• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ର ଫିଛା ଛାଡ଼ୁନି ବିବାଦ । ସତେ ଯେମିତି ବଲିଉଡ୍‌କୁ ଶନିଦଶା ଲାଗି ରହିଛି । ବଡ଼ ପିଲ୍ମ ବା ହାଇବଜେଟ୍ ପିଲ୍ମ ବଜାରକୁ ଆସିବା ପୂର୍ବରୁ ବିବାଦରରେ ଫସୁଛି । ଏବେ ପାଳି ପଡ଼ିଛି ବହୁଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’ର । ଶାହାରୁଖ ଖାନ ଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଧମାଲ କରିଥିବା ବେଳେ ଏହାକୁ ନେଇ ଏବେ ବିବାଦ ଉପୁଜିଛି । ଦୀପିକା ପାଦୁକୋନ୍‌ଙ୍କ ଡ୍ୟାନ୍ସ ଓ ଡ୍ରେସ୍‌କୁ ନେଇ ଅନେକ ବିରୋଧ କରିଛନ୍ତି । ସୋସିଆଲ ମିଡିଆ ରେ ଶାହରୁଖଙ୍କ ଲୁକ୍‌ସକୁ ନେଇ ଗୋଟିଏପଟେ ଜବରଦସ୍ତ ମନ୍ତବ୍ୟ ଆସୁଥିବା ବେଳେ ଦୀପିକାଙ୍କ ଡ୍ରେସ୍ ଓ ଡ୍ୟାନ୍ସକୁ ନେଇ ଉଠିଛି ବିବାଦ ।

ଏହାରି ଭିତରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଦୀପିକାଙ୍କ ବିକିନି ପିନ୍ଧା ନାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ସିଧାସଳଖ କହିଛନ୍ତି ଯଦି ଫିଲ୍ମରେ ଦୀପିକାଙ୍କ ସେହି ଡ୍ୟାନ୍ସ ଓ ଡ୍ରେସ୍‌କୁ ବା ସେହି ଦୃଶ୍ୟକୁ ପରିବର୍ତ୍ତନ କରାନଯାଏ ତେବେ ଏହାର ସ୍କ୍ରିନିଂ ବିଷୟରେ ଆମେ ଚିନ୍ତା କରିବାକୁ ବାଧ୍ୟ ହେବୁ । ଦୀପିକା ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ସମର୍ଥନ କରୁଥିଲେ । ଦିଲ୍ଲୀ ଜେଏନ୍‌ୟୁରେ ତାଙ୍କୁ ଟୁକ୍‌ଡେ ଟୁକ୍‌ଡ଼େ ଗ୍ୟାଙ୍ଗ୍‌ ସହ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: 'ବେଶରମ୍‌ ରଙ୍ଗ୍‌'ରେ ଦୀପିକାଙ୍କ କିଲର୍ ଲୁକ୍; କରୁଛି ଆକର୍ଷଣ

ତେବେ ମନ୍ତ୍ରୀ ନରୋତ୍ତମ ଏଭଳି ମନ୍ତବ୍ୟ ସେତେବେଳେ ଦେଲେ ଯେତେବେଳେ ପଠାନ୍‌ ଫିଲ୍ମର ‘ବେଶରମ୍‌ ରଙ୍ଗ’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ସେ କହିଥିଲେ ଦୀପିକା ସେହି ପୋଷାକ ଆଉ ନାଚ ଅତ୍ୟନ୍ତ ଲଜ୍ଜାଜନକ । ତେଣୁ ତାକୁ ତୁରନ୍ତ ସୁଧାରିବାକୁ ପରାମର୍ଶ ଦିଆଯାଉଛି । ନଚେତ୍‌ ମଧ୍ୟପ୍ରଦେଶରେ ସେହି ଫିଲ୍ମ ରିଲିଜ୍‌ ହେବ କି ନାହିଁ ତାହା ଆମେ ଚିନ୍ତା କରିବୁ ।

ସୂଚନାଯୋଗ୍ୟ, ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମ ‘ପଠାନ୍’ ଜାନୁଆରୀ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ପୂର୍ବରୁ ଆଦିପୁରୁଷର ଟ୍ରେଲର ଦେଖି ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏମିତିକି ଚେତାବନୀ ମଧ୍ୟ ଦେଇଥିଲେ । ସେତେବେଳେ ସେ କହିଥିଲେ, ହିନ୍ଦୁ ଧର୍ମକୁ ବିକୃତ କଲା ଭଳି କୌଣସି ଚରିତ୍ର ଯଦି ଫିଲ୍ମରେ ଦର୍ଶାଯାଏ ତେବେ ଏହାକୁ ବରଦାସ୍ତ କରାଯିବନି । ତେଣୁ ତାକୁ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଥିଲେ । ନଚେତ ଫିଲ୍ମ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।