Advertisment

ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

କଙ୍ଗନା ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍‌ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।

author-image
Pramod Behera
Kangana ranaut called bollywood actors mindless and stupid

Kangana ranaut called bollywood actors mindless and stupid

ବଲିଉଡ୍‌ ଦୁନିଆରେ ଅନେକ ସମୟରେ ବିଭିନ୍ନ ପାର୍ଟି-ପଙ୍କସନ୍‌ ଦେଖିବାକୁ ମିଳେ, ଯାହା ସବୁବେଳେ ଚର୍ଚ୍ଚାର ବିଷୟ ହୋଇଥାଏ। ତେବେ ନିଜକୁ ସବୁବେଳେ ସ୍ୱତନ୍ତ୍ର ଭାବୁଥିବା ପଙ୍ଗା ଗାର୍ଲ କଙ୍ଗନା ରାଣାୱତ କିନ୍ତୁ ବଲିଉଡ ପାର୍ଟିକୁ ପସନ୍ଦ କରନ୍ତି ନାହିଁ। ଲକ୍‌ଡାଉନ୍ ସମୟରେ ସେ ବଲିଉଡ୍‌ ପାର୍ଟିକୁ ନେଇ ମଦ୍ୟପାନ ଏବଂ ଡ୍ରଗ୍ସର କଥା ଉଠାଇଥିଲେ।

Advertisment

ବର୍ତ୍ତମାନ କଙ୍ଗନା ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍‌ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।

Advertisment

ଏକ ଚାଟ୍ ଶୋ’ ସମୟରେ କଙ୍ଗନା ରାଣାୱତ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। କଙ୍ଗନାଙ୍କୁ ପଚରାଯାଇଥିଲା କି ବଲିଉଡ୍‌ରେ ତାଙ୍କର କେହି ସାଙ୍ଗ ଅଛନ୍ତି କି? ଏହାକୁ ନେଇ ସେ କହିଛନ୍ତି, “ଦେଖନ୍ତୁ, ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ଠିକ ଅଛି। ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରିପାରିବି ନାହିଁ। ବଲିଉଡ୍‌ର ଲୋକମାନେ କେବଳ ନିଜ ଉପରେ ଖୁସି ହୁଅନ୍ତି। ସେମାନେ ନିର୍ବୋଧ। ସେମାନେ ମୂର୍ଖ। ସେମାନେ ପ୍ରୋଟିନ୍ ଶେକ୍ ଏବଂ ସେହି ପ୍ରକାର ଜୀବନ ଜୀଉଛନ୍ତି।”

ଯେତେବେଳେ ତାଙ୍କୁ କୁହାଯାଇଥିଲା ଯେ, ସମସ୍ତ ତାରକା ଏହିପରି ହୋଇପାରିବେ ନାହିଁ, ସେତେବେଳେ ସେ ଉତ୍ତର ଦେଇଥିଲେ, “ମୁଁ ଏତେ ବଲିଉଡ୍‌ ଦେଖିଛି ଯାହା ମୁଁ ଜାଣେ, ଆପଣ ମୋତେ ଆଉ କୁହନ୍ତୁ ନାହିଁ। ଯଦି ସେମାନେ ଶୁଟିଂ କରୁନାହାଁନ୍ତି, ତେବେ ତାଙ୍କର ନିତ୍ୟକର୍ମ ହେଉଛି ଯେ ସେମାନେ ସକାଳେ ଉଠନ୍ତି, କିଛି ଶାରୀରିକ ବ୍ୟାୟାମ୍ କରନ୍ତି, ଦ୍ୱିପହରେ ଶୋଇଯାଆନ୍ତି, ତା’ପରେ ଉଠନ୍ତି, ଜିମ୍ ଯାଆନ୍ତି, ତା’ପରେ ରାତିରେ ଶୁଅନ୍ତି କିମ୍ବା ଟିଭି ଦେଖନ୍ତି। ସେମାନେ ପଙ୍ଗପାଳ ସଦୃଶ, ସମ୍ପୂର୍ଣ୍ଣ ଖାଲି।”

କଙ୍ଗନା ଆହୁରି କହିଛନ୍ତି ଯେ “ଆପଣମାନେ ଏପରି ଲୋକଙ୍କ ସହିତ କିପରି ବନ୍ଧୁ ହୋଇପାରିବେ? ସେମାନଙ୍କୁ ଜଣା ନାହିଁ ଯେ କେଉଁଠାରେ କ’ଣ ହେଉଛି। ସେମାନେ କୌଣସି କଥାବାର୍ତ୍ତା କରନ୍ତି ନାହିଁ। ସେମାନେ କେବଳ ଭେଟନ୍ତି, ପିଅନ୍ତି ଏବଂ ଆସେସୋରିଜ୍ ଉପରେ ଆଲୋଚନା କରନ୍ତି। ମତେ ବଲିଉଡରେ ଏମିତି ଜଣେ ଭଲ ବ୍ୟକ୍ତି ମିଳିଯାଉ ଯିଏ ପ୍ରଭାବ କିମ୍ବା କାର୍‌ ବ୍ୟତୀତ ଅନ୍ୟ କିଛି ବିଷୟରେ କହିପାରିବେ।”

ତେବେ କଙ୍ଗନା ଫିଲ୍ମର ନିର୍ଦ୍ଦେଶକ ଏବଂ ଲେଖକମାନଙ୍କୁ ଠିକ୍ ବୋଲି କହିଛନ୍ତି, କିନ୍ତୁ ବୟସର ତାରତମ୍ୟ ହେତୁ ସେମାନଙ୍କ ସହ ବୁଲାବୁଲିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

କଙ୍ଗନା ରାଣାୱତ ବଲିଉଡ୍‌ ପାର୍ଟି ବିଷୟରେ କଥା ଉଠାଇ କହିଛନ୍ତି ଯେ ଏହା ବହୁତ ନିକୃଷ୍ଟ ଏବଂ ଲଜ୍ଜାଜନକ। ଏଥିରେ ଖରାପ ଜିନିଷ ହୁଏ। କଙ୍ଗନା ଇଣ୍ଡଷ୍ଟ୍ରିର କିଛି ବଡ ଅଭିନେତାମାନଙ୍କୁ ମଧ୍ୟ ନଲକ କରିଛନ୍ତି, ଯେଉଁମାନେ ବଲିଉଡ୍‌ ପାର୍ଟୀରେ ସେମାନଙ୍କର ସେଡ୍ୟୁଲ୍, ଡାଏଟ୍ ଏବଂ ଡେଟିଂ ଗୁଜବକୁ ନେଇ ଚର୍ଚ୍ଚା କରନ୍ତି।

Kangana Ranaut Bollywood Actor Bollywood
Advertisment
Advertisment