Advertisment

ଦୀପିକା ପାଦୁକୋନ ବେବୀ ବମ୍ପ୍ ଦେଖେଇଲେ; ଟ୍ରୋଲର୍‌ମାନଙ୍କୁ ଉଚିତ ଜବାବ ଦେଲେ

ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ସେମାନଙ୍କ ମ୍ୟାଟର୍‌ନିଟୀ ଶୁଟ୍‌ର ସର୍ବୋତ୍ତମ ଫଟୋ ଶେୟାର କରି ନକଲି ନକଲି ବେବୀ ବମ୍ପ୍ ଅଭିଯୋଗ କରୁଥିବା ଟ୍ରୋଲର୍‌ମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅଭିନେତ୍ରୀ ପୂର୍ବରୁ ମଧ୍ୟ ଅନେକ ଥର ବେବୀ ବମ୍ପ ସହିତ ନଜର ଆସିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Netizens guessing deepika padukone ranveer singh receive twins

Netizens guessing deepika padukone ranveer singh receive twins

ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ଘରେ ଖୁବ୍ ଶୀଘ୍ର ଶୁଣିବାକୁ ମିଳିବ କୁଆଁକୁଆଁ ଶବ୍ଦ। ଏହି ଖୁସି ଖବରକୁ ଶେୟାର କରି ଦମ୍ପତି କହିଥିଛି ଯେ ସେପ୍ଟେମ୍ବରରେ ଆସିବେ କୁନି ଅତିଥି। ଏହି ଦମ୍ପତି ସେମାନଙ୍କ ମ୍ୟାଟର୍‌ନିଟୀ ଶୁଟ୍‌ର ସର୍ବୋତ୍ତମ ଫଟୋ ଶେୟାର କରି ନକଲି ନକଲି ବେବୀ ବମ୍ପ୍ ଅଭିଯୋଗ କରୁଥିବା ଟ୍ରୋଲର୍‌ମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅଭିନେତ୍ରୀ ପୂର୍ବରୁ ମଧ୍ୟ ଅନେକ ଥର ବେବୀ ବମ୍ପ ସହିତ ନଜର ଆସିଛନ୍ତି।

Advertisment

ଅଧିକ ପଢନ୍ତୁ : କରୀନା କପୁରଙ୍କ ମର୍ଡର ମିଷ୍ଟ୍ରୀ ଫିଲ୍ମର ଟ୍ରେଲର୍ ରିଲିଜ୍; ଫିଲ୍ମଟି ସସ୍‌ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ

Advertisment

କିନ୍ତୁ ନିକଟରେ ସେ ତାଙ୍କ ଗର୍ଭଧାରଣର ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କ ମନରେ ନୂଆ ଆଶା ସଂଚାର କରିଛି। ଦୀପିକାଙ୍କ ବେବୀ ବମ୍ପ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅନୁମାନ କରୁଛନ୍ତି ଯେ ଦୀପିକାଙ୍କ ଘରକୁ ଦୁଇଜଣ ଅତିଥି ଆସିବେ, ଅର୍ଥାତ୍ ସେ ଯାଆଁଳା ଶିଶୁ ଜନ୍ମ ଦେଇପାରନ୍ତି।

ଅଧିକ ପଢନ୍ତୁ : 'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

Netizens guessing deepika padukone ranveer singh receive twins ଦୀପିକାଙ୍କ ବେବୀ ବମ୍ପ

ଦୀପିକା ପାଦୁକୋନ୍ ତାଙ୍କ ମ୍ୟାଟରନିଟୀ ଶୁଟ୍‌ର କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଗର୍ଭଧାରଣ ଗ୍ଲୋ ସହିତ ତାଙ୍କର ବିକଶିତ ବେବୀ ବମ୍ପ ସ୍ପଷ୍ଟ ଭାବରେ ଦେଖାଯାଏ। ଶେୟାର ହୋଇଥିବା ପ୍ରତ୍ୟେକ ଫଟୋ ସେହି ଟ୍ରୋଲରମାନଙ୍କ ପ୍ରତି ଉଚିତ ଜବାବ, ଯେଉଁମାନେ ତାଙ୍କ ବେବୀ ବମ୍ପକୁ ନଲକି ବୋଲି କହୁଥିଲେ।

Netizens guessing deepika padukone ranveer singh receive twins ଦୀପିକା ପାଦୁକୋନଙ୍କ ମ୍ୟାଟରନିଟୀ ଫଟୋ ଶୁଟ୍

ଫଟୋରେ ଅଭିନେତ୍ରୀଙ୍କ ବେବୀ ବମ୍ପ୍ ଦେଖିବା ପରେ ଅନେକ ଅନୁମାନ କରୁଛନ୍ତି ଯେ ସେ ଏକାସାଙ୍ଗରେ ଦୁଇଟି ସନ୍ତାନ ଜନ୍ମଦେବେ। ଜଣେ ଲେଖିଛନ୍ତି - ମୁଁ ଭାବୁଛି ଦୀପିକାଙ୍କର ଯାଆଁଳା ସନ୍ତାନ ହେବେ। ଅନ୍ୟ ଜଣେ ଲେଖିଛନ୍ତି – ଲାଗୁଛି ଡବଲ ଗୁଡ୍ ନିୟୁଜ୍ ଆସିବ। ସେହିପାରି ଆଉ ଜଣେ ଲେଖିଛନ୍ତି – ମତେ ଲାଗୁଛି ଦୀପିକା ଏବଂ ରଣବୀରଙ୍କ ଘରକୁ ଦୁଇଟି କୁନି ଛୁଆ ଆସିବେ।

ଅଧିକ ପଢନ୍ତୁ : Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

Netizens guessing deepika padukone ranveer singh receive twins ଲୋକଙ୍କ ଅନୁମାନ

ଦୀପିକାଙ୍କ ଏହି ଫଟୋ ଦେଖିବା ପରେ ଲୋକମାନେ ଅଭିନେତ୍ରୀଙ୍କ ଯାଆଁଳା ଗର୍ଭଧାରଣକୁ ନେଇ ନିଜ ନିଜ ଭାବନା ବାଣ୍ଟୁଛନ୍ତି। ତେବେ ବର୍ତ୍ତମାନ ସେମାନଙ୍କ ଘରକୁ ଜଣେ ଅତିଥି ନା ଏକାଥରକେ ଦୁଇଜଣ ଅତିଥି ଆସିବେ ତାହା କେବଳ ସେତେବେଳେ ସ୍ପଷ୍ଟ ହେବ ଯେତେବେଳେ ଅଭିନେତ୍ରୀଙ୍କ ଡେଲିଭରୀ ହୋଇଯିବ।

Netizens guessing deepika padukone ranveer singh receive twins ଲୋକମାନେ ଅଭିନେତ୍ରୀଙ୍କ ଯାଆଁଳା ଗର୍ଭଧାରଣକୁ ନେଇ ନିଜ ନିଜ ଭାବନା ବାଣ୍ଟୁଛନ୍ତି

ତେବେ ବେବୀ ବମ୍ପ୍ ସହିତ ଦୀପିକା ପାଦୁକୋନ ବିଭିନ୍ନ ପୋଷାକରେ ଆକର୍ଷଣୀୟ ପୋଜ୍ ଦେଇଛନ୍ତି, ଯାହା ଲୋକଙ୍କୁ ପାଗଳ କରିଦିଏ। ଦୀପିକା ପାଦୁକୋନ୍ ତାଙ୍କ ମାତୃତ୍ୱ ଫଟୋସୁଟରୁ ଫଟୋ ଶେୟାର କରି ଜୀବନର ଏହି ସୁନ୍ଦର ପର୍ଯ୍ୟାୟର ଖୁବ୍ ମଜ୍ଜା ନେଉଛନ୍ତି।

Netizens guessing deepika padukone ranveer singh receive twins ବେବୀ ବମ୍ପ୍ ସହିତ ଦୀପିକା ପାଦୁକୋନଙ୍କ ଆକର୍ଷଣୀୟ ପୋଜ୍

ଦୀପିକା କିଛି ଫଟୋରେ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କ ସହ ରୋମାଣ୍ଟିକ ପୋଜ୍ ମଧ୍ୟ ଦେଇଛନ୍ତି। ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ୨୦୧୮ରେ ଇଟାଲୀରେ ବିବାହ କରିଥିଲେ।

Netizens guessing deepika padukone ranveer singh receive twins ଦୀପିକା କିଛି ଫଟୋରେ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କ ସହ ରୋମାଣ୍ଟିକ ପୋଜ୍

କାମର କଥା ଦେଖିବାକୁ ଗଲେ ଦୀପିକାଙ୍କୁ ଶେଷ ଥର ପାଇଁ 'କଲ୍‌କୀ ୨୮୯୮ଏଡି' ରେ ଦେଖିବାକୁ ମିଳିଥିଲା। ସେହିପରି କରଣ ଜୋହରଙ୍କ ନିର୍ଦ୍ଦେଶିତ 'ରକୀ ଔର୍ ରାନୀ କି ପ୍ରେମ କହାନୀ'ରେ ରଣବୀର ସିଂହଙ୍କୁ ଦେଖିବାକୁ ମିଳିଥିଲା। ଆଗକୁ ଏହି ଦମ୍ପତିଙ୍କ ପାଖରେ ଏବେ 'ସିଙ୍ଘମ ଏଗେନ୍' ଅଛି।

Deepika Padukone Bollywood Ranveer Singh Ranveer Deepika
Advertisment
Advertisment