Advertisment

ନିର୍ମାତା ଫିଲ୍ମର ଟାଇଟଲ୍ କାହିଁକି ରଖିଲେ ‘କଙ୍ଗୁଭା’; କ’ଣ ଏହାର ମାନେ

ନିକଟରେ ‘କଙ୍ଗୁଭା’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍‌’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍‌ର ଜବରଦସ୍ତ ଷ୍ଟାଇଲ୍‌ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମର ଟାଇଟଲ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Kanguva director siva explains the meaning of kanguva

Kanguva director siva explains the meaning of kanguva

‘କଙ୍ଗୁଭା’ ଏମିତି ଏକ ସାଉଥ୍ ଫିଲ୍ମ ଯାହାର ରିଲିଜ୍‌କୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି। ଫିଲ୍ମ ଜୋରଦାର ଆକ୍ସନ୍‌ରେ ଭରପୂର। ନିକଟରେ ଏହାର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍‌’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍‌ର ଜବରଦସ୍ତ ଷ୍ଟାଇଲ୍‌ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।

Advertisment

ଏଥିରେ ସୂର୍ଯ୍ୟା ଯେଉଁ ପ୍ରକାର ଅଭିନୟ କରୁଛନ୍ତି ଏବଂ ତାଙ୍କର ଚେହେରା ଉଭୟ ଆଲୋଚନାର ବିଷୟ ହୋଇରହିଛି। ବର୍ତ୍ତମାନ ‘କଙ୍ଗୁଭା’ ନିର୍ମାତା ସୁପରଷ୍ଟାର ସୂର୍ଯ୍ୟାଙ୍କ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ସୁଟିଂ ସହ ଜଡିତ ଥିବା ନିଜର ଅଭିଜ୍ଞତା ବାଣ୍ଟୁଛନ୍ତି। ଏହାକୁ ଶେୟାର କରି ନିର୍ମାତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଆମ ହିରୋ ‘କଙ୍ଗୁଭା’ ଟିମ୍ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଛନ୍ତି।”

ଟିମ୍ ସହ କାମ କରିବାର ଅଭିଜ୍ଞତାକୁ ସୂର୍ଯ୍ୟା କହିଛନ୍ତି, “ମୁଁ ସବୁବେଳେ ବିଶ୍ୱାସ କରେ ଯେ ଯେତେବେଳେ କୌଣସି ଫିଲ୍ମ ଆପଣଙ୍କ ପାଖକୁ ଆସେ, ସେହି ଫିଲ୍ମ ଆପଣଙ୍କ ପାଖକୁ ଆସିବା ଏକ ଆଶୀର୍ବାଦ ଅଟେ। ୟୁନିଭର୍ସ ଆପଣଙ୍କ ପାଇଁ ଏହା ସମ୍ଭବ କରେ। ଶୁଟିଂର ପ୍ରଥମ ଦିନରୁ ହିଁ ଶୁଟିଂକୁ ନେଇ ଆଗ୍ରହ ବଢି ଚାଲିଥିଲା। ମୋର ନିର୍ଦ୍ଦେଶକ ଶିବା ସାର୍ ଏବଂ ମୋର ନିର୍ମାତା ଜନାୱେଲ୍‌ଙ୍କୁ ଧନ୍ୟବାଦ ଏବଂ ମୋର DOP ଭେତ୍ରୀ ସାର୍ ଏବଂ ରକଷ୍ଟାର DSP ବିନା କିଛି ସମ୍ଭବ ହୋଇ ନ ଥାନ୍ତା।”

Advertisment

ଅଧିକ ପଢ଼ନ୍ତୁ: ରାମ ଚରଣଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ମିଳିବ ତିନି ସର୍ପ୍ରାଇଜ୍; ଜାଣନ୍ତୁ କ’ଣ…

ତେବେ ‘କଙ୍ଗୁଭା’ର ଟିଜର୍ ଦେଖିବା ପରେ ଯାହା ଜଣାପଡୁଛି, ଏହା ୨୦୨୪ର ସବୁଠାରୁ ହିଟ୍ ଫିଲ୍ମ ହେବ। ବାହୁବଲୀ, ପଠାନ, ଜବାନ ପରି ଫିଲ୍ମର ରେକର୍ଡ ଭାଙ୍ଗିବ। ତେବେ ଶିବାଙ୍କ ନିର୍ଦ୍ଦେଶିତ ଫିଲ୍ମ 'କଙ୍ଗୁଭା'ର ଘୋଷଣା ଗତ ବର୍ଷ କରାଯାଇଥିଲା। ଚାରି ବର୍ଷର ଅପେକ୍ଷା ପରେ ଶିବା ଏପ୍ରିଲ୍ ୨୦୨୩ରେ ଫିଲ୍ମର ଟାଇଟଲ୍ ଘୋଷଣା କରିଥିଲେ ଏବଂ ପରେ ବିସ୍ଫୋରକ ପୋଷ୍ଟର ଶେୟାର କରିଥିଲେ।

ତେବେ ସବୁଠାରୁ ବଡ କଥା ହେଲା ଫିଲ୍ମର ଟାଇଟଲ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।

ଗତ ବର୍ଷ ଜୁଲାଇରେ ଯେତେବେଳେ ଶିବା ଫିଲ୍ମର ଟାଇଟଲ୍ ଏବଂ ପ୍ରଥମ ପୋଷ୍ଟର ରିଲିଜ୍ କରିଥିଲେ, ସେତେବେଳେ ସେ ଫିଲ୍ମର ନାମର ଅର୍ଥ ମଧ୍ୟ ବୁଝାଇଥିଲେ। ସେ ଏହି ଫିଲ୍ମର ଟାଇଟଲ୍‌କୁ ଖୁବ ଭାବିଚିନ୍ତି ରଖିଛନ୍ତି, ଯାହା ତାଙ୍କ କାହାଣୀକୁ ଭଲ ଭାବରେ ପ୍ରତିଫଳିତ କରେ। ଶିବା କହିଥିଲେ ଯେ ‘କଙ୍ଗୁ’ ଶବ୍ଦ ପ୍ରାଚୀନ ତାମିଲ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି 'ନିଆଁ'। ଏହି ପରିପ୍ରେକ୍ଷୀରେ, 'କଙ୍ଗୁଭା'ର ଅର୍ଥ ହେଉଛି ସେହି ବ୍ୟକ୍ତି ଯାହା ପାଖରେ ନିଆଁ ଭଳି ଶକ୍ତି ଅଛି।

‘କଙ୍ଗୁଭା’ର ଦୁନିଆ ବାସ୍ତବ ହେବ ଏବଂ ଦର୍ଶକଙ୍କୁ ଏକ ନୂଆ ଭିଜୁଆଲ୍ ଅନୁଭୂତି ଦେବ। ମାନବୀୟ ଭାବନା, ଦମଦାର୍ ପ୍ରଦର୍ଶନ ଏବଂ ବଡ଼ ଆକାରରେ ପୂର୍ବରୁ ଦେଖାଯାଇ ନ ଥିବା ଆକ୍ସନ୍ ଦୃଶ୍ୟ ଏହି ଚଳଚ୍ଚିତ୍ରର ମୂଳ ଅଂଶ ହେବ। ଷ୍ଟୁଡିଓ ଗ୍ରୀନ୍ ୨୦୨୪ର ପ୍ରାରମ୍ଭରେ ସାରା ବିଶ୍ୱରେ ଏମିତି ଏକ ବଡ ଆକାରରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଟପ୍ ଡିଷ୍ଟ୍ରୀବ୍ୟୁସନ ହାଉସ୍ ସହିତ ହାତ ମିଶେଇଛି। ‘କଙ୍ଗୁଭା’ର ବଜେଟ୍ ପ୍ରାୟ ୩୫୦ କୋଟି ଟଙ୍କା ବୋଲି କୁହାଯାଉଛି।

Surya Bollywood Tollywood Bobby Deol
Advertisment
Advertisment