Advertisment

‘ପଠାନ’ର ଆଡଭାନ୍ସ ବୁକିଂରେ କୋଟି କୋଟି ରୋଜଗାର; ଗୋଟେ ହଲ୍ ପୂରା ବୁକ୍

ରେକର୍ଡ କଲା ‘ପଠାନ’ର ଆଡଭାନ୍ସ ବୁକିଂ। ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଏହା ୯ କୋଟି ଟଙ୍କା ରୋଜଗାର କରିଛି। ଗୋଟେ କ୍ଲବ୍ ଏକ ସିନେମା ହଲ୍‌ର ସବୁ ଟିକେଟ୍ କିଣି ନେଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Shah Rukh Khan pathaan made new record in advance booking

Shah Rukh Khan pathaan made new record in advance booking

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ଙ୍କ ପାୱାର୍ ପୁଣି ଥରେ ଦେଖିବାକୁ ମିଳିଛି। ଦୀର୍ଘ ଚାରି ବର୍ଷ ପରେ ବଡ ପରଦାକୁ ଏଣ୍ଟ୍ରି କରିବା ପୂର୍ବରୁ ମଧ୍ୟ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ନୂଆ ରେକର୍ଡ ସୃଷ୍ଟି କରିଥିବା ଦେଖାଯାଇଛି। ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ର ଅନଲାଇନ୍ ବୁକିଂ ଆରମ୍ଭ ହୋଇଛି। ପ୍ରଶଂସକମାନେ ଏହାର ସୁଯୋଗ ହାତ ଛାଡା କରିବାକୁ ଚାହୁଁ ନାହାଁନ୍ତି। ଏହି ସମୟରେ, ଏହି ଫିଲ୍ମ ଆଡଭାନ୍ସ ବୁକିଂ ଦୃଷ୍ଟିରୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

Advertisment

ନୂଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଇଣ୍ଡିଆନ ବକ୍ସ ଅଫିସ୍‌ର ଟ୍ୱିଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ଶାହାରୁଖ ଖାନଙ୍କ ପଠାନ ଆଡଭାନ୍ସ ବୁକିଂ କ୍ଷେତ୍ରରେ ୯ କୋଟି ଟଙ୍କା ରୋଜଗାର କରିଛି। ଏହା ବଲିଉଡ୍‌ ଚଳଚ୍ଚିତ୍ର ଦୁନିଆଁରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏହାଛଡା ଏହି ଫିଲ୍ମ ମଲ୍ଟିପ୍ଲେକ୍ସ ଚେନ୍‌ରେ ୧୧୭ ହଜାର ଟିକେଟ୍ ବିକ୍ରି କରି ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଏହା ବ୍ୟତୀତ ଚଳଚ୍ଚିତ୍ର ସମାଲୋଚକ ତଥା ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶଙ୍କ ଅନୁଯାୟୀ, ଫିଲ୍ମର ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଏହାକୁ "BO ସୁନାମି ଲୋଡିଂ" ବୋଲି କହିବାବେଳେ ସେ ପ୍ରକାଶ କରିଛନ୍ତି ଯେ PVR ୫୧,୦୦୦ ଟିକେଟ୍ ବିକ୍ରି କରିଥିବାବେଳେ INOX ୩୮,୫୦୦ ଟିକେଟ୍ ବିକ୍ରି କରିଛି ଏବଂ ସିନେପୋଲିସ୍ ୨୭,୫୦୦ ଟିକେଟ୍ ବିକ୍ରି କରିଛି।

Advertisment

ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ଶାହାରୁଖଙ୍କ ଏକ ‘ଫ୍ୟାନ୍ କ୍ଲବ୍’ ଏକ ସିନେମା ହଲ୍‌ର ପ୍ରଥମ ଦିନର ପ୍ରଥମ ଶୋ’ ପାଇଁ ସମସ୍ତ ଟିକେଟ୍‌ ବୁକ୍ କରିଦେଇଛି। ଏହି ଫ୍ୟାନ୍ କ୍ଲବ୍’ ମୁମ୍ବାଇର ‘ଗୈଟି ଗାଲାକ୍ସି’ ସିନେମା ହଲ୍‌ର ପ୍ରଥମ ଶୋ’କୁ ବୁକ୍ କରି ଦେଇଛି। ଏହା ୯ ଟାରେ ଆରମ୍ଭ ହେବ।

ଏହି ସିନେମା ହଲ୍‌ର ପ୍ରଥମ ଶୋ ୧୨ଟାରୁ ଆରମ୍ଭ ହୁଏ। କିନ୍ତୁ 'ଶାହାରୁଖ ଖାନ୍' ଏବଂ 'ପଠାନ୍'ର କ୍ରେଜ୍ ଏମିତି ଦେଖାଦେଇଛି ଯେ ସିନେମା ହଲ୍ ଏହାର ଏହି ନୀତିକୁ ବଦଳାଇଛି ଏବଂ 'ପଠାନ୍' ପାଇଁ ପ୍ରଥମ ଶୋ ସକାଳ ୯ଟାରୁ ଆରମ୍ଭ କରୁଛି। G7 ମଲ୍ଟିପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ ଦେଶାଇ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି ଯେ ପ୍ରଥମ ଦିନ ପ୍ରଥମ ଶୋ’ରେ ସିନେମା ହଲ୍ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଛି।

ପ୍ରକାଶଥାଉ ଯେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ରେ ରିଲିଜ ହେବାକୁ ଥିବାବେଳେ ସେ ଦୀର୍ଘ ୪ ବର୍ଷ ପରେ ରୂପେଲି ପରଦାକୁ ଫେରିବାକୁ ଯାଉଛନ୍ତି। କିଙ୍ଗ୍‌ ଖାନ୍‌ଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅଭିନେତା ଆଶୁତୋଷ ରାଣା ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ଦେଖାଦେବେ।

Deepika Padukone John Abraham Bollywood Shahrukh Khan
Advertisment
Advertisment