• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨ । ଏଥିଲାଗି ଜିଲ୍ଲାର SP ଓ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଲୋଡିଛନ୍ତି ଫିଲ୍ମର ପ୍ରଯୋଜକ । ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା ୧ ଅପୁର୍ବ ସଫଳତା ହାସଲ  କରିଥିଲା । ଏବେ ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍ । 

ଜିଲ୍ଲାପାଳ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଲାଗି ଅନୁମତି ଲୋଡିଛି ଟିମ୍ ।  ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି ।

ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବଞ୍ଚିଛି ପୁଷ୍ପା । ବହୁ ପ୍ରତିକ୍ଷିତ ପାନ ଇଣ୍ଡିଆ ଫିଲ୍ମ ପୁଷ୍ପା-୨ର ଟିଜର ରିଲିଜ୍ ହୋଇଛି । ଖୁବ୍‌ଶୀଘ୍ର ଅଲୁ ଅର୍ଜୁନଙ୍କ ପୁଷ୍ପା ସିନେମାର ଏହି ସିକ୍ୱେଲ ମୁକ୍ତିଲାଭ କରିବ । ଆଉ ତା’ପୂର୍ବରୁ ଟିଜରକୁ ରିଲିଜ୍ କରାଯାଇଛି । ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି ।

 

ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ । ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ । ଥରେ ଭାବନ୍ତୁ । ଯାହାକୁ ଅପେକ୍ଷା କରିଥିଲେ ଫ୍ୟାନ, ଯାହାକୁ ଚାତକ ପରି ଚାହିଁ ବସିଥିଲେ । ତାହା ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ସବୁ କଳ୍ପନାଜଳ୍ପନାରୁ ପରଦା ହଟାଇ ରିଲିଜ୍ ହେବାକୁ ଯାଉଛି ପାନ୍ ଇଣ୍ଡିଆର ପପୁଲାର ଫିଲ୍ମ ପୁଷ୍ପା-୨ । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମର ପାର୍ଟ ୱାନ ୨୦୨୧ରେ ସାରା ଭାରତରେ ଚହଳ ସୃଷ୍ଟି କରିଥିଲା । କରୋନା ବେଳେ ସିନେମା ଜଗତର ସାହାରା ପାଲଟିଥିବା ଏହି ଫିଲ୍ମର ପାର୍ଟ ୨ ଆସିବ ବୋଲି କୁହାଯାଇଥିଲା ।

ହିନ୍ଦି ହାର୍ଟ ବେଲ୍ଟରେ ବେଶ୍ ସଫଳ ହୋଇଥିବା ପୁଷ୍ପାକୁ ନେଇ ଅନେକ କିଛି କାହାଣୀ ବାକି ରହିଛି । ରକ୍ତ ଚନ୍ଦନର ସ୍ମଗଲିଂ କରୁଥିବା ପୁଷ୍ପାର ମୃତ୍ୟୁ କ୍ଲାଇମାକ୍ସରେ ସସପେନ୍ସ ହୋଇ ରହିଛି ।ପୁଷ୍ପା ବଞ୍ଚିଛି ନା ନାହିଁ ତାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର କିଛି ଝଲକ ଟିଜରରେ ନଜର ଆସିଛି । ଏଥର ରଶ୍ମିକାଙ୍କ ସହ ସାଈ ପଲ୍ଲବୀ, ଫ୍ୟାନଙ୍କ ହାର୍ଟ ବିଟ୍ ବଢ଼ାଇବେ । ସୁକୁମାରଙ୍କ ନିର୍ଦ୍ଦେଶିତ କ୍ରାଇମ, ସସପେନ୍ସ, ଥ୍ରିଲର ଓ ମ୍ୟୁଜିକାଲ୍ ବ୍ଲକବଷ୍ଟର ହୋଇଥିବା ଏହି ଫିଲ୍ମ ଆଗାମୀ କିଛି ମାସରେ ବଡ଼ ପରଦାକୁ ଆସିବ ।