/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731661067.jpg)
Kanguva worldwide box office collection day 1
ନଭେମ୍ବର ୧୪ରେ ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କ କଳ୍ପନା ଫାଣ୍ଟାସୀ ଡ୍ରାମା ଫିଲ୍ମ 'କଙ୍ଗୁଭା' ପ୍ରେକ୍ଷାଳୟକୁ ଆସିଛି। ୨୦୨୪ ବର୍ଷର ଏହା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେବେ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସ୍ରେ ଆଶା କରାଯାଉଥିବା ରୋଜଗାର ଠାରୁ ଏହା କମ୍ ଆୟ କରିଛି।
ବିଶ୍ୱବ୍ୟାପୀ ରୋଜଗାର କଥା କହିଲେ ଫିଲ୍ମ ପ୍ରଥମ ଦିନରେ ହାପ୍ ସେଞ୍ଚୁରୀ ମାରିଦେଇଛି। ତେବେ ଆସନ୍ତୁ ଜାଣିବା ପ୍ରଥମ ଦିନରେ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' କେତେ କୋଟି ଟଙ୍କାର ବ୍ୟବସାୟ କରିଛି।
ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର
ସାରା ବିଶ୍ୱରେ ରୋଜଗାର:
ଟ୍ରେଡ୍ ଆନାଲିଷ୍ଟ୍ ମନୋବାଲା ବିଜୟବାଲାନଙ୍କ ଅନୁଯାୟୀ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ପ୍ରଥମ ଦିନରେ ସାରା ବିଶ୍ୱରେ ୫୦ କୋଟିରୁ ଅଧିକ ଆୟ କରିଛି।
#Kanguva takes one of the BIGGEST opening of 2024 and career highest for #Suriya at the WW Box Office.
TN - ₹ 18.37 cr
AP/TS - ₹ 6.51 cr
KL - ₹ 4.78 cr
KA - ₹ 4.23 cr
ROI - ₹ 4.05 cr
OS - ₹… pic.twitter.com/taJEp7h1d3— Manobala Vijayabalan (@ManobalaV) November 15, 2024
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି ଯେ ଓପେନିଂ ଦିନରେ 'କଙ୍ଗୁଭା' ସାରା ବିଶ୍ୱରେ ୫୦.୪୩ କୋଟି ଟଙ୍କା ରୋଜଗାର କରିଛି। ଏହା ସୂର୍ଯ୍ୟାଙ୍କ କ୍ୟାରିୟରର ସର୍ବୋଚ୍ଚ ଓପନର୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି।
ଦେଶରେ ରୋଜଗାର:
ଘରୋଇ ବକ୍ସ ଅଫିସରେ 'କଙ୍ଗୁଭା'ର ରୋଜଗାର ଟିକେ ଫିକା ପଡିଛି। ଯାହା ଆଶା କରାଯାଉଥିଲା ତାହା ହୋଇପାରିନି। ଟ୍ରେଡ୍ ୱେବ୍ସାଇଟ୍ ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ପ୍ରଥମ ଦିନରେ ସାରା ଦେଶରେ ୨୨ କୋଟି ଟଙ୍କା ଆୟ କରିଛି।
ତଥାପି, ଏହା ଏକ ପ୍ରାରମ୍ଭିକ ଅନୁମାନ। ଅଫିସିଆଲ୍ ତଥ୍ୟ ଆସିବା ପରେ ରୋଜଗାରରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଆଶା କରାଯାଉଛି ଯେ ପ୍ରଥମ ସପ୍ତାହରେ ଫିଲ୍ମର ରୋଜଗାର ବଢିପାରେ।
୧୦ ହଜାର ପରଦାରେ ମୁକ୍ତିଲାଭ:
ଏହି ଫିଲ୍ମଟି ୭ ଟି ବିଭିନ୍ନ ଦେଶରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶିବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫିଲ୍ମ ସାରା ବିଶ୍ୱରେ୧୦ ହଜାର ପରଦାରେ ମୁକ୍ତିଲାଭ କରିଛି। ତାମିଲ ସହିତ ଏହା କନ୍ନଡ, ମାଲାୟାଲମ୍, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି।
ଫିଲ୍ମର ବଜେଟ୍:
ବିଶେଷ କଥା ହେଉଛି ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା'ରେ ବବି ଦେଓଲ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଭୟଙ୍କର ରୂପକୁ ନେଇ ଏବେ ଚାରିଆଡେ ଆଲୋଚନା। ନିର୍ମାତା ଏକ ବଡ ବଜେଟ୍ରେ ‘କଙ୍ଗୁଭା’ ପ୍ରସ୍ତୁତ କରିଛନ୍ତି। ଫିଲ୍ମର ବଜେଟ୍ ୩୫୦କୋଟି ବୋଲି କୁହାଯାଉଛି। ନିର୍ମାତା ଆକ୍ସନ୍ ଏବଂ ସିନେମାଟୋଗ୍ରାଫି ପାଇଁ ହଲିଉଡ୍ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଛନ୍ତି।
ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସମସ୍ତଙ୍କ ଉତ୍ସାହ ବଢିଯାଇଥିଲା। ବର୍ତ୍ତମାନ ଫିଲ୍ମ ପରଦାକୁ ଆସିବା ପରେ ଦର୍ଶକ ଖୁବ୍ ଉପଭୋଗ କରୁଥିବା ଦେଖିବାକୁ ମିଳେ।
ଟାଇଟଲ୍ ପଛର ରହସ୍ୟ:
ତେବେ ସବୁଠାରୁ ବଡ କଥା ହେଲା ଫିଲ୍ମର ଟାଇଟଲ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।
ଗତ ବର୍ଷ ଜୁଲାଇରେ ଯେତେବେଳେ ଶିବା ଫିଲ୍ମର ଟାଇଟଲ୍ ଏବଂ ପ୍ରଥମ ପୋଷ୍ଟର ରିଲିଜ୍ କରିଥିଲେ, ସେତେବେଳେ ସେ ଫିଲ୍ମର ନାଁର ଅର୍ଥ ମଧ୍ୟ ବୁଝାଇଥିଲେ। ସେ ଏହି ଫିଲ୍ମର ଟାଇଟଲ୍କୁ ଖୁବ ଭାବିଚିନ୍ତି ରଖିଛନ୍ତି, ଯାହା ତାଙ୍କ କାହାଣୀକୁ ଭଲ ଭାବରେ ପ୍ରତିଫଳିତ କରେ। ଶିବା କହିଥିଲେ ଯେ ‘କଙ୍ଗୁ’ ଶବ୍ଦ ପ୍ରାଚୀନ ତାମିଲ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି 'ନିଆଁ'। ଏହି ପରିପ୍ରେକ୍ଷୀରେ, 'କଙ୍ଗୁଭା'ର ଅର୍ଥ ହେଉଛି ସେହି ବ୍ୟକ୍ତି ଯାହା ପାଖରେ ନିଆଁ ଭଳି ଶକ୍ତି ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)