• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନ ପ୍ରତି ବିପଦ । ପିଛା ଛାଡ଼ୁ ନାହାନ୍ତି ବିଷ୍ଣୋୟୀ ଗ୍ୟାଙ୍ଗ୍‌ । ମର୍ଡର ପାଇଁ ଯୋଜନା ପରେ ଯୋଜନା । ପ୍ରଥମ ଥର ଅସଫଳ ହେବାପରେ ଦ୍ୱିତୀୟ ଥର ପାଇଁ ସଲମାନ ଖାନ ଙ୍କୁ ମାରିବାକୁ ଷଡଯନ୍ତ୍ର ରଚିଥିଲା ବିଷ୍ଣୋୟୀ ଗ୍ୟାଙ୍ଗ୍‌ । ତେବେ ସେତେବେଳେ ବି ମର୍ଡର ପ୍ଲାନିଂ ଅସଫଳ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ କରି ପଞ୍ଜାବ ପୋଲିସ ଏହା ପ୍ରକାଶ କରିଛି ।

ସିଦ୍ଧୁ ମୁସୱାଲା ହତ୍ୟାକାଣ୍ଡ ପୂରେ ଦୁଇ ଦୁଇ ଥର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନାରେ ନେତୃତ୍ୱ ନେଉଛନ୍ତି ଗୋଲ୍ଡି ବ୍ରାର, କପିଲ ପଣ୍ଡିତ (ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସୁଟର) । ନିକଟରେ କପିଲ ପଣ୍ଡିତ ଭାରତ-ନେପାଳ ସୀମାରୁ ଗିରଫ ହୋଇଥିଲା । ଗିରଫ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡି ଏବଂ ଅନ୍ୟ ଦୁଇଜଣ ସୁଟର ମୁମ୍ବାଇର ୱାଜେ ଅଞ୍ଚଳରେ ଏକ ଭଡା ଘରେ ରହି ସଲମାନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ।

ପନବେଲରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଫାର୍ମ ହାଉସ ଥିବାରୁ, ସେମାନେ ଫାର୍ମ ହାଉସକୁ ଯିବା ବାଟରେ ହିଁ ଭଡ଼ାଘର ନେଇଥିଲେ । ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଭଡ଼ା ଘର ନେଇ ସେମାନେ ସଲାମାନଙ୍କ ଗତିବିଧି ତଥା ବଡ଼ିଗାର୍ଡଙ୍କ ଉପରେ ନଜର ରଖିଥିଲେ । ସଲମାନଙ୍କୁ ମାରିବା ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ନିକଟରେ ଛୋଟ ଛୋଟ ପିସ୍ତଲ ଥିଲା । ସୁଟରମାନେ ଏକଥା ମଧ୍ୟ ଜାଣିଥିଲେ ଯେ, ସଲମାନ ଖାନ ନାମ ହିଟ୍ ଏବଂ ରନ୍ ମାମଲା ପର ଠାରୁ କାର ବହୁତ କମ୍ ବେଗରେ ଚଲାନ୍ତି ।

କେବଳ ଏତିକି ନୁହେଁ ଫ୍ୟାନ୍‌ କହି ସଲମାନ ଖାନ୍‌ଙ୍କ ଫାର୍ମହାଉସର ଗାର୍ଡ ସହ ମଧ୍ୟ ବନ୍ଧୁତା କରିଥିଲେ ଗ୍ୟାଙ୍ଗର ସଦସ୍ୟ । ସେହି ସମୟରେ ଦୁଇ ଥର ପାଇଁ ଫାର୍ମହାଉସ ଯାଇଥିଲେ ସଲମାନ୍‌ , ହେଲେ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଥିଲା । ବିଷ୍ଣୋୟୀ ଗ୍ୟାଙ୍ଗର ପ୍ଲାନ୍‌ ସଫଳ ହୋପାରିନଥିଲା ।

ସୂଚନାଯୋଗ୍ୟ ଜୁନ ମାସରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ମୁମ୍ବାଇ ଘର ନିକଟରେ ପହଞ୍ଚି ଯାଇଥିଲେ ସାର୍ପ ସୁଟର୍ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ ତିହାର ଜେଲ୍ ଭିତରୁ ରହି ସଲମାନଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା । ସଲମାନଙ୍କ ବାପା ସଲିମ୍ ଖାନ୍ ବାନ୍ଦ୍ରାର ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ମର୍ଣ୍ଣିଂ ଓ୍ୱାକ୍ ସାରି ବସିଥିବା ବେଞ୍ଚରେ ଏମାନେ ଧମକପୂର୍ଣ୍ଣ ଚିଠି ରଖିଦେଇଥିଲେ । ବାପ-ପୁଅ ଜଲଦି ସିଦ୍ଧୁ ମୁସେଓ୍ୱାଲା ଦଶା ଭୋଗିବ ବୋଲି ଏଥିରେ ଚେତାବନୀ ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ ସଲମାନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲା ।