• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଚର୍ଚ୍ଚାରେ ଶାହାରୁଖ ଖାନ୍‌ ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ନିକଟରେ ଆର୍ଯ୍ୟନ୍‌ ତାଙ୍କର କିଛି ସାଙ୍ଗମାନଙ୍କ ସହ ଏକ ପାର୍ଟିରେ ଯୋଗଦେଇଥିବା ନଜର ଆସିଛନ୍ତି । ଆର୍ଯ୍ୟନ୍‌ଙ୍କ କିଛି ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଇଛି । ଯେଉଁଥିରେ କିଛି ସେଲିବ୍ରେଟି ପିଲାମାନଙ୍କ ସହ ଆର୍ଯ୍ୟନ୍‌ ନଜର ଆସିଛନ୍ତି । ସେମାନଙ୍କ ମଧ୍ୟରେ ଅଭିନେତ୍ରୀ ରୋଶନି ୱାଲିଆ ମଧ୍ୟ ସାମିଲ ଥିବା ଫଟୋରେ ଦେଖିବାକୁ ମିଳିଛି ।

ଅଭିନେତ୍ରୀ ରୋଶନି ୱାଲିଆ ତାଙ୍କ ଟ୍ୱିଟରରେ କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଆର୍ଯ୍ୟନ ଓ ରୋଶନିଙ୍କ ଡେଟିଂ ଚାଲିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ କିଛି ଦର୍ଶକ ଉଭୟଙ୍କୁ ‘ହଟ୍‌ କପୁଲ’ ମଧ୍ୟ କହିଛନ୍ତି । ଅଭିନେତ୍ରୀ ରୋଶନି ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ ତାଙ୍କର କିଛି ସାଙ୍ଗମାନଙ୍କ ଫଟୋ ସେୟାର କାରିଛନ୍ତି । ଯେଉଁଥିରେ ସମସ୍ତେ ପାର୍ଟି କରୁଥିବା ନଜର ଆସିଛନ୍ତି ।

ଅଧିକ ପଢ଼ନ୍ତୁ: ଆପଣ ଶୋଇ ଯାଆନ୍ତୁ ନାହିଁ କି ସମୟକୁ ସ୍ଥାଣୁ କରିଦିଅନ୍ତୁ ନାହିଁ: ଆର୍ଯ୍ୟନ ଖାନ୍

ରୋଶନି ୱାଲିଆ କେବଳ ଜଣେ ଟିଭି ଅଭିନେତ୍ରୀ ନୁହଁନ୍ତି ବରଂ ତାଙ୍କର ଅନ୍ୟକିଛି ପରିଚୟ ମଧ୍ୟ ରହିଛି । ଇଣ୍ଟରନେଟ୍‌ରେ ସେ ସମସ୍ତଙ୍କ ପାଇଁ ବେଶ୍‌ ଜଣାଶୁଣା । କାରଣ ରୋଶନି ୱାଲିଆ ପ୍ରତିଦିନ ଇଣ୍ଟରନେଟ୍‌ରେ ଆକ୍ଟିଭ୍‌ ରହିବା ସହ ଅନେକ ଫଟୋ ପୋଷ୍ଟ କରିଥା’ନ୍ତି ।

ଟିଭି ଶୋ’ ‘ମହାରାଣା ପ୍ରତାପ’ ମାଧ୍ୟମରେ ଅଭିନେତ୍ରୀ ରୋଶନି ଘରେ ଘରେ ପରିଚିତ ହୋଇପାରିଛନ୍ତି । ପରେ ପରେ ସେ କିଛି ଫିଲ୍ମରେ ସୁନ୍ଦର ଅଭିନୟ କରିଛନ୍ତି । ଶିଶୁକଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ରୋଶନି ବିଭନ୍ନ ସମୟରେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ।

ହେଲେ ବର୍ତ୍ତମାନ ଅଭିନେତ୍ରୀ ରୋଶନି ୱାଲିଆଙ୍କୁ ଆହୁରି ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ଅନେକ ସମୟରେ ସେ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି ।