Advertisment

ଗାୟକ ହ୍ୟୁମାନ୍‌ ସାଗରଙ୍କ ନାଁରେ ଥାନାରେ ଅଭିଯୋଗ

ପୁଣି ଅଡ଼ୁଆରେ ଗାୟକ ହ୍ୟୁମାନ୍‌ ସାଗର।  ହ୍ୟୁମାନ୍‌ଙ୍କ ନାଁରେ ପତ୍ନୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Allegation Against Humane Sagar

Allegation Against Singer Humane Sagar

ପୁଣି ଅଡ଼ୁଆରେ ଗାୟକ ହ୍ୟୁମାନ୍‌ ସାଗର। ଏଥର ପତ୍ନୀ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହ୍ୟୁମାନ୍‌ଙ୍କ ନାଁରେ ପତ୍ନୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କଟକ ମହିଳା ଥାନାରେ ଅଭିଯୋଗ ପରେ ଦମ୍ପତିଙ୍କୁ ଡକା ଯାଇଛି। ତେବେ ଲିଖିତ ଭାବେ କୌଣସି ଅଭିଯୋଗ ହୋଇନଥିବାରୁ ଉଭୟଙ୍କୁ କାଉନସିଲ୍ ସେଣ୍ଟରକୁ ଆଲୋଚନା କରିବାକୁ ଡକା ଯାଇଛି।  

Advertisment

ସେପଟେ ଏହି ଘଟଣାକୁ ନେଇ କଟକ ଡିସିପି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି। କାଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି। ଉଭୟଙ୍କୁ କାଉନସେଲିଂ ପାଇଁ ଥାନାକୁ ଡକାଯିବ। ନିୟମାନୁସାରେ ଉଭୟଙ୍କୁ ଥାନାକୁ ଡକାଯାଇ ବୁଝାସୁଝା କରାଯିବ ବୋଲି ଡିସିପି କହିଛନ୍ତି। 

ସୂଚନାଥାଉ କି, ଗତବର୍ଷ ହ୍ୟୁମାନ୍‌ ସାଗର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିଥିବା ସଙ୍ଗୀତକାର ଜାପାନୀ ରାଉତ ଅଭିଯୋଗ କରିଥିଲେ। ତାଙ୍କୁ ଏନେଇ ହ୍ୟୁମାନଙ୍କ ସହଯୋଗୀ ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦିଆଯାଇଥିଲା। ଶେଷରେ ଅନେକ ବିବାଦ ଓ ସମାଲୋଚନା ପରେ ଷ୍ଟେଜ୍‌ ଉପରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଥିଲେ ହ୍ୟୁମାନ୍‌। ମାହାଙ୍ଗା ମହୋତ୍ସବରେ ଯୋଗଦେଇ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ସେ ଭଜନ ଗାଇବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। 

Advertisment
Humane Sagar
Advertisment
Advertisment