Advertisment

Daughter Missing: ଶୋଇଥିଲା ଝିଅ, ହଠାତ୍ କୁଆଡ଼େ ନିଖୋଜ ହୋଇଗଲା

ଜଂଘାର ଗାଁର ଶୈଳବାଳା ପୃଷ୍ଟିଙ୍କ ୧୪ବର୍ଷୀୟ ଝିଅ ଜୁନ୍‌ ୨୦ ତାରିଖରୁ ହଠାତ୍ ନିଖୋଜ ହୋଇଯାଇଛି। ରାତିରେ ଖାଇପିଇ ବାପା ମା’ଙ୍କ ଶୋଇଥିଲା ଝିଅ। ଅଧରାତିରେ କବାଟ ମେଲା, ଝିଅ ନାହିଁ। ହଠାତ ଝିଅକୁ ନ ପାଇ ବାପାମାଆ ଚିନ୍ତିତ ହୋଇପଡ଼ିଥିଲେ । କୁଆଡେ ଗଲା ଝିଅ, ଗାଁରେ ପଡ଼ିଥିଲା ଚହଳ।

author-image
Tapaswini Nayak
ଅଦ୍ୟତନ ହୋଇଛି
ଝିଅ ନିଖୋଜ

ଝିଅ ନିଖୋଜ

କୁଆଡ଼େ ଗଲା ପୁରୀ କଣାସ ଅଞ୍ଚଳର ୧୪ ବର୍ଷୀୟା ନାବାଳିକା ? ୨୬ ଦିନ ପରେ ବି ମିଳୁନି ପତ୍ତା। ଝିଅକୁ ଫେରାଇ ଆଣିବାକୁ ବୁକୁ ଫଟାଇ ଚିତ୍କାର କରୁଛି ମାଆ। କେଉଁଠି ଅଛି ମୋ ଗେଲି , ତାକୁ ଖୋଜି ଆଣ ? ହେଲେ ଝିଅର ଏପର୍ଯ୍ୟନ୍ତ ମିଳିନି ପତ୍ତା। । ହତାଶ ବାପାମା’, ମୁଣ୍ଡ କିଛି କାମ କରୁନି। ନିଖୋଜ ଝିଅକୁ ଫେରି ପାଇବା ପାଇଁ ଏସଡିପିଓ, ଏସପି ଏବଂ ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେଣି ପରିବାର ଲୋକେ। ଏତେସବୁ ପରେ ପୋଲିସର ହାତଖାଲି।

Advertisment

ଜଂଘାର ଗାଁର ଶୈଳବାଳା ପୃଷ୍ଟିଙ୍କ ୧୪ବର୍ଷୀୟ ଝିଅ ଜୁନ୍‌ ୨୦ ତାରିଖରୁ ହଠାତ୍ ନିଖୋଜ ହୋଇଯାଇଛି। ରାତିରେ ଖାଇପିଇ ବାପା ମା’ଙ୍କ ସହ ଶୋଇଥିଲା ଝିଅ। ଅଧରାତିରେ କବାଟ ମେଲା, ଝିଅ ନାହିଁ। ହଠାତ ଝିଅକୁ ନ ପାଇ ବାପାମାଆ ଚିନ୍ତିତ ହୋଇପଡ଼ିଥିଲେ । କୁଆଡେ ଗଲା ଝିଅ, ଗାଁରେ ପଡ଼ିଥିଲା ଚହଳ।

ବହୁ ଖୋଜାଖୋଜି ପରେ ବି ମିଳି ନଥିଲେ ନାବାଳିକା। ଏପଟେ ହଜିଲା ଝିଅକୁ ପାଇବା ଆଶାରେ ଥାନାରେ ଗୁହାରୀ କରିଥିଲେ ବାପାମାଆ। ଆଣିଥିଲେ ସାଂଘାତିକ ଅଭିଯୋଗ।

Advertisment

ସେହି ଗାଁର ଜଣେ ଯୁବକ ଝିଅକୁ ପୂର୍ବରୁ ଅଶ୍ଳୀଳ ଇଙ୍ଗିତ କରୁଥିଲା ଓ ସ୍କୁଲ ଯିବା ବାଟରେ ହଇରାଣ ହରକତ କରୁଥିଲା। ତେଣୁ ଉକ୍ତ ଯୁବକ ଗାଁର ଆଉ ଜଣେ ଯୁବକଙ୍କ ସହ ମିଶି ଝିଅକୁ ବାଇକରେ ନେଇଯାଇଛି ବୋଲି କରିଥିଲେ ଅଭିଯୋଗ । ଗତ ୨୧ ତାରିଖରେ କଣାସ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ଏଯାଏଁ ନାବାଳିକାଙ୍କ ପତ୍ତା ମିଳିନି ।

କଣାସ ଥାନା ପୋଲିସ କୌଣସି ସହଯୋଗ କରୁନଥିବା ଅଭିଯୋଗ କରି, ପିପିଲି ଏସଡିପିଓ, ପୁରୀ ଏସପି ଓ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଝିଅର ମାଆ। ତେବେ ଏନେଇ କଣାସ ଥାନା ପୋଲିସର ପ୍ରତିକ୍ରିୟା ମିଳିନଥିବା ବେଳେ, ପୁରୀ ଏସପି କହିଛନ୍ତି, ଘଟଣା ଉପରେ ଅନୁଧ୍ୟାନ କରାଯାଉଛି। ପରେ ଏନେଇ ବିସ୍ତୃତ ତଥ୍ୟ ଦିଆଯିବ । ତେବେ ନିଖୋଜ ନାବାଳିକା କେବେ ବାପାମାଆଙ୍କ କୋଳକୁ ଫେରିବ, ଅପେକ୍ଷାରେ ସମସ୍ତେ।

Sexual Harassment Minor Girl Missing Mother Cries
Advertisment
Advertisment