Advertisment

Trailer Release: ରିଲିଜ୍ ହେଲା ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ର ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍

ବହୁ ପ୍ରତୀକ୍ଷିତ ଫିଲ୍ମ ଡବଲ୍ ଆଇସ୍ମାର୍ଟର ଟ୍ରେଲର ମୁକ୍ତିଲାଭ କରିଛି ଯାହା ଜମେଇକି ଭାଇରାଲ୍‌ ହେଉଛି। ଏଥି ସହିତ ପ୍ରଶଂସକମାନେ ଏହା ଏକ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରିଦେଲେଣି। ପ୍ରଶଂସକମାନେ ସଞ୍ଜୟ ଦତ୍ତଙ୍କୁ ଭିଲେନ୍ ଭୂମିକାରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

author-image
Pramod Behera
ଅଦ୍ୟତନ ହୋଇଛି
Double ismart trailer release fans says ready for august 15th blockbuster

Double ismart trailer release fans says ready for august 15th blockbuster

ଅଗଷ୍ଟ ୧୫ରେ ନୂଆ ଫିଲ୍ମର ଝଡ଼ ହେବାକୁ ଯାଉଛି, ଯେଉଁଥିରେ ସାଉଥ୍‌ରୁ ବଲିଉଡ୍‌ ପର୍ଯ୍ୟନ୍ତ ଫିଲ୍ମର ନାଁ ରହିଛି। ଏହାରି ଭିତରେ ଜନ୍ ଆବ୍ରାହମଙ୍କ ‘ବେଦା’, ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ‘ସ୍ତ୍ରୀ ୨’, ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର୍ ‘ଖେଲ୍‌ ଖେଲ୍ ମେ’, ଚିଆନ୍ ବିକ୍ରମଙ୍କ ‘ଥାଙ୍ଗଲାନ୍’ ଏବଂ ରାମ ପୋଥିନେନୀ ଏବଂ ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ ଚର୍ଚ୍ଚାରେ ରହିଛି।

Advertisment

ଏହି ସମୟରେ ବହୁ ପ୍ରତୀକ୍ଷିତ ଫିଲ୍ମ ଡବଲ୍ ଆଇସ୍ମାର୍ଟର ଟ୍ରେଲର ମୁକ୍ତିଲାଭ କରିଛି ଯାହା ଜମେଇକି ଭାଇରାଲ୍‌ ହେଉଛି। ଏଥି ସହିତ ପ୍ରଶଂସକମାନେ ଏହା ଏକ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରିଦେଲେଣି। ପ୍ରଶଂସକମାନେ ସଞ୍ଜୟ ଦତ୍ତଙ୍କୁ ଭିଲେନ୍ ଭୂମିକାରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ : Vedaa Trailer Release: ସାମ୍ବାଦିକଙ୍କ ଉପରେ ରାଗିଗଲେ ଜନ୍ ଆବ୍ରାହମ୍; କହିଲେ ଇଡିଅଟ୍… ଜାଣନ୍ତୁ କାହିଁକି…

Advertisment

ଟ୍ରେଲର୍‌ରେ ରାମ ପୋଥିନେନୀ ଏକ ଦମଦାର ଏବଂ ବିସ୍ଫୋରକ ଷ୍ଟାଇଲ୍‌ରେ ଏଣ୍ଟ୍ରୀ କରିବାର ଦେଖିବାକୁ ମିଳେ, ପରେ ସେ ହାସ୍ୟ ଅଭିନୟ କରୁଥିବା ଦେଖାଯାଏ। କିନ୍ତୁ ଆଗକୁ ସଞ୍ଜୟ ଦତ୍ତ ଏବଂ ରାମ ପୋଥିନେନୀଙ୍କ ମଧ୍ୟରେ ଏକ ଏପିକ୍ ଶୋଡାଉନ୍ ଦେଖିବାକୁ ମିଳେ। ଏହି ଫିଲ୍ମରେ ରାମ ଆଇସ୍ମାର୍ଟ ଶଙ୍କର ଭୂମିକାରେ ଅଭିନୟ କରୁଥିବାବେଳେ ସଞ୍ଜୟ ଦତ୍ତ ବିଗ୍ ବୁଲ୍ ଭୂମିକାରେ ନଜର ଆସିଛନ୍ତି।

ଟ୍ରେଲରରେ, ଫିଲ୍ମର କାହାଣୀରେ ରାମଙ୍କ ମୁଣ୍ଡ ପଛରେ ଏକ ଅନନ୍ୟ USB ପୋର୍ଟ ଲାଗିଛି, ଯାହା ତାଙ୍କ ଚରିତ୍ରକୁ ଏକ ହାଇଟେକ୍ ଟ୍ୱିଷ୍ଟ୍ ଦେଇଥିବା ପରି ମନେହୁଏ। ଅନ୍ୟ ପଟେ, ସଞ୍ଜୟ ଦତ୍ତଙ୍କ ଚରିତ୍ର ଅମରତା ପାଇବାର ଦେଖାଯାଏ, ଯାହାର ଉଦ୍ଦେଶ୍ୟ ମସ୍ତିଷ୍କ ପ୍ରତିରୋପଣ କରିବା। ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକାରେ କାବ୍ୟା ଥାପର ନଜର ଆସିଛନ୍ତି। ହାସ୍ୟ ଅଭିନେତା ଅଲି ମଧ୍ୟ ତାଙ୍କ କମେଡି ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ : Trailer Release: ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍; ନିଆରା ଭୂମିକାରେ ଦେଖାଦେବେ ବିଗ୍ ବି'

ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଜଣେ ଲେଖିଛନ୍ତି, ଏହା ଏକ ବ୍ଲକବଷ୍ଟର ହେବ। ଅନ୍ୟ ଜଣେ ଲେଖିଛନ୍ତି, ୧୫ ଅଗଷ୍ଟରେ ଏକ ବିସ୍ଫୋରଣ ହେବାକୁ ଯାଉଛି। ଆଉ ଜଣେ ଏହି ହିନ୍ଦୀ ଟ୍ରେଲରରେ ସାକେତ ମଥ୍ରେଙ୍କ ସ୍ୱରକୁ ପ୍ରଶଂସା କରିଛନ୍ତି।

ଏହା ପୂର୍ବରୁ ଏହାର ଗୀତ ‘କଲକତା ମିଠା ପାନ ଲେକ୍କା’ ରିଲିଜ୍ ହୋଇଥିଲା। ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।

ସେହିପରି ଫିଲ୍ମର ଆଉ ଏକ ଗୀତ 'କିରି କିରି'କୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

ଅଧିକ ପଢନ୍ତୁ : ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

Sanjay Dutt Bollywood South Indian Films
Advertisment
Advertisment