Advertisment

କଳାଧଳାରୁ କ୍ୟାରିଅର କରି ଓଡ଼ିଆ ସିନେମାକୁ ଝରଣା ଦେଇଥିଲେ ନୂଆ ଦିଶା

୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଝରଣା ଦାସଙ୍କ ଅଭିନୟ ପ୍ରତିଭା ପିଲାଟି ଦିନରୁ ପ୍ରଚଣ୍ଡ ଭାବେ ଫୁଟି ଉଠିଥିଲା।

ଅଦ୍ୟତନ ହୋଇଛି
undefined

Odia film actress Jharana Das

Advertisment

୬୦ ଦଶକର କଳାଧଳା ସିନେମା ଯୁଗରୁ ତାଙ୍କ କ୍ୟାରିଅର ଆରମ୍ଭ। ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ଯେଉଁ ସମୟରେ ୧୨ କଥା ଶୁଣିବାକୁ ମିଳୁଥିଲା, ସେଇ ସମୟରୁ କଳା କ୍ଷେତ୍ରକୁ ତାଙ୍କ ପ୍ରବେଶ ଆଜିକୁ ପ୍ରାୟ ୬ ଦଶନ୍ଧି ତଳେ ଯେଉଁ କେତେଜଣେ ହାତ ଗଣତି ଅଭିନେତ୍ରୀ ଅଭିନୟ ପ୍ରେମରେ ପଡ଼ି କଳା ଜଗତକୁ ବରଣ କରିିଥିଲେ, ସେଇମାନଙ୍କ ଭିତରୁ ଜଣେ ଝରଣା ଦାସ। ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସମସ୍ତଙ୍କୁ ବିଦାୟ ଜଣାଇ ଇହଲୀଳା ସମ୍ବରଣ କରିଛନ୍ତି ବର୍ଷିଆନ୍ ଅଭିନେତ୍ରୀ ଝରଣା ଦାସ ଓରଫ୍ ଝୁମୁ ଦିଦି। 

Advertisment

୭୭ ବର୍ଷ ବୟସରେ ତାଙ୍କ ପରଲୋକ ଖବର ଶୁଣି ଆଜି ସକାଳୁ ଲୋକାରଣ୍ୟ ହୋଇ ଉଠିଥିଲା କଟକ ଚଣ୍ଡିରୋଡ୍ ସ୍ଥିତ ଖ୍ରୀଷ୍ଟିଆନ୍ ସାହି ବାସଭବନ ଓଡ଼ିଶା ସିନେ ଜଗତର ବହୁ କଳାକାର, ସ୍ଥାନୀୟ ଜନପ୍ରତିନିଧି, ସମସାମୟିକ ବନ୍ଧୁ ଓ ଶୁଭେଚ୍ଛୁ ତାଙ୍କ ଶେଷ ଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ: ମନଛୁଆଁ ସ୍ୱର ହିଁ ଥିଲା ଝରଣା ଦାସଙ୍କ ସ୍ୱତନ୍ତ୍ର ପରିଚୟ

୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଝରଣା ଦାସଙ୍କ ଅଭିନୟ ପ୍ରତିଭା ପିଲାଟି ଦିନରୁ ପ୍ରଚଣ୍ଡ ଭାବେ ଫୁଟି ଉଠିଥିଲା। ପ୍ରଥମେ ଆକାଶବାଣୀରୁ ଶିଶୁ କଳାକାର ଭାବେ ଆରମ୍ଭ ହୋଇଥିଲା ଝରଣାଙ୍କ ଅଭିନୟ ଯାତ୍ରା। ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା ପରେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀର ପରିଚୟ ପାଇଥିଲେ। ଯେତେବେଳେ ସେ ୧୮ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କୁ ନିତାଇ ପାଲିତଙ୍କ ମଲାଜହ୍ନ ସିନେମାରେ ପ୍ରଥମେ ଅଭିନୟର ସୁଯୋଗ ମିଳିଥିଲା। ଆଉ ତା ପରେ ପଛକୁ ଫେରି ଚାହାନ୍ତି ନାହାନ୍ତି ସେ।

Advertisment

ପରେ ଅମଡ଼ାବାଟ, ଅଭିନେତ୍ରୀ, ନାରୀ, ହୀରା ନୀଳା, ଅଦିନ ମେଘ, ପୂଜାଫୁଲ, ହିସାବ ନିକାସ ଓ ସମୟ ବଡ଼ ବଳବାନ ଭଳି ଅନେକ ଓଡ଼ିଆ ସିନେମାରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ ଝରଣା ଦାସ। ଏକଧାରାରେ ଥିଲେ ଅକାଧିକ ପ୍ରତିଭାର ଅଧିକାରୀ ବେତାର କଳାକାର, କଣ୍ଠଶିଳ୍ପୀ, ସିନେ ଅଭିନେତ୍ରୀ, ନିର୍ଦ୍ଦେଶିକା, ଗଣମାଧ୍ୟମ ପ୍ରଶାସିକା ଓ ଟେଲିଭିଜନ୍ ଉପସ୍ଥାପିକା ଭାବେ ବେଶ୍ ନାଁ କମେଇବା ସହ ଅଜସ୍ର ମାନ ସମ୍ମାନର ଅଧିକାରିଣୀ ଥିଲେ ସେ।

ଝରଣା ଦାସଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଟ୍ୱିଟ୍ କରି ଶୋକ ଜଣାଇଛନ୍ତି। ଆସନ୍ତାକାଲି କଟକ ଗୋରାକବରସ୍ଥିତ ଏକ ଚର୍ଚ୍ଚରେ ଝରଣାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

(କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ)

Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ