ରେଳ ଧାରଣାରେ ସାଇରନ ବଜାଇ ମାଡିଆସୁଛି ଟ୍ରେନ୍ । ହେଲେ ନାବାଳକକୁ ରିଲ୍ସ ନିଶା ଏପରି ଘାରିଛି ଯେ ଜୀବନକୁ ପାଣି ଛଡାଇ ରେଳ ଧାରଣା ଉପରେ ଶୋଇରହିଛି ସେ । ଆଉ ଏସବୁ ଚିତ୍ରକୁ ବାହାରେ ରହି ମୋବାଇଲରେ ଭିଡିଓ କରିବାକୁ ତାର ସାଙ୍ଗକୁ କହିଛି । ସାଙ୍ଗ ବି ଅତି ଆରାମରେ ରେଳ ଧାରଣା ବାହାରେ ଛିଡାହୋଇ ସାଙ୍ଗର ଏହି ଦୃଶ୍ୟକୁ ମୋବାଇଲରେ କଏଦ କରୁଛି ।
ତଳେ ସାଙ୍ଗ ଶୋଇଛି ଓ ଉପରେ ଟ୍ରେନ୍ ଚାଲୁଛି । ଜଣେ ସାଙ୍ଗ ଏଭଳି ରିଲ୍ସ ପାଇଁ ଡାଇରେକସନ ଦେଉଥିବାବେଳେ ଜଣେ ମୋବାଇଲରେ ସୁଟ କରୁଛି । ଆଉ ଜଣେ ସାଙ୍ଗ ରେଳ ଧାରଣାରେ ଶୋଇଛି । ଭିଡିଓରୁ ଜଣାପଡୁଛି, ଟ୍ରେନ ଆସିବା ଦେଖି କରୁଛନ୍ତି ରିଲ୍ସ । ତେବେ ରେଳ ଧାରଣାରେ ଶୋଇ ରିଲ୍ସ କରିବା ଘଟଣା ତିନି ନାବାଳକଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ ରେଲୱେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟ ପୁରୁଣାପାଣି ଷ୍ଟେସନ ନିକଟ ଡାଲୁପାଲିଠାରେ ଏଭଳି ବିପଦଜନକ ରିଲ୍ସ ସୁଟ ହୋଇ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଏବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ରେଲୱେ ପୋଲିସ ।
Also Read
ଏହି ଘଟଣାରେ ବୌଦ୍ଧ ଜିଲ୍ଲାର ସଂପୃକ୍ତ ତିନି ନାବାଳକଙ୍କୁ ଉଠାଇ ଆଣିବା ସହ ପଚରା ଉଚୁରା କରୁଛି ବଲାଙ୍ଗୀର ରେଲୱେ ପୋଲିସ । ଦୀର୍ଘ ଦିନର ଅପେକ୍ଷା ପରେ ଏବେ ବୌଦ୍ଧ ଜିଲ୍ଲାକୁ ରେଳ ଗଡିଥିବାବେଳେ ନାବାଳକଙ୍କ ଦ୍ୱାରା ଏଭଳି ବିପଦଜନକ ରିଲ୍ସ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ରିଲ୍ସ ରେଳ ଧାରଣାରେ କେହି ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶରେ ହଜିଥିଲା କଟକରୁ ମିଳିଲା, ୪ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ...
- Reported by:
- Rabindra Hota