Advertisment

Saif ali Khan Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ

ଛୁରା ମାଡ଼ ପରେ ହସ୍ପିଟାଲରେ ୬ ଦିନ ଧରି ଚିକିତ୍ସା ପରେ ମଙ୍ଗଳବାର ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୁସ୍ଥ ହେବା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ବାନ୍ଦ୍ରା ସ୍ଥିତ ଘରେ ପଶି ଦୁର୍ବୃତ୍ତ ଛୁରା ମାଡ଼ କରିବାରୁ ଗୁରୁତର ଆହତ ହୋଇଥିଲେ ସୈଫ ।

ଅଦ୍ୟତନ ହୋଇଛି
saif ali khan

saif ali khan

Advertisment

ଛୁରା ମାଡ଼ ପରେ ହସ୍ପିଟାଲରେ ୬ ଦିନ ଧରି ଚିକିତ୍ସା ପରେ ମଙ୍ଗଳବାର ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୁସ୍ଥ ହେବା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ବାନ୍ଦ୍ରା ସ୍ଥିତ ଘରେ ପଶି ଦୁର୍ବୃତ୍ତ ଛୁରା ମାଡ଼ କରିବାରୁ ଗୁରୁତର ଆହତ ହୋଇଥିଲେ ସୈଫ । ସପ୍ତାହେ ଯାଏଁ ସଂପୂର୍ଣ୍ଣ ବେଡ୍ ରେଷ୍ଟ ପାଇଁ ସୈଫଙ୍କୁ କହିଛନ୍ତି ଡାକ୍ତର । ଏହି ସମୟରେ ତାଙ୍କୁ କେହି ନଭେଟିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତର ଏଭଳି ପରାମର୍ଶ ଦେଇଥିବା ସୂଚନା ମିଳିଛି । ତେବେ ସୈଫଙ୍କ ସୁରକ୍ଷା ପାଇଁ ତାଙ୍କ ଘର ବାହାରେ ପୋଲିସ ମୁତୟନ କରାଯାଇଛି ।

Advertisment

ଗତ ଗୁରୁବାର ଦିନ ସୈଫ୍ ଅଲ୍ଲୀଙ୍କୁ ବାଂଲାଦେଶୀ ଯୁବକ ସୈଫୁଲ ଇସଲାମ ସେହଜାଦ ଘରେ ପଶି ଛୁରି ମାଡ଼ କରିଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୈଫ୍। ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଥିଲା। ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରି ଅଭିଯୁକ୍ତ ଘରୋଇ ସହାୟିକାଙ୍କ ସହ ଯୁକ୍ତିତର୍କ କରିଥିଲା। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣକ ତାଙ୍କୁ ଛୁରାମାଡ କରିଥିଲା। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ମାମଲାର ତଦନ୍ତ ଜାରି ରହିଛି। ସୈଫ ନିଜ ଘରେ ସ୍ତ୍ରୀ କରୀନା କପୁର ଖାନ, ପୁଅ ତୈମୁର ଓ ଜେହ ସହିତ ଶୋଇଥିଲେ। ଘରୋଇ ସହାୟିକାଙ୍କ ସହ ଯୁବକ ଜଣକ ଯୁକ୍ତିତର୍କ କରୁଥିବା ବେଳେ ସୈଫ ଉଠି ପଡିଥିଲେ। ଯୁବକ ଓ ସୈଫଙ୍କ ମଧ୍ୟରେ ଝଗଡା ହେବା ପରେ ଯୁବକ ଜଣଙ୍କ ସୈଫଙ୍କୁ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Advertisment

ମୁମ୍ବାଇ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ୭ଟି ଟିମ ଗଠନ କରାଯାଇଥିଲା। ଏହା ମଧ୍ୟରୁ ୩ଟି ଟିମ ମୁମ୍ବାଇରେ ଓ ଗୋଟିଏ ଟିମ୍ ମୁମ୍ବାଇ ବାହାରେ ଅଭିଯୁକ୍ତର ସନ୍ଧାନ କରିଥିଲେ। ସୁରାକ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୩ ଜଣ ଘରୋଇ ସହାୟକଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା।

ନିକଟରେ ସୈଫ ଅଲୀ ଖାନ ପରିବାର ସହିତ ସ୍ବିଜରଲାଣ୍ଡରେ ନୂଆବର୍ଷ ଛୁଟି କାଟି ଗତ ସପ୍ତାହରେ ଫେରିଥିଲେ। ସୈଫ ନିକଟରେ ତେଲୁଗୁ ଫିଲ୍ମ ଦେବରା ପାର୍ଟ-୧ରେ ନଜର ଆସିଥିଲେ। ସୈଫଙ୍କ ବ୍ୟତୀତ ଜୁନିୟର ଏନଟିଆର, ଜାହ୍ନବୀ କପୁର, ପ୍ରକାଶ ରାଜ, ଶ୍ରୀକାନ୍ତ ମେକା, ଟମ ସାଇନ ଚାକୋ ଓ ନାରାୟଣ ଏହି ଫିଲ୍ମରେ ନଜର ଆସିଥିଲେ। ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ ଓ ହିନ୍ଦି ଭାଷାରେ ଏକା ସାଙ୍ଗରେ ରିଲିଜ ହୋଇଥିଲା। ଏହି ଫିଲ୍ମଟି ୫୨୧ କୋଟି ଟଙ୍କା ଆୟ କରିଥିଲା।

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

Saif Ali Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ