• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାଦ ଓ ବଲିଉଡ୍‌ । ଏ ଦୁଇ ଜଣ କେବେ କାହାରିକୁ ଛାଡ଼ି ରହିପାରୁ ନାହାନ୍ତି । ପ୍ରତ୍ୟେକ ଦିନ ବଲିଉଡକୁ ନେଇ ନାନା ବିବାଦ ସାମ୍ନାକୁ ଆସୁଛି । ଆଉ ସେହି ସବୁ ବିବାଦକୁ ସାମ୍ନା କରି, ବେଳେ ବେଳେ ଘାଇଲା ହୋଇଥାଏ ବଲିଉଡ । ଅନ୍ୟପଟେ ବିବାଦ ଭିତରେ ଫଶି ବିବାଦୀୟ ହୋଇସାରିଲାଣି ବଲିଉଡ୍, କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ବଲିଉଡକୁ ନେଇ ଆଉ ଏକ ନୂଆ ବିବାଦ ଏବେ ସାମ୍ନାକୁ ଆସିଛି । ତାହା ପୁଣି ସାରା ଅଲ୍ଲିଖାନ୍‌ଙ୍କ ରୁପରେ ।

ଅଧିକ ପଢ଼ନ୍ତୁ: ଭିନ୍ନ ଲୁକ୍‌ରେ ସାରା ଅଲି ଖାନ; ମୁହଁରେ ନିଶ ଆଉ ଦାଢ଼ି

ବିବାଦ ଘେରରେ ରହି ବଲିଉଡ୍‌ କଳାକାର ସତେ ଯେମିତି ଅଭ୍ୟସ୍ତ ହୋଇସାରିଲେଣି । ତେବେ ସାରାଙ୍କୁ ନେଇ ଆରମ୍ଭ ହୋଇଥିବା ନୂଆ କାହାଣୀଟି ହେଲା, ସାରା ଅଲ୍ଲିଖାନ୍‌ ଗତ ବର୍ଷ ଏକ ଫଟୋ ପୋଷ୍ଟ କରିଥିଲେ । ସେ ନିଜ ଇନ୍‌ଷ୍ଟାଗ୍ରାମ ସାଇଟ୍‌ରେ ସେହି ଫଟୋ ପୋଷ୍ଟ କରିଥିଲେ । ସେଥିରେ ସେ ନିଜକୁ ମହାଦେବଙ୍କ ଭକ୍ତ ବୋଲି ପ୍ରମାଣ କରିବା ସହ ଭଗବାନ ଶିବଙ୍କ ନିକଟରେ ଛିଡ଼ା ହୋଇ ଫଟୋ ପୋଷ୍ଟ କରିଥିଲେ । ଆଉ ମଥାରେ ଚନ୍ଦନ ମାରିଥିଲେ । 

ଦୀର୍ଘ ଦିନ ପରେ ଏବେ ସେହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଟ୍ରୋଲର ତାଙ୍କର ଏହି ଫଟୋକୁ ନେଇ ଟ୍ରୋଲ କରିଛନ୍ତି । ଆଉ ସେହି ଟ୍ରୋଲର ମାନଙ୍କୁ କଡ଼ା ଜବାବ ଦେଇଛନ୍ତି ,ସାରା । ସେ କହିଛନ୍ତି ‘ମୋ ଅଭିନୟରେ ଯଦି କେହି ମର୍ମାହତ ବା କେହି ଅସୁବିଧାରେ ପଡ଼ନ୍ତି ତେବେ ମୁଁ ନିଶ୍ଚୟ ସେଥିପ୍ରତି ଯତ୍ନବାନ ହେବି । ଆଉ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବି । କିନ୍ତୁ ଯଦି ମୋ ବ୍ୟକ୍ତିଗତ ଜୀବନକୁ ନେଇ କାହାକୁ ଅସୁବିଧା ହେଉଛି ତେବେ ମୁଁ ସେସବୁକୁ ଖାତିର କରେ ନାହିଁ । I Don't Care ।’ 

ସାରାଙ୍କ ଆଗାମୀ ଫିଲ୍ମ ଗ୍ୟାସ୍‌ଲାଇଟ୍‌ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମର ପ୍ରମୋସନ୍‌ ବେଳେ ହିଁ କିଛି ଟ୍ରୋଲର ସେହି ପୁରୁଣା ଫଟୋ କଥା ଉଠାଇଥିଲେ । କିନ୍ତୁ ସେସବୁକୁ ବାଏଁ ବାଏଁ ଉଡ଼ାଇଦେଇଛନ୍ତି ସାରା । 

 

ନିକଟରେ ସାରା ଏକ ସାକ୍ଷାତକାର ସମୟରେ ନିଜର ଆଗାମୀ ଫିଲ୍ମ ବିଷୟରେ କହିଛନ୍ତି । ସେଥିରେ ଗ୍ୟାସ୍‌ଲାଇଟ୍‌ କଥା ବି ଉଠାଇଛନ୍ତି । ଗ୍ୟାସ୍‌ଲାଇଟ୍‌ ହେଉଛି ଏକ ଥ୍ରିଲର ଓ ସସ୍‌ପେନ୍ସ ମୁଭି । ଏହାବ୍ୟତୀତ ତାଙ୍କର ଆଉ ଏକ ଫିଲ୍ମ ଆସୁଛି ଏ ବତନ ମେରେ ବତନ । ସେହିଭଳି ଅନୁରାଗ ବାସୁଙ୍କ ମେଟ୍ରୋ... ଇନ୍‌ ଦିନୋରେ ମଧ୍ୟ ସାରା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସବୁ ଫିଲ୍ମ ବ୍ୟତୀତ ଆହୁରି ଦୁଇଟି ପ୍ରୋଜେକ୍ଟରେ କାମ କରୁଛନ୍ତି ସାରା । ଯାହାର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଗ୍ୟାସ୍‌ଲାଇଟ୍‌ ଏବଂ ଏ ବତନ ମେରେ ବତନ୍‌ରେ ସାରା ଜଣେ ସ୍ୱାଧିନତା ସଂଗ୍ରାମୀ ଭୂମିକାରେ ନଜର ଆସିବେ ।