/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736857374.jpg)
Khandagiri Mela
ଭୁବନେଶ୍ୱର ଖଣ୍ଡଗିରି ମହୋତ୍ସବରେ ଚଳିତ ବର୍ଷ ଅଶ୍ଲୀଳ ନୃତ୍ୟ ଉପରେ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ଯାତ୍ରା କମିଟି ସଦସ୍ୟ ଓ ପୋଲିସ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାଘ ସପ୍ତମୀ ଠାରୁ ଖଣ୍ଡଗିରି ମହୋତ୍ସବ ଆରମ୍ଭ ହେବ। ଚଳିତ ବର୍ଷ ୧୨ଟି ଯାତ୍ରାପାର୍ଟି ଏଥିରେ ଭାଗ ନେବେ ବୋଲି ଜଣାପଡିଛି।
ଅଧିକ ପଢନ୍ତୁ: କମୁଛି ଡ୍ରପ ଆଉଟ୍ ହାର; ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ
ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଆଜିଠାରୁ ଆରମ୍ଭ ହୋଇଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଆଇଟମ ଡ୍ୟାନ୍ସ କରୁଥିବା ସାହୁ ଭାଉଜ ଓ ନିଶା ମହାରଣାଙ୍କ ଖଣ୍ଡଗିରି ଆସିବା ଉପରେ ରୋକ ଲଗାଯାଇଛି। ପୂର୍ବରୁ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ପାଇଁ ରାଣୀ ପଣ୍ଡାଙ୍କ ନୃତ୍ୟ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା।
ଖଣ୍ଡଗିରି ପାହାଡରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ରାଧାକୁଣ୍ଡ, ଶ୍ୟାମ କୁଣ୍ଡରୁ କଳସ ଯାତ୍ରାରେ ପାଣି ଆଣି କୁମ୍ଭ ସ୍ଥାପନ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରି ପାଦଦେଶରେ ପହଞ୍ଚିବା ସହ ମାଘ ସପ୍ତମୀରେ ଖଣ୍ଡଗିରି ପାହାଡରେ ଥିବା ମାଆ ବାରଭୁଜାଙ୍କ ନିକଟରେ ଆରମ୍ଭ ହେବ କୁମ୍ଭ ମେଳା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)