Advertisment

Saif Ali Khan Attack Case: ସୈଫ୍‌ଙ୍କୁ ଆକ୍ରମଣ ନେଇ ବଡ଼ ଖୁଲାସା; ଏହି ବ୍ୟକ୍ତିଙ୍କ ସହାୟତାରେ ଭାରତ ଆସିଥିଲା ଆକ୍ରମଣକାରୀ

ପୋଲିସର ସୂଚନାନୁସାରେ, ସୈଫ୍‌ ଅଲି ଖାନଙ୍କ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ସରିଫୁଲ ଇସ୍‌ଲାମ୍‌ ସାତ ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ତେବେ ସେ କିପରି ଭାରତ ଆସିଲା ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Saif Ali Khan Attack Case

Saif Ali Khan Attack Case

Advertisment

ଜାନୁଆରୀ ୧୬ରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲି ଖାନଙ୍କ ଉପରେ ହୋଇଥିବା ଛୁରୀ ଆକ୍ରମଣରେ ଅଭିଯୁକ୍ତ ସମ୍ପର୍କରେ ଅନେକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ବାଂଲାଦେଶୀ ନାଗରିକ ସରିଫୁଲ ଇସ୍‌ଲାମ୍‌ ଶେହଜାଦ ମହମ୍ମଦ ରୋହିଲା ଅମିନ ଫକିର ସାତ ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା।

Advertisment

ଏହା ପରେ ସେ ପଶ୍ଚିମବଙ୍ଗର ବାସିନ୍ଦାଙ୍କ ଆଧାର କାର୍ଡ ବ୍ୟବହାର କରି ସିମ୍ କାର୍ଡ ପାଇଥିଲା। ଏହା କରିବା ପରେ ସେ ମୁମ୍ବାଇ ଆସି କାମ ଖୋଜିବା ଆରମ୍ଭ କରିଥିଲା।

ଅଧିକ ପଢ଼ନ୍ତୁ: Saif Ali Khan Stabbed: ‘ଜାଣି ନ ଥିଲି ମୋ ଗାଡ଼ିରେ ସୈଫ ଅଛନ୍ତି’

ନଦୀ ପାର ହୋଇ ଭାରତରେ ପ୍ରବେଶ:

ପୋଲିସ ରବିବାର ଦିନ ଏହି ଆକ୍ରମଣର ଅଭିଯୁକ୍ତଙ୍କୁ (୩୦) ଥାନେରୁ ଗିରଫ କରିଥିଲା। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ସାତ ମାସ ପୂର୍ବରୁ ଡାକି ନଦୀ ପାର ହୋଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ଏହା ପରେ ସେ ତାଙ୍କ ନାଁ ବିଜୟ ଦାସକୁ ପରିବର୍ତ୍ତନ କରିଥିଲା। ପୋଲିସ କହିଛି ଯେ ଅଭିଯୁକ୍ତ ପଶ୍ଚିମବଙ୍ଗରେ କିଛି ସପ୍ତାହ ବିତାଇଥିଲା।

Advertisment

ସ୍ଥାନୀୟ ବ୍ୟକ୍ତିଙ୍କ ଆଧାର କାର୍ଡରେ ସିମ୍ କାର୍ଡ:

ପୋଲିସର ସୂଚନାନୁସାରେ, ସ୍ଥାନୀୟ ବ୍ୟକ୍ତିଙ୍କ ଆଧାର କାର୍ଡ ବ୍ୟବହାର କରି ଅଭିଯୁକ୍ତ ସିମ୍ କାର୍ଡ ପାଇଥିଲା। ଏହା ପରେ ସେ ମୁମ୍ବାଇ ଆସି କାମ ଖୋଜିବା ଆରମ୍ଭ କଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଦ୍ୱାରା ବ୍ୟବହୃତ ସିମ୍ କାର୍ଡ ପଶ୍ଚିମବଙ୍ଗର ଖୁକୁମୋନି ଜାହାଙ୍ଗୀର ସେଖାଙ୍କ ନାଁରେ ପଞ୍ଜିକୃତ ହୋଇଛି।

ଆଧାର ତିଆରି କରିବାର ପ୍ରୟାସ ବିଫଳ:

ପୋଲିସ ଏହା ମଧ୍ୟ କହିଛି ଯେ ସରିଫୁଲ୍‌ ଇସ୍‌ଲାମ୍‌ ନିଜ ପାଇଁ ଆଧାର କାର୍ଡ ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇନଥିଲା। ଅଭିଯୁକ୍ତ ମୁମ୍ବାଇରେ ସେହି ସ୍ଥାନରେ କାମ କରିଥିଲା ଯେଉଁଠାରେ ତାକୁ କୌଣସି ଡକ୍ୟୁମେଣ୍ଟ ଦାଖଲ କରିବା ଆବଶ୍ୟକ ନ ଥିଲା।

Advertisment

ଅଧିକ ପଢ଼ନ୍ତୁ:  ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

କିପରି ଜାଣିଲା ପୋଲିସ୍:

ଜଣେ ଶ୍ରମିକ ଠିକାଦାର ଅମିତ ପାଣ୍ଡେ ତାଙ୍କୁ ଥାନେ ଏବଂ ବର୍ଲିର ପବ୍ ଏବଂ ହୋଟେଲରେ ହାଉସ୍‌ କିପିଙ୍ଗ୍ କାମ ଦେବାରେ ସାହାଯ୍ୟ କରିଥିଲେ। ଯେତେବେଳେ ପୋଲିସ ଅଭିଯୁକ୍ତର ମୋବାଇଲ୍ ଫୋନ୍ ଯାଞ୍ଚ କଲା, ସେତେବେଳେ ଜଣାପଡିଥିଲା ଯେ ସେ ବାଂଲାଦେଶରେ ଅନେକ ନମ୍ବରକୁ ଫୋନ୍ କରି ମୋବାଇଲ୍ ଆପ୍ ମାଧ୍ୟମରେ ନିଜ ପରିବାର ସହ ଯୋଗାଯୋଗ କରିଥିଲା।

ପୋଲିସ ହେପାଜତରେ ଅଭିଯୁକ୍ତ:

ସୂଚନାଯୋଗ୍ୟ ଯେ ଜାନୁଆରୀ ୧୬ରେ ଅଭିଯୁକ୍ତି ସୈଫ୍‌ ଅଲି ଖାନଙ୍କ ବାନ୍ଦ୍ରାସ୍ଥିତ  ୧୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅନେକ ଥର ପ୍ରବେଶ କରିବା ପରେ ଶେଷରେ ଆକ୍ରମଣ କରିଥିଲା, ଯାହା ପରେ ଅଭିନେତାଙ୍କୁ ସର୍ଜରୀ କରିବାକୁ ପଡିଥିଲା। ଏହି ମାମଲାରେ ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ୍‌ କୋର୍ଟ ଅଭିଯୁକ୍ତଙ୍କୁ ପାଞ୍ଚ ଦିନ ପୋଲିସ ହେପାଜତକୁ ପଠାଇଛନ୍ତି।

ଭାରତ ପ୍ରତି ବିପଦ ନାହିଁ ତ:

ଏହି ଘଟଣାକୁ ଲକ୍ଷ କଲେ ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ସରିଫୁଲ୍‌ ଇସ୍‌ଲାମ୍‌ଙ୍କ ପରି ଆଉ କେହି ଏମିତି ବେଆଇନ ଭାବେ ଭାରତରେ ନାହାନ୍ତି ତ? ଯଦି ଏମିତି ହୋଇଥାଏ ତେବେ ଭାରତ ପ୍ରତି ବିପଦ ଥିବା ସ୍ପଷ୍ଟ ଅନୁମାନ କରାଯାଏ। ଏଥି ପ୍ରତି ପୋଲିସ୍ ବିଭାଗ ବେଳସୁ ସତର୍କ ନ ହେଲେ ପରିସ୍ଥିତି ସାଂଘାତିକ ହୋଇପାରେ।

ଅଧିକ ପଢ଼ନ୍ତୁ: ବ୍ରିଟିଶରଙ୍କୁ ସାହାଯ୍ୟ କରିଥିଲେ ସୈଫ ଅଲୀ ଖାନଙ୍କ ଜେଜେବାପା

Saif Ali Khan Bollywood Actor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ