Advertisment

ଆପଣ ଶୋଇ ଯାଆନ୍ତୁ ନାହିଁ କି ସମୟକୁ ସ୍ଥାଣୁ କରିଦିଅନ୍ତୁ ନାହିଁ: ଆର୍ଯ୍ୟନ ଖାନ୍

ଆର୍ଯ୍ୟନ ଖାନ୍ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ନେଇ ଖୁଲାସା କରିଛନ୍ତି। ଏନେଇ ସେ ଦିନକୁ କେବଳ ୪-୫ ଘଣ୍ଟା ଶୋଇଥାନ୍ତି ବୋଲି କହିଛନ୍ତି। ସେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଆଉ ଭୋଡ୍‌କା କମ୍ପାନୀ ଖୋଲିବେ ବୋଲି କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aryan Khan said that he only sleeps for 4-5 hours a day

Aryan Khan said that he only sleeps for 4-5 hours a day

ନିକଟରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ନେଇ ଖୁଲାସା କରିଛନ୍ତି। ଆର୍ଯ୍ୟନ୍ କହିଛନ୍ତି ଯେ ସେ କେବଳ ଦିନକୁ ୪-୫ ଘଣ୍ଟା ଶୋଇଥାନ୍ତି ଏବଂ ଏହି ପ୍ରକ୍ରିୟାକୁ ସେ ଖୁବ ଉପଭୋଗ କରୁଛନ୍ତି। ସେ ତାଙ୍କର ଏହି ରୁଚିକୁ ପ୍ରକାଶ କରି ତାଙ୍କ ବାପାମାଆ ଶାହରୁଖ୍ ଓ ଗୌରୀ ଖାନ୍‌ଙ୍କ୍ ସହ ଶେୟାର୍ କରିଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ ୨୫ ବର୍ଷୀୟ ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନ ତାଙ୍କ ସହଯୋଗୀ ବଣ୍ଟି ସିଂହ ଏବଂ ଲେଟି ବ୍ଲାଗୋ ବିଶ୍ୱର ସର୍ବବୃହତ ମଦ ତିଆରି କମ୍ପାନୀ ସହ ଯୋଗାଯୋଗ କରୁଥିବା ଜଣାଯାଇଛି। ତେବେ ଆର୍ଯ୍ୟନ୍ ଏକ ଭୋଡକା କଂପାନୀ ଖୋଲିବେ ବୋଲି କହିଛନ୍ତି। ଏହା ସହ ଇନ୍‌ଷ୍ଟାଗ୍ରାମ୍‌ରେ ଘୋଷଣା କରିଛନ୍ତି ଯେ ସେ ଲେଖିଥିବା ଏକ ସିରିଜରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଭାବେ କାମ କରିବେ।

ଦେଖିବାକୁ ଗଲେ ଶାହରୁଖଙ୍କ ପରି ଆର୍ଯ୍ୟନ କ୍ୟାମେରାକୁ ସାମ୍ନା କରିବାକୁ ଆଗ୍ରହୀ ନୁହଁନ୍ତି କିନ୍ତୁ ସେ ପଛରେ ରହିବାକୁ ପସନ୍ଦ କରନ୍ତି। ଏକଥା ସେ ତାଙ୍କର ସାକ୍ଷାତକାରରେ ପ୍ରାୟତଃ କହିଛନ୍ତି। କିନ୍ତୁ ବ୍ୟବସାୟ କ୍ଷେତ୍ରରେ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରୁଥିବା କୁହନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆର୍ୟ୍ୟନ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା ! ଫସାଇବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ଏକ ସାକ୍ଷାତକାରରେ, ଆର୍ଯ୍ୟନ ତାଙ୍କ ବାପାମାଆଙ୍କ ବିଷୟରେ କହି, ଶାହରୁଖ ଓ ଗୌରୀ ଖାନଙ୍କ ଗୁଣକୁ ଆପଣେଇ ଥିବା କହିଛନ୍ତି।

ଆର୍ଯ୍ୟନ୍ କହିଛନ୍ତି, “ପରିବାର ମଧ୍ୟରେ ସାଧାରଣ ହେଉଛି ଯେ ତୁମେ ଯାହା ପ୍ରତି ଆଗ୍ରହୀ ତାହା ଅନୁସରଣ କରିବାରେ ସେମାନେ ବିଶ୍ୱାସ କରନ୍ତି। ମୋ ମା’ ଜଣେ ଚଳଚ୍ଚିତ୍ର ନିର୍ମାତା, ଆଉ ସେ ଇଣ୍ଟରିଅର୍ ଡିଜାଇନ୍‌କୁ ଭଲ ପାଆନ୍ତି। ଏନେଇ ସେ ଜଣେ ସଫଳ ବ୍ୟବସାୟ ହୋଇପାରିଛନ୍ତି କାରଣ ସେ ଏହା କରିବାକୁ ଭଲ ପାଆନ୍ତି।"

ତାଙ୍କ ବାପାଙ୍କ ବିଷୟରେ କହିବାକୁ ଯାଇ ଆର୍ଯ୍ୟନ ଆହୁରି କହିଛନ୍ତି ଯେ ଯଦିଓ ତାଙ୍କ ବାପା ଶାହରୁଖ ଜଣେ ଅଭିନେତା, ତାଙ୍କର ଏକ ପ୍ରଡକ୍ସନ୍ କମ୍ପାନୀ VFX ଷ୍ଟୁଡିଓ ମଧ୍ୟ ଅଛି।

ଆର୍ଯ୍ୟନ କହିଛନ୍ତି "ଆମେ କ୍ରୀଡାକୁ ଭଲ ପାଉ, ପ୍ରାୟ ୧୦ ବର୍ଷ ପୂର୍ବେ ଆମେ ଏଥିରେ ପ୍ରବେଶ କରିଥିଲୁ। ବର୍ତ୍ତମାନ ଆମର ଏକ ବିଶ୍ୱସ୍ତରୀୟ କ୍ରୀଡା ଫ୍ରାଞ୍ଚାଇଜ୍ ଅଛି ଯାହା ବିସ୍ତାର କରୁଛି।" ଆର୍ଯ୍ୟନ୍ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ କ୍ରୀଡ଼ା ଏବଂ ଚଳଚ୍ଚିତ୍ର ନିର୍ମାଣ ମଧ୍ୟରେ ମୁଁ  ନିଜକୁ ସମ୍ପୁର୍ଣ୍ଣ ବ୍ୟସ୍ତ ରଖିଛି। ଏହା ଅତ୍ୟଧିକ ସମୟ ସାପେକ୍ଷ କିନ୍ତୁ ବହୁତ ମଜାଦାର ଅଟେ। କୌଶଳଟି ହେଉଛି ଆପଣ ଶୋଇ ଯାଆନ୍ତୁ ନାହିଁ କି ସମୟକୁ ସ୍ଥାଣୁ କରିଦିଅନ୍ତୁ ନାହିଁ। ମୁଁ ଦିନକୁ ପ୍ରାୟ ୪-୫ ଘଣ୍ଟା ଶୋଇଥାଏ।"

ଅନ୍ୟପକ୍ଷରେ, ଗତବର୍ଷ ଅକ୍ଟୋବର ୨ ତାରିଖରେ ଏକ କ୍ରୁଜ୍‌ରେ ରେଡ୍ ପରେ ଗିରଫ ହୋଇଥିଲେ ଆର୍ୟ୍ୟନ ଖାନ୍ । 

Bollywood Aryan Khan Shahrukh Khan
Advertisment
Advertisment