Advertisment

Vastu Tips: ମିଳିଥାଏ ଏହି ସଙ୍କେତ; ଚୁମ୍ବକ ପରି ଟାଣି ହୋଇ ଆସିବ ଟଙ୍କା

ଘରେ ପ୍ରବେଶ ପୂର୍ବରୁ ମା’ ଲକ୍ଷ୍ମୀ ଦେଇଥାନ୍ତି ଶୁଭ ସଙ୍କେତ । ଫଳରେ ଶୋଇ ରହିଥିବା ଆପଣଙ୍କ ଭାଗ୍ୟ ନିମିଷେକ ମଧ୍ୟରେ ଚମକି ଉଠିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବିନା ଜୀବନରେ ଆର୍ଥିକ ପ୍ରଗତି ସମ୍ଭବପର ହୋଇ ପାରେନା।

author-image
Tapaswini Nayak
ଅଦ୍ୟତନ ହୋଇଛି
Vastu Tips

Vastu Tips

ଘରେ ପ୍ରବେଶ ପୂର୍ବରୁ ମା’ ଲକ୍ଷ୍ମୀ ଦେଇଥାନ୍ତି ଶୁଭ ସଙ୍କେତ । ଫଳରେ ଶୋଇ ରହିଥିବା ଆପଣଙ୍କ ଭାଗ୍ୟ ନିମିଷେକ ମଧ୍ୟରେ ଚମକି ଉଠିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବିନା ଜୀବନରେ ଆର୍ଥିକ ପ୍ରଗତି ସମ୍ଭବପର ହୋଇ ପାରେନା। ତାଙ୍କ କୃପା ଦୃଷ୍ଟି ବିନା ଜୀବନରେ କୌଣସି ସୁଖ ସୁବିଧା ତଥା ସମ୍ପତ୍ତି କାମନା କରିବା ବୃଥା। ଯେଉଁଠି ମା’ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସବୁବେଳେ ଟଙ୍କା ବର୍ଷା ହୋଇଥାଏ। ତେଣୁ ଆସନ୍ତୁ ଜାଣିବା ମା’ଙ୍କ ଆଗମନର ସୂଚନାକୁ କିପରି ଆମେ ଜାଣି ପାରିବା

Advertisment

ପେଚାକୁ ମା’ ଲକ୍ଷ୍ମୀଙ୍କ ବାହନ ବୋଲି ବିବେଚନା କରାଯାଏ। ତେଣୁ ପେଚା ଦେଖିବାକୁ ଶୁଭ ବୋଲି ଧରାଯାଏ। ଅର୍ଥାତ ମା’ଙ୍କ ଆଗମନର ଏହା ଆଭାସ ବୋଲି ଧରାଯାଏ । ଏଥିସହ ଯଦି ସୂର୍ଯ୍ୟାସ୍ତ ପରେ ପେଚା ଦେଖିଥାନ୍ତି ତାହା ସବୁଠୁ ଶୁଭ ବୋଲି ଧରାଯାଏ।

ଅଧିକ ପଢ଼ନ୍ତୁ: ସ୍ୱାମୀ-ସ୍ତ୍ରୀ କେବେ ବି କରନ୍ତୁ ନାହିଁ ଏମିତି ଭୁଲ; ଆସିବ ଦାରିଦ୍ର୍ୟ, ଫାଟିବ ସଂପର୍କ

Advertisment

ଝାଡ଼ୁ ମା’ ଲକ୍ଷ୍ମୀଙ୍କ  ଖୁବ୍‌ ପ୍ରିୟ। ତେଣୁ ସକାଳେ ଘରୁ ବାହାରିବା ସମୟରେ ଯଦି କୌଣସି ମହିଳା ବା ବ୍ୟକ୍ତି ହାତରେ ଝାଡ଼ୁ ଧରିଥିବା ଦେଖାଯାଏ ତାହାକୁ ଖୁବ୍‌ ଶୁଭ ସଙ୍କେତ ବୋଲି ଧରାଯାଏ।

ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି ବିବେଚନା କରାଯାଏ । ଆପଣ ସକାଳୁ ଉଠି ଶଙ୍ଖ ଫୁଙ୍କା ହେଉଥିବାର ଶବ୍ଦ ଶୁଣିବାକୁ ପାଇଲେ ଆପଣଙ୍କ ଦିନଟି ଖୁବ୍‌ ଭଲରେ ବିତିବ ବୋଲି ଧରି ନିଅନ୍ତୁ। ଅର୍ଥାତ ମା’ ଲକ୍ଷ୍ମୀ ଖୁବ୍‌ ଶୀଘ୍ର ଆପଣଙ୍କ ଉପରେ କୃପା ଦୃଷ୍ଟି ପକାଇବେ।

ଯଦି ଆପଣଙ୍କ ଘରକୁ କଳା ଜନ୍ଦାର ଲମ୍ବା ଲାଇନ୍‌ ଲମ୍ବିଥାଏ ତାହାର ଅର୍ଥ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ପ୍ରବେଶ କରି ସାରିଲେଣି। ଏଥିସହ ଖୁବ୍‌ ଶୀଘ୍ର ଆପଣ ଆର୍ଥିକ ଦୁର୍ଗତିରୁ ମୁକୁଳି ପାରିବେ ବୋଲି ଜାଣି ରଖନ୍ତୁ।

ସ୍ୱପ୍ନରେ ଆପଣ ବଂଶୀ, ପଦ୍ମ ପୁଲ, ଝାଡ଼ୁ ବା ଗୋଲାପ ଫୁଲ ଦେଖିବାକୁ ପାଇଲେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଧରାଯାଏ । ଏପରି ସ୍ୱପ୍ନ ଦେଖିଲେ ଜାଣି ରଖନ୍ତୁ, ଆପଣଙ୍କ ଜୀବନରୁ ଆର୍ଥିକ ସମସ୍ୟା ଖୁବ୍‌ ଶୀଘ୍ର ଦୂର ହୋଇଯିବ ।

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

Vastu Tips For Home Vastu Bichar
Advertisment
Advertisment