Advertisment

‘ପଠାନ୍’ ସହ ଆସିବେ ‘ଭାଇଜାନ୍’; ସଲମାନ୍ ଦର୍ଶକଙ୍କୁ ଦେଲେ ଖୁସି ଖବର

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ବଣ୍ଡିଂ ସମସ୍ତେ ଜାଣନ୍ତି। କିଛି ଦିନ ହେବ ଉଭୟ ପରସ୍ପରକୁ ପ୍ରମୋସନ କରୁଥିବା ଦେଖାଯାଏ। ‘ପଠାନ୍’ ସହ ଏବେ ‘ଭାଇଜାନ୍’ ଆସିବେ ବୋଲି ଖବର ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan's Kisi Ka Bhai Kisi Ki Jaan Teaser

Salman khan kisi ka bhai kisi ki jaan teaser out with pathaan

ସଲମାନ ଖାନ ଏବଂ ଶାହରୁଖ ଖାନ ଙ୍କ ମଧ୍ୟରେ ଏକ ଖାସ ଭାବ ରହିଛି। କିଛି ଦିନ ହେବ ଉଭୟ ପରସ୍ପରକୁ ପ୍ରମୋସନ କରୁଥିବା ଦେଖାଯାଏ। ବର୍ତ୍ତମାନ ସଲମାନ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେଇଛନ୍ତି। ଜାନୁଆରୀ ୨୫ରେ ସଲମାନଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ'ର ଟିଜର 'ପଠାନ' ସହିତ ମୁକ୍ତିଲାଭ କରିବ। ଏହା ହେବ ଶାହରୁଖ ଏବଂ ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଡବଲ୍ ଟ୍ରିଟ୍। ସଲମାନ ଇନ୍‌ଷ୍ଟାଗ୍ରାମ୍‌ ରେ ଏହି ସୂଚନା ଶେୟାର କରିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

Advertisment

ଏହି ବର୍ଷର ଶାହରୁଖ ଖାନଙ୍କର ପ୍ରଥମ ଚଳଚ୍ଚିତ୍ର 'ପଠାନ' ଗଣତନ୍ତ୍ର ଦିବସ ପୂର୍ବରୁ ଜାନୁଆରୀ ୨୫ରେ ରିଲିଜ୍‌ ହେବ। ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ସ୍ପଷ୍ଟ ଦେଖାଯାଉଛି। ଫିଲ୍ମର ଆଡ୍‌ଭାନ୍ସ ବୁକିଂ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଏବେ ସଲମାନ ପ୍ରଶଂସକଙ୍କ ଖୁସିକୁ ଦ୍ୱିଗୁଣିତ କରିଛନ୍ତି। ଗୋଟିଏ ପଟେ 'ପଠାନ' ପ୍ରେକ୍ଷାଳୟରେ ଟକ୍କର ଦେବ। ଅନ୍ୟପଟେ ସଲମାନ ତାଙ୍କ ଫିଲ୍ମର ଝଲକ ଦେଖେଇବେ।

Advertisment

ଅଧିକ ପଢ଼ନ୍ତୁ: 'ପଠାନ'ର ପ୍ରମୋସନ ପାଇଁ ଶାହରୁଖଙ୍କ ସର୍ତ୍ତ; ରାମ ଚରଣଙ୍କୁ କରିବାକୁ ହେବ ଏହି କାମ

ଏହି ଟିଜର ସହିତ ସଲମାନ ଏକ ସ୍ୱତନ୍ତ୍ର ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋରେ ସଲମାନଙ୍କ ଲମ୍ବା ଚୁଟି ଥିବା ଦେଖିବାକୁ ମିଳେ। ଏହି ପୋଷ୍ଟର କ୍ୟାପ୍‌ସନ୍‌ରେ ସଲମାନ ଲେଖିଛନ୍ତି, “କିସି କା ଭାଇ କିସି କୀ ଜାନ ଟିଜର ଏବେ ବଡ ପରଦାରେ ଦେଖନ୍ତୁ'। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଶାହରୁଖଙ୍କ ଫିଲ୍ମ 'ପଠାନ' ସହିତ ତାଙ୍କ ଫିଲ୍ମର ଝଲକ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଖବର ଶାହରୁଖ ଏବଂ ସଲମାନଙ୍କ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ହୋଇଯାଇଛି।

Salman Khan Shah Rukh Khan Pathan Shahrukh Khan
Advertisment
Advertisment