Advertisment

'ପଠାନ୍‌' ଦେଖିବାକୁ ଚାହୁଁଥିଲେ ଏହି ୧୦ ପ‍ଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ

ବିବାଦ ପରେ ବି ‘ପଠାନ୍‌’ର କ୍ରେଜ୍ କମିନି। ଏହାକୁ ଦର୍ଶକଙ୍କ ଢେର ସମର୍ଥନ ମିଳିଛି। ଆପଣମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ଦେଖିବାର ଉତ୍ସାହ ଥିବ। ତେବେ ଦେଖିବା ପୂର୍ବରୁ ଏହି ୧୦ଟି ବଡ଼ ପଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ, ଯାହା ଫିଲ୍ମ ଦେଖିବାର ଉପଭୋଗକୁ ଦ୍ୱିଗୁଣିତ କରିଦେବ।

author-image
Pramod Behera
ଅଦ୍ୟତନ ହୋଇଛି
Shah Rukh Khan Pathaan 10 Facts Make You Crazy

Shah Rukh Khan pathaan 10 facts make you crazy

ବକ୍ସ ଅଫିସରେ  ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ 'ପଠାନ' ରିଲିଜ୍‌ ହୋଇଛି। ଏହାର ଟିଜର ରିଲିଜ୍ ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମର ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାର ଟ୍ରେଲର୍‌ରେ ମଧ୍ୟ ଶାହରୁଖ, ଦୀପିକା ଏବଂ ଜନଙ୍କ ଜବରଦସ୍ତ୍ କାମ ଓ ବିପଜ୍ଜନକ ଷ୍ଟଣ୍ଟ ଦେଖିବାକୁ ମିଳିଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।

Advertisment

ଏଥି ସହିତ ଫିଲ୍ମର ଗୀତ 'ବେଶରମ୍‌ ରଙ୍ଗ୍‌' ଏବଂ 'ଝୁମ୍ ଜୋ ପଠାନ୍' ମଧ୍ୟ ଦର୍ଶକ ଏବଂ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା। ଗୀତଗୁଡିକ ରେକର୍ଡ ଭଙ୍ଗା ଭିୟୁ ପାଇଲା। ତଥାପି ଫିଲ୍ମର ଗୀତ 'ବେଶରମ୍‌ ରଙ୍ଗ୍‌' କୁ ନେଇ ବିବାଦ ଏବେ ବି ଲାଗି ରହିଛି।

ଏହା ଭିତରେ ବି ‘ପଠାନ୍‌’ର କ୍ରେଜ୍ କମିନି। ଏହାକୁ ଦର୍ଶକଙ୍କ ଢେର ସମର୍ଥନ ମିଳିଛି। ଏହାର ଝଲକ ସୋସିଆଲ ମିଡିଆ ରେ ପ୍ରଶଂସକଙ୍କ ପ୍ରତିକ୍ରିୟାରୁ ଦେଖିବାକୁ ମିଳେ। ଫିଲ୍ମର ଆଡଭାନ୍ସ ବୁକିଂକୁ ଯଦି ଦେଖାଯାଏ ତେବେ ଏହାର ରେକର୍ଡ ଭଙ୍ଗା ଟିକେଟ୍‌ ବିକ୍ରି ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ବିବାଦ, ବୟକଟ୍, ହଙ୍ଗାମା ଭିତରେ ‘ପଠାନ’ ରିଲିଜ୍‌...ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଖଚାଖଚ୍ ଭିଡ଼

ଆପଣମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ଦେଖିବାର ଉତ୍ସାହ ଥିବ। ତେବେ ଦେଖିବା ପୂର୍ବରୁ ଏହି ୧୦ଟି ବଡ଼ ପଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ, ଯାହା ଫିଲ୍ମ ଦେଖିବାର ଉପଭୋଗକୁ ଦ୍ୱିଗୁଣିତ କରିଦେବ।

  • ପ୍ରଥମତଃ, ସଲମାନ ଖାନଙ୍କର 'ପଠାନ୍‌'ରେ ୧୦ ମିନିଟ୍‌ର ଲମ୍ବା କେମିୟୋ ଅଛି। ସଲମାନ ଖାନ୍ ଏଥିରେ ଶାହାରୁଖ ଖାନଙ୍କ ସହ ମିଶି ଆତଙ୍କବାଦୀଙ୍କ ସହ ଲଢୁଥିବା ନଜର ଆସିଛନ୍ତି।
  • ଦ୍ୱିତୀୟରେ, ଏହା ହେଉଛି ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ମୁକ୍ତିଲାଭ କରିଥିବା 'ଓମ୍ ଶାନ୍ତି ଓମ୍', 'ଚେନ୍ନାଇ ଏକ୍ସପ୍ରେସ୍‌' ଏବଂ 'ହାପି ନିୟୁ ଇୟର' ମଧ୍ୟ ସୁପରହିଟ୍ ହୋଇଥିଲା।
  • ତୃତୀୟରେ, ଶାହରୁଖ ଖାନ ୪ ବର୍ଷ ପରେ ମୁଖ୍ୟ ଅଭିନେତା ଭାବରେ ବଡ ପରଦାକୁ ଫେରିଛନ୍ତି। ଗତ ବର୍ଷ ଶାହରୁଖଙ୍କ ଝଲକ 'ବ୍ରହ୍ମାସ୍ତ୍ର', 'ଲାଲ୍‌ ସିଂହ ଚଡ୍‌ଡା' ଏବଂ 'ରକେଟ୍ରି'ରେ ଦେଖିବାକୁ ମିଳିଥିଲା।
  • ଚତୁର୍ଥରେ, ଶାହରୁଖ ଖାନ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି। ସେ ନିଜ ଲୁକ୍ ପାଇଁ ଜିମ୍‌ରେ ବହୁତ ଝାଳ ବୁହାଇଛନ୍ତି।
  • ପଞ୍ଚମରେ ଶାହରୁଖ ଫିଲ୍ମରେ ଅନେକ ବିପଜ୍ଜନକ ଷ୍ଟଣ୍ଟ ଦେଇଛନ୍ତି, ଯାହାକୁ ଆପଣ ଟ୍ରେଲର୍‌ରେ ମଧ୍ୟ ଦେଖିଥିବେ।
  • ଷଷ୍ଠରେ, 'ପଠାନ୍'ର ଆକ୍ସନ୍ IMAX ଫର୍ମାଟ୍ ସୁଟ୍ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଭାରତୀୟ ଫିଲ୍ମ IMAX ଫର୍ମାଟ୍‌ରେ ତିଆରି ହୋଇନାହିଁ। ନିର୍ମାତା ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି।
  • ସପ୍ତମରେ, 'ପଠାନ୍‌'ରୁ ସ୍ପାଏ ୟୁନିଭର୍ସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସଲମାନ ‘ପଠାନ୍‌’ରେ ଶାହରୁଖଙ୍କ ସହ ନଜର ଆସିବେ। ସେହିପରି 'ଟାଇଗର ୩'ରେ ସଲମାନଙ୍କ ସହ ଶାହରୁଖ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଉଭୟ ଫିଲ୍ମ ‘ୟଶ୍‌ ରାଜ ଫିଲ୍ମ’ର ବ୍ୟାନରରେ ତିଆରି।
  • ଅଷ୍ଟମରେ, ଫିଲ୍ମରେ ହ୍ରିତିକ ରୋଶନଙ୍କ ଏଣ୍ଟ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଫିଲ୍ମ ‘ୱାର୍’ରେ ହ୍ରିତିକଙ୍କୁ ଏକ ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳିଥିଲା। ରୋହିତ ଶେଟ୍ଟୀଙ୍କ 'ସିଂଘମ୍', 'ସିମ୍ବା' ଏବଂ 'ସୂର୍ଯ୍ୟବଂଶୀ'ରେ ଆଦିତ୍ୟ ଚୋପ୍ରାଙ୍କ 'ୱାର୍', 'ପଠାନ୍' ଏବଂ 'ଟାଇଗର' ଫ୍ରାଞ୍ଚାଇଜ୍‌ର ମୁଖ୍ୟ କଳାକାରମାନଙ୍କୁ ଏକାଠି କରିବାର ଯୋଜନା ରହିଛି।
  • ନବମରେ, 'ପଠାନ୍' ହେଉଛି ସ୍ପେନ୍‌ର ମଲୋର୍କା ଦ୍ୱୀପରେ ସୁଟିଂ ହୋଇଥିବା ପ୍ରଥମ ଭାରତୀୟ ଫିଲ୍ମ।
  • ଦଶମରେ, ଫିଲ୍ମର ବଜେଟ୍ ୨୫୦ କୋଟି ଏବଂ ଶାହାରୁଖଙ୍କ ଫି’ ୧୦୦ କୋଟି ଟଙ୍କା।
Deepika Padukone John Abraham Bollywood Pathan Shahrukh Khan
Advertisment
Advertisment