Advertisment

Saif Ali Khan Family Tree: ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

ମନ୍‌ସୁର ଅଲି ଖାନ ପଟୌଦୀ ଏବଂ ଶର୍ମିଲା ଟାଗୋରଙ୍କ ବିବାହ ହେଉଛି ପଟୌଦୀ ପରିବାରର ପ୍ରଥମ ହାଇ-ପ୍ରୋଫାଇଲ୍ ବିବାହ। ଏହି ବିବାହ ଏବଂ ଏହା ପରର ସମସ୍ତ ପିଢି ବଲିଉଡରେ ଚର୍ଚ୍ଚା ସାଉଁଟିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Saif ali khan family tree father mother wife son

Saif ali khan family tree father mother wife son

ପଟୌଦୀ ପରିବାରର ନବାବ ସୈଫ୍‌ ଅଲି ଖାନଙ୍କ ଘରେ ଅନେକ ବଲିଉଡ୍‌ ତାରକା ଅଛନ୍ତି। ମନ୍‌ସୁର ଅଲି ଖାନ ପଟୌଦୀ ଏବଂ ଶର୍ମିଲା ଟାଗୋରଙ୍କ ବିବାହ ହେଉଛି ଏହି ଘରର ପ୍ରଥମ ହାଇ-ପ୍ରୋଫାଇଲ୍ ବିବାହ। ଏହି ବିବାହ ଏବଂ ଏହା ପରର ସମସ୍ତ ପିଢି ବଲିଉଡରେ ଚର୍ଚ୍ଚା ସାଉଁଟିଛନ୍ତି।

Advertisment

ଶର୍ମିଲା ଟାଗୋରଙ୍କ ବାପାମାଆ ଉଭୟ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ପର୍କୀୟ ଥିଲେ। ତେବେ ଆସନ୍ତୁ ସୈଫ୍‌ ଅଲି ଖାନଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

ମନ୍‌ସୁର ଅଲି ଖାନ ପଟୌଦୀ:

ଆଜି ଭାରତର କିମ୍ବଦନ୍ତୀ କ୍ରିକେଟର ମନ୍‌ସୁର ଅଲି ଖାନ ପଟୌଦୀଙ୍କ ପରିବାର କ୍ରିକେଟ୍ ଜଗତ ଠାରୁ ବଲିଉଡ ପର୍ଯ୍ୟନ୍ତ ସବୁଆଡେ ଆଲୋଚନାର ବିଷୟ। ମନ୍‌ସୁର ଅଲି ଖାନ ଏବଂ ଶର୍ମିଲାଙ୍କ ବିବାହ ଅନେକ ଆଲୋଚନା ସୃଷ୍ଟି କରିଥିଲା।

Advertisment
Saif ali khan family tree father mother wife son ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

ଶର୍ମିଲା ଟାଗୋର:

ପଟୌଦୀ ଖାନଦାନ୍‌ରେ ନବାବ ସୈଫ୍‌ ଅଲ୍ଲୀ ଖାନଙ୍କ ଘରେ ତାଙ୍କ ମା’ଙ୍କ ହାଇ ପ୍ରୋଫାଇଲ ବିବାହ ପରେ ବଲିଉଡରେ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ସୈଫ୍‌ ଅଲି ଖାନଙ୍କ ମା ଶର୍ମିଲା ଟାଗୋର କଲିକତାର ଏକ ପ୍ରସିଦ୍ଧ ପରିବାରର ଝିଅ, ଯିଏ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ସହ ମଧ୍ୟ ଜଡିତ।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଶର୍ମିଲା ଟାଗୋରଙ୍କୁ 'ଆରାଧନା', 'ଅମର ପ୍ରେମ', 'ଅନୁପମା', 'ମୌସୁମ' ଭଳି ହିଟ୍ ଫିଲ୍ମରେ ଦେଖିବାକୁ ମିଳିଛି। ଶର୍ମିଲାଙ୍କ ବଡ଼ ଝିଅ ସବା ଅଲି ଖାନ ଚଳଚ୍ଚିତ୍ର ଦୁନିଆରୁ ଦୂରରେ ଅଛନ୍ତି।

ସୈଫ୍ ଅଲି ଖାନ:

ମନ୍‌ସୁର ଅଲି ଖାନ ପଟୌଦୀ ଏବଂ ଶର୍ମିଲା ଟାଗୋରଙ୍କ ପୁଅ ସୈଫ୍‌ ଅଲି ଖାନ ମଧ୍ୟ ବଲିଉଡ୍‌ରେ ଅନେକ ନାଁ ଅର୍ଜନ କରିଛନ୍ତି। ସୈଫ୍‌ 'କଲ୍‌ ହୋ ନା ହୋ', 'ହମ୍‌ ସାଥ୍‌ ସାଥ୍‌ ହେ', 'ମେ ଖିଲାଡି ତୁ ଅନାଡୀ', 'ଦିଲ ଚାହତା ହେ', 'ପରମ୍ପରା' ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି।


ଅମୃତା ସିଂହ:

ସୈଫ୍‌ ଅଲି ଖାନ ପ୍ରଥମେ ବଲିଉଡ୍‌ର ଅନ୍ୟତମ ବଡ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। ଅମୃତା 'ବେତାବ୍', 'ସାହେବ', 'ଚମେଲି କି ଶାଦୀ' ଏବଂ 'ନାମ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

କରୀନା କପୁର ଖାନ:

ଅମୃତା ସିଂହଙ୍କଠାରୁ ଅଲଗା ହେବା ପରେ ସୈଫ୍ କରୀନା କପୁରଙ୍କୁ ବିବାହ କରିଛନ୍ତି। କରୀନା ମଧ୍ୟ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାଁ। କରୀନା 'ଜବ୍‌ ୱି ମେଟ୍‌', 'ଗୋଲମାଲ', 'ଥ୍ରୀ ଇଡିଅଟ୍ସ', 'ହଲଚଲ', 'କଭି ଖୁସି କଭି ଗମ୍‌' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

ସାରା ଅଲି ଖାନ୍:

ସୈଫ୍‌ ଏବଂ ଅମୃତାଙ୍କ ଝିଅ ହେଉଛନ୍ତି ସାରା ଅଲି ଖାନ। ସୌନ୍ଦର୍ଯ୍ୟ ଏବଂ ଅଭିନୟ କାରଣରୁ ସାରା ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ସୈଫ୍‌ଙ୍କ ଝିଅ ତାଙ୍କ ଫିଲ୍ମ 'ସ୍କାଏ ଫୋର୍ସ' ପାଇଁ ବ୍ୟସ୍ତ ଅଛନ୍ତି। ସାରାଙ୍କୁ 'ଅତରଙ୍ଗି ରେ', 'ଲଭ୍ ଆଜ୍ କଲ୍', 'କେଦାରନାଥ' ଭଳି ଦମଦାର ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।


ଇବ୍ରାହିମ ଅଲି ଖାନ:

ସୈଫ ଏବଂ ଅମୃତାଙ୍କ ପୁଅ ଇବ୍ରାହିମ ଅଲି ଖାନ ମଧ୍ୟ ଜଣେ ଷ୍ଟାର୍। ସେ ତାଙ୍କ ବାପାଙ୍କୁ ଅନୁସରଣ କରନ୍ତି। ଇବ୍ରାହିମ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ତୈମୁର୍‌ ଏବଂ ଜେହ ଅଲି ଖାନ:

କରୀନା ଏବଂ ସୈଫ୍‌ଙ୍କ ପୁଅ ତୈମୁର ଅଲି ଖାନ ମଧ୍ୟ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଜେହ ଅଲି ଖାନ ହେଉଛନ୍ତି କରୀନା ଏବଂ ସୈଫଙ୍କ ସାନପୁଅ। ଜେହ ତାଙ୍କର ନଖରାମୀ ପାଇଁ ପାପାରାଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ସୈଫ୍‌ଙ୍କ ପିତୃ ବିୟୋଗ ପରେ ଚାଲିଯାଇଥିଲା ସମ୍ପତ୍ତି; ବହୁ ସଂଗ୍ରାମ କରି ପୁଣି ପାଇଥିଲେ

ସୋହା ଅଲି ଖାନ:

ଶର୍ମିଲା ଟାଗୋର ଏବଂ ମନ୍‌ସୁର୍ ଅଲି ଖାନଙ୍କ ଝିଅ ସୋହା ଅଲି ଖାନ ମଧ୍ୟ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋହା ଅଲି ଖାନଙ୍କୁ 'ଅହିସ୍ତା-ଅହିସ୍ତା', 'ଶାଦୀ ନମ୍ବର ୱାନ୍‌', 'ତୁମ୍‌ ମିଲେ', '୩୧ ଅକ୍ଟୋବର' ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳେ।

କୁଣାଲ ଖେମୁ:

ଅଭିନେତା କୁଣାଲ ଖେମୁ ସୋହାଙ୍କୁ ବିବାହ କରିଛନ୍ତି। ସୋହା ଏବଂ କୁଣାଲଙ୍କ ଝିଅର ନାଁ ହେଉଛି ଇନାୟା। ତାଙ୍କୁ 'ମଲଙ୍ଗ', 'ଗୋଲମାଲ ଏଗେନ୍', 'ଗୋ ଗୋଆ ଗନ୍' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।

Saif Ali Khan Sara Ali Khan Sharmila Tagore Bollywood Ibrahim Ali Khan Kareena Kapoor
Advertisment
Advertisment