• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କଙ୍ଗନା ରଣାୱତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଏମର୍ଜେନ୍ସି ଖୁବ ଶୀଘ୍ର ବଡ଼ ପରଦାରେ ଆସିବାକୁ ଯାଉଛି । ନିକଟରେ ଏହାର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମର ଟ୍ରେଲର୍ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଧମାଲ ମଚାଉଛି । ଏଥିସହ କଙ୍ଗନା ଏହି ଫିଲ୍ମ ପରେ ଅଭିନୟ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କଙ୍ଗନା ।

ଏମର୍ଜେନ୍ସିର ଟ୍ରେଲର ରିଲିଜ ଇଭେଣ୍ଟରେ କଙ୍ଗନା କହିଛନ୍ତି, "ଅଭିନୟ ଛାଡ଼ିବା ନିଷ୍ପତ୍ତି ଲୋକେ ନେବେ । ମୁଁ କେବେ କହିନଥିଲି ଯେ, ମୁଁ ଜଣେ ଲିଡର ହେବାପାଇଁ ଚାହୁଁଥିଲି, ଦଳ ସର୍ଭେ ଜରିଆରେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଉଚିତ୍ ମନେ କରି ଟିକେଟ ଦେଇଥିଲା । ଲୋକଙ୍କ ନିଷ୍ପତ୍ତି ଥିଲା ଯେ ନିର୍ବାଚନ ଲଢ଼ିବା ଉଚିତ୍ । ସେହିପରି ଯଦି ଏମର୍ଜେନ୍ସିକୁ ସଫଳତା ମିଳେ ଓ ଲୋକେ ମୋ ଅଭିନୟ ଦେଖିବାକୁ ଚାହାନ୍ତି ତେବେ ଅଭିନୟ ଜାରି ରଖିବି ।"

ଭେଟେରାନ ଅଭିନେତ୍ରୀ ଆହୁରି କହିଛନ୍ତି, "ଯଦି ମୁଁ ସଫଳ ହୋଇପାରିବି ବୋଲି ଅନୁଭବ କରେ ତାହେଲେ ଅଭିନୟ ଜାରି ରଖିବି । ନଚେତ୍ ଯଦି ମୁଁ  ରାଜନୀତିରେ ଅଧିକ ସଫଳ ହୋଇପାରିବି ଓ ସେଠାରେ ଅଧିକ ଆବଶ୍ୟକତା ଅନୁଭବ କରିବି, ସେମତି ସ୍ଥିତିରେ ନିଷ୍ପତ୍ତି ସମୟ ଉପରେ ଛାଡ଼ିଦେବି । କୌଣସି ଗୋଟିଏ ବିକଳ୍ପ ଚୟନ କରିବାର ଏବେ ଯୋଜନା ନାହିଁ ।"

ଆଗାମୀ ଫିଲ୍ମରେ ଏମର୍ଜେନ୍ସିରେ କଙ୍ଗନା, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ଶ୍ରେୟସ ତାଲପଡେ, ଅନୁପମ ଖେର, ସାମ ମାନେକ୍ସା, ଦିବଂଗତ ଅଭିନେତା ସତୀଶ କୌଶିକ ଓ ଅନ୍ୟ ଷ୍ଟାର ପ୍ରମୁଖ ଭୂମିକାରେ ରହିଛନ୍ତି । ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ କଙ୍ଗନା ଫିଲ୍ମର ରିଲିଜକୁ ଘୁଞ୍ଚାଇ ଦେଇଥିଲେ । ତେବେ ଲୋକସଭା ନିର୍ବାଚନରେ ଜିତିବା ପରେ ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଥିଲେ । ସେପ୍ଟେମ୍ବର ୬ରେ ଏମର୍ଜେନ୍ସି ଫିଲ୍ମ ପରଦାରେ ଦେଶବ୍ୟାପୀ ରିଲିଜ ହେବ ।

କଙ୍ଗନା ରଣାୱାତ ରାଜନୀତି ମୈଦାନରେ ଏଣ୍ଟ୍ରି କରିବା ପରେ ଓ ସାଂସଦ ହେବାପରେ ଅଭିନୟ ଛାଡ଼ିବା ଗୁଜବ ଚର୍ଚ୍ଚା ହେଉଥିଲା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିବା କଙ୍ଗନା, ୭୪,୭୫୫ ଭୋଟରେ କଂଗ୍ରେସ ପ୍ରତିନ୍ଦ୍ୱନ୍ଦ୍ୱୀ ବିକ୍ରମାଦିତ୍ୟ ସିଂହଙ୍କୁ ହରାଇ ଚର୍ଚ୍ଚାରେ ରହିଥିଲେ । 

OTV is now on Whatsapp

Join and get latest news update delivered to you via whatsapp

Join Now