Advertisment

ଶାହରୁଖଙ୍କ ବାଦଶାହୀ ଠାଣି: ୭୫ ଲକ୍ଷର ଘଣ୍ଟା, ୨ ଲକ୍ଷର ଜ୍ୟାକେଟ୍

କିଙ୍ଗ ଖାନ୍‌ ଶାହରୁଖ ସବୁବେଳେ ତାଙ୍କ ପ୍ରଶଂସକଙ୍କ ପାଖରେ ରାଜା ଭଳି ଦେଖାଯିବାକୁ ଚାହାନ୍ତି। ତାଙ୍କ ରାଜକୀୟ ଠାଣି ପାଇଁ ସେ ଥରକେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ଜାଣନ୍ତୁ ବିଶେଷ ଦିନରେ ସେ ପୋଷାକରେ କେତେ ଟଙ୍କା ଖର୍ଚ୍ଚ କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Shah Rukh Khan Spends Crores In Style to Meet Fans

Shahrukh khan spends crores in style to meet fans

ଫିଲ୍ମ ଷ୍ଟାର୍ ଯେତେ ବଡ଼, ସେମାନଙ୍କ ଖର୍ଚ୍ଚ ମଧ୍ୟ ସେତେ ରାଜକୀୟ। ଯଦି ଶାହରୁଖ ଙ୍କ କଥା ଉଠେ ତେବେ 'କିଙ୍ଗ ଖାନ' ତାଙ୍କ ଷ୍ଟାର୍‌ଡମ୍‌କୁ ଦୃଷ୍ଟିରେ ରଖି ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଉପସ୍ଥିତିକୁ କେବେ ବି ହାଲୁକା ଭାବେ ନିଅନ୍ତି ନାହିଁ। ଯଦି ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବାକୁ ଯାଆନ୍ତି, ତେବେ ତାଙ୍କ ପୋଷାକ, ଜୋତା, ଘଣ୍ଟା ଓ ଚଷମା କିଭଳି ହେବା ଉଚିତ୍ ତାହା ମଧ୍ୟ ଧ୍ୟାନ ଦିଅନ୍ତି। ବିଶେଷ ପରିସ୍ଥିତିରେ ତ ପ୍ରଶଂସକଙ୍କୁ ଭେଟିବାକୁ ନେଇ ତାଙ୍କର ଖର୍ଚ୍ଚ ଆହୁରି ବଢିଯାଏ।

Advertisment

ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ଫିଲ୍ମ ପ୍ରମୋସନ୍ ବେଳେ ଶାହରୁଖଙ୍କ ଟିମ୍ ବିଶେଷ ଧ୍ୟାନ ଦିଅନ୍ତି ଯେ ଜନସାଧାରଣଙ୍କ ସମ୍ମୁଖରେ ଯେପରି 'ବାଦଶାହ'ଙ୍କର ଉପସ୍ଥିତି ରାଜକୀୟ ହେବ। ତାଙ୍କ 'ରାଜକୀୟ' ସଉକ ପାଇଁ ଏହି ମୂଲ୍ୟ କେତେବେଳେ ଲକ୍ଷାଧିକ ତ ଆଉ କେତେବେଳେ କୋଟି କୋଟି ଟଙ୍କା ହୋଇଯାଏ।

'ବାଦଶାହ'ଙ୍କର ରାଜକୀୟ ଷ୍ଟାଇଲ୍:

ଶାହାରୁଖ ଖାନ ଗତ ମାସରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ଦିନସାରା ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିଥିଲେ। କେତେବେଳେ ମୁମ୍ବାଇରେ ତାଙ୍କ ଘର 'ମନ୍ନତ'ର ବାହାରେ ତ ଆଉ କେତେବେଳେ ଅନ୍ୟ କିଛି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ବିଶେଷ ଦିନ ପାଇଁ ଶାହାରୁଖଙ୍କ ଦ୍ୱାରା ବ୍ୟବହୃତ ପୋଷାକ, ଜୋତା, ଘଣ୍ଟା, ଚଷମାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ଥିଲା।

Advertisment

ସେ ଜନ୍ମଦିନ ହେଉ କି ଫିଲ୍ମ 'ପଠାନ'ର ଟିଜର ରିଲିଜ୍, ଏହି ବିଶେଷ ଦିନଗୁଡିକରେ ଶାହରୁଖଙ୍କର ଟି-ସାର୍ଟ, ଡେନିମ୍ ଜିନ୍ସ, ଘଣ୍ଟା ଆଉ ଚଷମାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥାଏ।  ଇନ୍‌ଷ୍ଟାଗ୍ରାମ ରେ ‘SRK’s Closet’ ନାମରେ ଶାହରୁଖ ଖାନଙ୍କ ଏକ ଫ୍ୟାନ୍ ପେଜ୍ ଅଛି। ଏହି ସବୁ ବିଶେଷ ଦିନରେ ଶାହରୁଖଙ୍କ ଆଉଟ୍‌ଫିଟ୍‌କୁ ନେଇ ଯେଉଁ ହିସାବ କରାଯାଇଛି ତାହା ପ୍ରାୟ ୧କୋଟି ଟଙ୍କା।


୭୫ ଲକ୍ଷ ଟଙ୍କାର ଘଣ୍ଟା:

ଶାହରୁଖ ଖାନ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଭେଟିବା ପାଇଁ ପିନ୍ଧିଥିବା ଜ୍ୟାକେଟ୍‌ଟି ଫ୍ରାନ୍ସର ଲଗ୍ଜରୀ ବ୍ରାଣ୍ଡ୍‌ Givnchy ର ଥିଲା, ଯାହାର ମୂଲ୍ୟ ୧.୬୦ ଲକ୍ଷରୁ ଅଧିକ। ତାଙ୍କର ଜିନ୍ସ ଆମେରିକୀୟ ଫ୍ୟାଶନ ବ୍ରାଣ୍ଡ୍‌ Virgil Abloh ର ଥିଲା, ଯାହାର ମୂଲ୍ୟ ୭୯୫ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୫ ହଜାର ଟଙ୍କାରୁ ଅଧିକ।

ଅଧିକ ପଢ଼ନ୍ତୁ: ରିଲିଜ୍ ପୂର୍ବରୁ ୧୦୦କୋଟି ରୋଜଗାର କଲାଣି 'ପଠାନ'; କାଟିବ KGF ରେକର୍ଡ!

ତେବେ ଏହି ଅବସରରେ ଶାହାରୁଖ ଖାନ ପିନ୍ଧିଥିବା ଘଣ୍ଟାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯାଇପାରେ।
'କିଙ୍ଗ ଖାନ' ପିନ୍ଧିଥିବା Rolex କମ୍ପାନୀର ଘଣ୍ଟାର ମୂଲ୍ୟ ୧.୯୦ ଲକ୍ଷ ଡଲାରରୁ ଅଧିକ। ଭାରତୀୟ ମୂଲ୍ୟରେ ଏହା ପ୍ରାୟ ୭୫ ଲକ୍ଷ ଟଙ୍କା। ଏହା ବ୍ୟତୀତ ବ୍ରେସ୍‌ଲେଟ୍ (Cartier-Louis Vuitton) ମଧ୍ୟ ଲକ୍ଷାଧିକ ଟଙ୍କାର ଥିଲା। ଶାହାରୁଖ ଖାନଙ୍କ ଜୋତା (Golden Goose Deluxe Brand) ର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ଥିଲା।


ମଜାକ୍ ଉଡ଼ାଇଲେ ଫ୍ୟାନ୍ସ:

ଶାହାରୁଖ ଖାନ ଜଣେ ବଡ ତାରକା, ବଲିଉଡର ପ୍ରିୟ ହିରୋ। ତାଙ୍କ ଫ୍ୟାନ୍ସ ସଂଖ୍ୟା ମଧ୍ୟ ଲକ୍ଷାଧିକ। ସେ ତାଙ୍କ ପ୍ରଶଂସକଙ୍କ ସାମ୍ନାରେ ଆକର୍ଷଣୀୟ ଦେଖାଯିବାକୁ ପସନ୍ଦ କରନ୍ତି। ପ୍ରଶଂସକମାନେ ମଧ୍ୟ ନିଜ ପ୍ରିୟ ଷ୍ଟାର୍‌ଙ୍କ ରାଜକୀୟ ଠାଣିକୁ ଖୁବ୍ ପସନ୍ଦ କରନ୍ତି। କିନ୍ତୁ ଗୋଟିଏ ଦିନରେ ଏତେ ଟଙ୍କା ଖର୍ଚ୍ଚ, ତାହା ପୁଣି କେବଳ ଦେଖେଇ ହେବା ପାଇଁ, ଏହା ଜାଣିବା ପରେ ପ୍ରଶଂସକମାନେ ମଜ୍ଜା ନ ଉଡେଇବେ ବା କାହିଁକି।

ଶାହରୁଖଙ୍କ ଏହି ମୋଟା ଅଙ୍କର ଖର୍ଚ୍ଚକୁ ନେଇ ଜଣେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, 'ଏଥିରେ ମୋର ପୂରା ଘର, ପରିବାର, ସମ୍ପତ୍ତି ଏବଂ କିଡ୍‌ନୀ ମଧ୍ୟ ପଳେଇବ।' ଆଉ ଜଣେ ଲେଖିଛନ୍ତି ଯେ 'ଏତିକିରେ ୭ ଜନ୍ମ ପାଇଁ ଖାଇ ପିଇ ପାରିବି'।

Bollywood Shahrukh Khan
Advertisment
Advertisment