/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750673631.jpg)
Rajpal Yadav
ଫିଲ୍ମ ଭୁଲଭୁଲୈୟାରେ ଛୋଟେ ପଣ୍ଡିତର ଚରିତ୍ର । କିଏ ବା ନଦେଖିଥିବ । ପିଲା ଠାରୁ ବୁଢା ଯାଏଁ ଏହି ଫିଲ୍ମଟିକୁ ଦେଖି ହସି ହସି ଗଡିଯାଇଥିବେ ନିଶ୍ଚୟ । ସେହି ଫିଲ୍ମରେ ପଣ୍ଡିତ ଭୂମିକାରେ ଅଭିନୟ କରିଥିଲେ ରାଜପାଲ ଯାଦବ । ତାଙ୍କର ହସ ହସ ମୁହଁ ପଛରେ ରହିଛି ବିରାଟ ସଂଘର୍ଷର କାହାଣୀ । କିପରି ରାଜପାଲ ଦରଜୀରୁ ପାଲଟିଲେ କମେଡି ସୁପରଷ୍ଟାର ଆସନ୍ତୁ ଜାଣିବା ତାଙ୍କ ଜୀବନୀ ବିଷୟରେ ।
ରାଜପାଲଙ୍କ ଇଚ୍ଛା ଥିଲା ସେ ଭାରତୀୟ ଆର୍ମିରେ ଯୋଗଦେବେ । ସେ କିନ୍ତୁ ନିଜର ଉଚ୍ଚତା ଯୋଗୁଁ କଟିଯାଇଥିଲେ । ତାପରେ ସେ ଫିଲ୍ମରେ କାମ କରିବା କଥା ଭାବିଥିଲେ । ଏବେ ସେ ବଲିଉଡର ଜଣେ ଦକ୍ଷ କଳାକାର ।
ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା ଫିଲ୍ମ 'ଜନ ନାୟଗନ୍'ର ଟିଜର୍; ପୋଲିସ୍ ଅବତାରରେ ବିଜୟଙ୍କ ଦମଦାର ଆକ୍ସନ୍
ବଲିଉଡରେ ଅନେକ ଅଭିନେତା ଅଛନ୍ତି । ଯେଉଁମାନେ ଅନେକ ସଂଘର୍ଷ ପରେ ବଲିଉଡରେ ସଫଳ ହୋଇପାରିଛନ୍ତି । ରାଜପାଲ ଯାଦବ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଲୋକଙ୍କୁ ହସାଇବାର ଦକ୍ଷତା ଓ ନିଖୁଣ ଅଭିନୟ ଆଜି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ।
ରାଜପାଲ ଉତ୍ତରପ୍ରଦେଶର ଶାହଜାହନପୁରରେ ଜନ୍ମ ଗ୍ରହଣ କରିଥିଲେ । ଆରମ୍ଭରୁ ସେ ଜୀବନରେ କିଛି ବଡ଼ କରିବାକୁ ଚାହୁଁଥିଲେ । ଭାରତୀୟ ଆର୍ମିରେ ଯୋଗଦେଇ ନପାରିବାରୁ ପରେ ଘର ଚଳାଇବା ପାଇଁ ଦରଜୀ କାମ କରିଥିଲେ । ମାତ୍ର ୨୦ବର୍ଷ ବୟସରେ ତାଙ୍କ ଜୀବନରେ ଏମିତି କିଛି ଘଟିଗଲା ଯାହା ଅପୂରଣୀୟ ହୋଇରହିବ ସବୁବେଳେ ।
ଝିଅର ଜନ୍ମ ସମୟରେ ରାଜପାଲଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ଏକ ସାକ୍ଷାତକାରେ ସେ ଏହାର ଖୁଲାସା କରିଛନ୍ତି । କହିଛନ୍ତି ସେହି ସମୟକୁ ପାର କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ଥିଲା । ସେ ସମୟରେ ଛୋଟ ଝିଅକୁ କିଭଳି ପାଳିବେ ସେ ଚିନ୍ତା ବି ତାଙ୍କର ଥିଲା । କିନ୍ତୁ ପରିବାରର ସହଯୋଗରେ ତାଙ୍କ ଝିଅ କେବେ ମାଆର ଅନୁପସ୍ଥିତି ଅନୁଭବ କରିନଥିଲା ।
ଏହାପରେ ରାଜପାଲ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପାଠ ପଢିଥିଲେ । ଶେଷରେ ରାମଗୋପାଲ ବର୍ମାଙ୍କ ଫିଲ୍ମ ଜଙ୍ଗଲରେ ଅଭିନୟ ତାଙ୍କୁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଅନେକ କମେଡି ଫିଲ୍ମରେ ଅଭିନୟ କରି ଧିରେ ଧିରେ ସେ ବଲିଉଡରେ ନିଜର ସ୍ଥାନ ପକ୍କା କରିଥିଲେ ।
ହଙ୍ଗାମା, ଭୁଲଭୁଲୈୟା, ମାଲାମାଲ ଉଇକ୍ଲି, ଢୋଲ, ଚୁପ ଚୁପ କେ, ଭାଗମ ଭାଗ, ଖଟାମିଠା, ହେରାଫେରି ଭଳି ଫିଲ୍ମ ରାଜପାଲଙ୍କ କ୍ୟାରିଅରର ଶ୍ରେଷ୍ଠ ଫିଲ୍ମ । ୨୦୦୩ରେ ରାଜପାଲ ଯାଦବ ପୁଣି ଥରେ ଜୀବନରେ ପ୍ରେମରେ ପଡିଥିଲେ ଆଉ ବିବାହ କରିଥିଲେ ରାଧାଙ୍କୁ । ସବୁ କ୍ଷେତ୍ରରେ ସହଯୋଗ ପାଇଁ ରାଜପାଲ ସର୍ବଦା ନିଜ ପତ୍ନୀଙ୍କୁ ଧନ୍ୟବାଦ ଦିଅନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)