Advertisment

ପ୍ରଶଂସକଙ୍କୁ ଠେଲିଦେବାରୁ ବଡିଗାର୍ଡଙ୍କ ଉପରେ ରାଗିଗଲେ ଭାଇଜାନ୍‌

ବଡିଗାର୍ଡ ଶେରାଙ୍କ ଏପରି ବ୍ୟବହାରକୁ ଗ୍ରହଣ କରିନଥିଲେ ସଲମାନ। ଏପରିକି ସଲମାନ ସେହିଠାରେ ହିଁ ରାଗିଯାଇଥିଲେ।

ଅଦ୍ୟତନ ହୋଇଛି
Salman's Bodyguard Pushes Fan At Airport

salman's bodyguard pushes fan at airport

Advertisment

ବଲିଉଡ୍‌ ଷ୍ଟାର ସଲମାନ ଖାନ୍‌ ତାଙ୍କର ଫିଲ୍ମ Kisi Ka Bhai Kisi Ki Jaan ଫିଲ୍ମ ରିଲିଜ୍‌ ପରେ ଦୁବାଇରୁ ମୁମ୍ବାଇକୁ ଫେରିଛନ୍ତି। ଏୟାରପୋର୍ଟରେ ଆସୁଥିବା ବେଳେ ଜଣେ ପ୍ରଶଂସକଙ୍କୁ ଠେଲି ଦେବାରୁ ବଡିଗାର୍ଡଙ୍କ ଉପରେ ରାଗିଗଲେ ସଲମାନ।

Advertisment

ନିଜ ନିଜର ପସନ୍ଦର ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ଦେଖିଲେ, ଫ୍ୟାନ୍ସ ମାନେ ସେଲ୍ଫି ଓ ଅଟୋଗ୍ରାଫ୍‌ ନେବାକୁ ଚେଷ୍ଟା କରନ୍ତି। ଆଉ ସେଲ୍ଫି ନେଲା ପରେ ଫ୍ୟାନ୍ସ ମନ ହୋଇଯାଏ କୁଣ୍ଢେମୋଟ। ହେଲେ ଫ୍ୟାନ୍ସଙ୍କ ସବୁବେଳେ ବାଧକ ସାଜନ୍ତି ବଡିଗାର୍ଡ।

ଅଧିକ ପଢ଼ନ୍ତୁ: ମଞ୍ଚରେ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ; ଲାଜେଇ ଗଲେ ଭାଇଜାନ୍, କହିଲେ…

Advertisment

ଏହି କ୍ରମରେ ସଲମାନ ଏୟାରପୋର୍ଟ ଆସୁଥିବା ବେଳେ ଜଣେ ପ୍ରଶଂସକ ସଲମାନଙ୍କୁ ହ୍ୟାଣ୍ଡସେକ୍‌ କରିବା ପାଇଁ ହାତ ବଢାଇଥିଲେ। ହେଲେ ସଲମାନଙ୍କ ବଡିଗାର୍ଡ ଶେରା ଆଗକୁ ଚାଲିଆସି ପ୍ରଶଂସକଙ୍କ ହାତକୁ ଠେଲି ଦେଇଥିଲେ। ବଡିଗାର୍ଡ ଶେରାଙ୍କ ଏପରି ବ୍ୟବହାରକୁ ଗ୍ରହଣ କରିନଥିଲେ ସଲମାନ। ଏପରିକି ସଲମାନ ସେହିଠାରେ ହିଁ ରାଗିଯାଇଥିଲେ।  ତାହା ସଲମାନଙ୍କ ମୁହଁରୁ ବାରି ହୋଇପଡୁଥିଲା।

ସେପଟେ ସଲମାନଙ୍କୁ ବାରମ୍ବାର ଧମକ ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଗତ ମାର୍ଚ୍ଚ ୧୮ରେ ଇମେଲ୍‌ ଜରିଆରେ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ମୁମ୍ବାଇର ବାନ୍ଦ୍ରା ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ ପରେ ବିଷ୍ଣୋଇ ଗ୍ୟାଙ୍ଗ୍ ଦ୍ୱାରା ଏହି ଇମେଲ ପଠାଯାଇଥିବା ଜଣାପଡ଼ିଛି।   

Advertisment

ଜୀବନ ପ୍ରତି ବିପଦ ଦେଖି ଭାଇଜାନ୍‌ ଏବେ ଏକ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ କିଣିଛନ୍ତି । ସଲମାନ ନିକଟରେ ଏକ ମହଙ୍ଗା ବୁଲେଟ୍ ପ୍ରୁଫ୍ କାର(Bulletproof Car) କିଣିଛନ୍ତି । ସଲମାନ୍‌ ଖାନ୍‌ ପ୍ରାୟତଃ ଏକ ବିଳାସପୂର୍ଣ୍ଣ ଧଳା କାରରେ ଯିବାଆସିବା କରନ୍ତି । ହେଲେ ବାରମ୍ବାର ହତ୍ୟା ଧମକ ପରେ ଅତ୍ୟାଧୁନିକ ସୁବିଧା ତଥା ସୁରକ୍ଷା ପାଇଁ ସଲମାନ ନିଜ ପାଇଁ ନୂଆ ବୁଲେଟପ୍ରୁଫ୍ ନିସାନ୍ ପେଟ୍ରୋଲ୍ ଏସୟୁଭି କିଣିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କାର ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ଉପଲବ୍ଧ ନୁହେଁ । ଏହା କେବଳ ସଲମାନ ଖାନଙ୍କ ଦ୍ୱାରା ବିଶେଷ ଭାବରେ ଅର୍ଡର କରାଯାଇ ଅଣାଯାଇଛି ।

Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ