ରେ ରହିବାକୁ ଚାହାଁନ୍ତି। ସବୁ ନିର୍ଦ୍ଦେଶକଙ୍କୁ ଏମିତି ଦୋଷାରୋପ କରିବା ଗ୍ରହଣଯୋଗ୍ୟ ନୁହେଁ।’

ସେମିତି ନିର୍ଦ୍ଦେଶକ ତାପସ ସରଘରିଆ ବି ମନୋଜଙ୍କ ବିରୋଧରେ ରଖିଛନ୍ତି କଡ଼ା ପ୍ରତିକ୍ରିୟା। ଖାଲି କଥା ନୁହେଁ କାମରେ କରି ଦେଖାଇବାକୁ ମନୋଜଙ୍କୁ ଆହ୍ୱାନ ଦେବା ସହ ସେ ବାଛିଥିବା ବାଟ ଠିକ୍ ନୁହେଁ ଓ ଏହାଦ୍ୱାରା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି ବୋଲି ସଫା ସଫା ଶୁଣାଇଛନ୍ତି।

ଗତବର୍ଷ ଅକ୍ଟୋବରରେ ବି ବିବାଦ ଘେରକୁ ଆସିଥିଲେ ଅଭିନେତା ମନୋଜ ମିଶ୍ର। ତାଙ୍କ ଅଭିନୀତ ମାଇଣ୍ଡଗେମ୍ ସିନେମାର ରିଲିଜ୍‌କୁ ନେଇ ସମସ୍ୟା ଓ ଅରିନ୍ଦମଙ୍କ ଅଭିନୀତ ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆନଯିବାକୁ ନେଇ ତେଜିଥିଲା ବିବାଦ। ସ୍ଥିତି ଏମିତି ହୋଇଥିଲା ଯେ-ଉତ୍କଳ ସିନେ ଚାମ୍ବର ଅଫ କମର୍ସ ମନୋଜଙ୍କୁ ୨ବର୍ଷ ବ୍ୟାନ୍ କରିଥିଲା।

Ollywood Odia Film Manoj Mishra
Advertisment
Advertisment