Advertisment

Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Aamir khan video calls vinesh phogat after paris Olympics disappointment

Aamir khan video calls vinesh phogat after paris Olympics disappointment

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗଟ୍ ଅଯୋଗ୍ୟ ଘୋଷିତ ହେବା ପରେ ତାଙ୍କର ଅଲିମ୍ପିକ୍ ଯାତ୍ରା ବିନା ମେଡାଲ୍‌ରେ ଶେଷ ହୋଇଗଲା। ଭିନେଶଙ୍କ ସହ ସେଦିନ ସମଗ୍ର ଦେଶ ଭାଙ୍ଗିପଡିଲା। ଭିନେଶ ଫୋଗଟ୍‌ଙ୍କ ଏହି କଠିନ ପରିସ୍ଥିତିରେ ଅନେକ ବଲିଉଡ ତାରକା ଆଗକୁ ଆସି ତାଙ୍କୁ ସମର୍ଥନ କରିଛନ୍ତି ଏବଂ ଉତ୍ସାହିତ କରିଛନ୍ତି। ଏଥିରେ ଆମୀର ଖାନ ମଧ୍ୟ ସାମିଲ ଅଛନ୍ତି। 'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି।

Advertisment

ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଏକ୍ସ (ଟ୍ୱିଟର)ରେ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି। ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ ଖୁବ୍ ଶୀଘ୍ର ଆମୀର ଖାନ ଭିନେଶ ଫୋଗଟଙ୍କ ସହ 'ଦଙ୍ଗଲ ୨' କରିବେ।

Advertisment

ଭିନେଶ ଫୋଗଟ ଏବଂ ଆମୀର ଖାନଙ୍କ ଭିଡିଓ କଲ୍ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, “ଦଙ୍ଗଲ ୨ ପାଇଁ ଅପେକ୍ଷା”। ଅନ୍ୟ ଜଣେ ଲେଖିଛନ୍ତି, “ଆମୀର ଖାନ ନିଶ୍ଚିତ ଭାବରେ ଭିନେଶ ଫୋଗଟଙ୍କ ଏକ ଦମଦାର ବାୟୋପିକ୍ କରିବେ। ସେ କେବଳ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି।”

ଆମୀର ଖାନଙ୍କ 'ଦଙ୍ଗଲ' ହେଉଛି ସେହି ଫିଲ୍ମ ଯାହା ଭାରତୀୟ ସିନେମାରେ ହଙ୍ଗାମା ସୃଷ୍ଟି କରିଥିଲା। ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ମହିଳା କୁସ୍ତି ଉପରେ ଆଲୋକପାତ କରିଥିଲା। ଏହା ମହାବୀର ସିଂହ ଫୋଗଟ ଏବଂ ତାଙ୍କ ଝିଅ ଗୀତା ଏବଂ ବବିତାଙ୍କ ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ ଥିଲା, ଯେଉଁମାନେ ଶୀର୍ଷ ରେସଲର୍‌ ହୋଇଥିଲେ।

ମହାବୀର ଭାବରେ ଆମୀର ଖାନ ଅଭିନୟ କରିଥିଲେ ଯିଏ ନିଜ ଝିଅମାନଙ୍କୁ ତାଲିମ ଦିଅନ୍ତି। ଏହି ଫିଲ୍ମ ଲିଙ୍ଗଗତ ସମାନତା ଏବଂ ମହିଳା ଆଥ୍‌ଲେଟ୍ସଙ୍କ ସଂଘର୍ଷ ଭଳି ପ୍ରସଙ୍ଗକୁ ଦେଖାଇଥିଲା। ଏହାର ଦମଦାର କାହାଣୀ ଏବଂ ପ୍ରଦର୍ଶନ ପାଇଁ ଏହି ଫିଲ୍ମକୁ ଖୁବ ପ୍ରଶଂସା କରାଯାଇଥିଲା।

Bollywood Aamir Khan Vinesh Phogat Viral Post
Advertisment
Advertisment