/odishatv-khabar/media/post_attachments/uploadimage/library/16_9/16_9_0/Saiyaara_1752998662.jpg)
Saiyaara
ମୋହିତ ସୁରୀଙ୍କ ଫିଲ୍ମ 'ସୈୟାରା' ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ପ୍ରଥମ ଦିନରେ ଏହା ୨୧ କୋଟି ଟଙ୍କାର ଓପନିଂ କରିଥିଲା। ଦ୍ୱିତୀୟ ଦିନରେ ଏହା ଆହୁରି ଅଧିକ ରୋଜଗାର କରିଛି। ମାତ୍ର ଦୁଇ ଦିନରେ ଫିଲ୍ମର ମୋଟ ଆୟ ୫୦ କୋଟି ଟଙ୍କା ପାଖାପାଖି ହୋଇଛି। ଫିଲ୍ମ ଆଡଭାନ୍ସ ବୁକିଂରେ ବଡ଼ ବଡ଼ ଷ୍ଟାରଙ୍କୁ ପଛରେ ପକାଇ ଦେଇଥିଲା । ଏବେ ବକ୍ସଅଫିସ କଲେକ୍ସନ ବଡ଼ ଫିଲ୍ମଗୁଡ଼ିକୁ ମଧ୍ୟ ପଛରେ ପକାଇଛି।
ରିପୋର୍ଟ ଅନୁସାରେ 'ସୈୟାରା' ଦ୍ୱିତୀୟ ଦିନରେ ଘରୋଇ ବକ୍ସ ଅଫିସରେ ୨୪.୫ କୋଟି ଟଙ୍କା ରୋଜଗାର କରିଛି। ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଏହାର ଆୟ ପ୍ରାୟ ୧୬.୬ ପ୍ରତିଶତ ବୃଦ୍ଧି ପାଇଛି। ଦୁଇ ଦିନରେ ଫିଲ୍ମର ମୋଟ ଆୟ ୪୫.୫ କୋଟି ଟଙ୍କା ହୋଇଛି। ଯଦି ଏଭଳି ଫିଲ୍ମ ରୋଜଗାର କରିଚାଲେ, ତେବେ ତିନି ଦିନରେ, ଅର୍ଥାତ୍ ଓପନିଂ ଓ୍ଵିକେଣ୍ଡରେ, ଏହାର ଆୟ ୫୦ କୋଟି ଟଙ୍କା ପାର କରିଯିବ।
ଅଧିକ ପଢନ୍ତୁ: ସୁନା ଚୋରା ଚାଲାଣ ମହଙ୍ଗା ପଡ଼ିଲା, ଜେଲରେ ରହିବେ ବର୍ଷେ
ରିଲିଜର ଦ୍ୱିତୀୟ ଦିନରେ ଫିଲ୍ମର ଅକ୍ୟୁପେନ୍ସି ସବୁଠାରୁ ଅଧିକ ରାତି ଶୋ’ରେ ଦେଖାଯାଇଛି । କିଛି ଦିନ ତଳେ ମିଡ଼ିଆ ରିପୋର୍ଟରେ କୁହାଯାଇଥିଲା ଅଧିକ ଡିମାଣ୍ଡ ଯୋଗୁଁ ଫିଲ୍ମର ଲେଟ୍ ନାଇଟ୍ ଶୋ’ ବଢ଼ାଇ ଦିଆଯାଇଛି। ଏହାର ଲାଭ ଏବେ ଫିଲ୍ମର ଆୟ ଉପରେ ଦେଖାଯାଉଛି।
'ସୈୟାରା'ର ଚର୍ଚ୍ଚା ରିଲିଜ ପୂର୍ବରୁ ହିଁ ଥିଲା। ଯଶରାଜ ଫିଲ୍ମସ୍ ଏହାର ମାର୍କେଟିଂ ରଣନୀତି ଏତେ ଦମଦାର କରିଥିଲା ଯେ ମୁଖ୍ୟ ଅଭିନେତା ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କୁ କୌଣସି ବି ଇଭେଣ୍ଟରେ ଦେଖିବାକୁ ମିଳିନଥିଲା ।
୨୦୨୫ର ଚତୁର୍ଥ ସବୁଠାରୁ ବଡ଼ ଓପନିଂ କରିଥିବା ଫିଲ୍ମ ହୋଇଛି 'ସୈୟାରା' । ଲୋକମାନେ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି। ଏହାର ଗୀତ ଏବଂ ଦୁଇ ଷ୍ଟାରଙ୍କ ଅଭିନୟକୁ ମଧ୍ୟ ପସନ୍ଦ କରାଯାଉଛି।
#OneWordReview...#Saiyaara: OUTSTANDING.
Rating: ⭐️⭐️⭐️⭐️½#MohitSuri is back – and so is the romance genre... Love. Heartbreak. Drama. Music – #Saiyaara soars high... #AhaanPanday and #AneetPadda are sensational... UNMISSABLE! #SaiyaaraReviewpic.twitter.com/pL4duTrjMB— 𝐀𝐬𝐡𝐢𝐬𝐡 𝐌𝐚𝐧𝐝𝐚𝐥 🇮🇳 (@ashishmandalakm) July 18, 2025
ଏବେ ଦେଖିବାକୁ ବାକି ଯେ ପ୍ରଥମ ରବିବାରରେ ଏହି ଫିଲ୍ମ କେତେ ରୋଜଗାର କରିବ। ବାକି ଅସଲ ପରୀକ୍ଷା ତ ସୋମବାର ଠାରୁ ଆରମ୍ଭ ହେବ। ଫିଲ୍ମରେ ଅହାନ ଏବଂ ଅନୀତଙ୍କ ବ୍ୟତୀତ ଆଲମ ଖାନ, ରାଜେଶ କୁମାର, ବରୁଣ ବଡୋଲା ଏବଂ ଗୀତା ଶର୍ମା ମଧ୍ୟ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)