• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଯାତ୍ରା କଳାକାର, ମାଲିକ ଓ ମ୍ୟାନେଜରଙ୍କ ଭିତରେ ସମନ୍ୱୟର ଅଭାବ ରହିଛି । କିଏ ବଡ଼ କି କିଏ ସାନ ନୁହଁନ୍ତି । ଯାତ୍ରାରେ ଦେଖାଦେଇଥିବା ବିବାଦ ସାଧାରଣ ନୁହଁ । ଏହି ବିବାଦ ଦୁଷ୍ଟପଣ ବୋଲି ଭାବିବା ଉଚିତ । ସମସ୍ତେ ଭାବିବା ଦରକାର ଯାତ୍ରା ପାଇଁ ଦର୍ଶକ ହିଁ ବଡ଼ । ବିବାଦ ଭିତରେ ଜନ୍ମ ନେଇଥିବା ନୂଆ ଯାତ୍ରା ପାର୍ଟି 'ପ୍ରମୋଦିନୀ'ର ଶୁଭାରମ୍ଭ କରି ପୂର୍ବତନ ଯାତ୍ରା ପାର୍ଟି ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ସମସ୍ତଙ୍କର ଦାୟିତ୍ୱବୋଧ ରହିଛି । ଯାତ୍ରାରେ କିଏ ବଡ ନୁହେଁ କି ସାନ ନୁହେଁ । ଅହଙ୍କାରକୁ ପଛରେ ରଖି ଏକାଠି କାମ କଲେ ସମସ୍ତେ ଭଲରେ ରହିପାରିବେ ବୋଲି ସୌମ୍ୟରଞ୍ଜନ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଥାନାରେ ଏତଲା ଦେଲେ ଅଭିନେତ୍ରୀ, ଏଥର ବନ୍ଧା ହେବେ କି ନାଣ୍ଡୁ ବାବୁ ?

ପ୍ରମୋଦିନୀ ନୂଆ ଯାତ୍ରା ପାର୍ଟି ଶୁଭାରମ୍ଭରେ ଅଭିନେତ୍ରୀ ମାମୁନୀଙ୍କୁ ଦେଖିବାକୁ ମିଳିଥିଲା । ହେଲେ ସେ ପ୍ରମୋଦିନୀରେ କାମ କରୁଛନ୍ତି କି ନାହିଁ କିଛି ଖୋଲି କହିଲେ ନାହିଁ ବରଂ ୨୦୨୫-୨୬ ପାଇଁ ସେ କେଉଁ ଯାତ୍ରା ପାର୍ଟି ପାଇଁ କାମ କରୁନଥିବା କହିଥିଲେ ମାମୁନୀ । ନାଣ୍ଡୁ ବାବୁ ଜୀବନ ବରବାଦ କରିଦେଇଛନ୍ତି । ଏ ବର୍ଷ ମୁଁ ଚାକିରି କରିପାରିନି । କ୍ଷତି ସହିଛି । ସେ କ୍ଷତି ଭରଣା ନାଣ୍ଡୁବାବୁ କରିବେ ବୋଲି କହିଛନ୍ତି ଅଭିନେତ୍ରୀ । ଯାତ୍ରା ପାଇଁ କାହା ଗୋଡ ହାତ ଧରିପାରିନି । ଦେଖିବା କ’ଣ ହେଉଛି କହି ପରୋକ୍ଷରେ ପ୍ରମୋଦିନୀରେ ଅଭିନେତ୍ରୀ ହେବା କଥା ରଖିଛନ୍ତି ମମୁନୀ ।

ଅଭିନେତା ବିଶ୍ୱଭୂଷଣ ପଣ୍ଡା ପ୍ରମୋଦିନୀରେ ହିରୋ ଭୂମିକା ପାଇଁ ଚୁକ୍ତି କରିଛନ୍ତି । କିନ୍ତୁ ବିବାଦ ହେଲେ ସେଥିରୁ କିଛି ଭଲ ନିର୍ଯ୍ୟାସ ବାହାରିବ ବୋଲି କହିଛନ୍ତି । ଅନ୍ୟପଟେ ପ୍ରମୋଦିନୀ ଯାତ୍ରାପାର୍ଟି ମାଲିକ ସୂର୍ଯ୍ୟ ନାରାୟଣ ପ୍ରହରାଜ କହିଛନ୍ତି, ଏଥର କିନ୍ତୁ ବିନା ଦସ୍ତଖତରେ କିଛି କାମ ହେବ ନାହିଁ ।

ପ୍ରମୋଦିନୀ ୩ଟି ଭିନ୍ନ ସ୍ଵାଦର ନାଟକ ‘ସାତ ଦିନ ପାଇଁ ସୀତା ହରଣ’, ‘ହର ହର ମହାଦେବ’ ଓ ‘ମା ଦେଇଥିଲା କଜଳ ଗାର’ ପରିବେଷଣ କରିବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଆଉ ଗର୍ଜିବେନି କି ଯାତ୍ରା ଟାଇଗର୍‌ ? ପୁଣି କି ବିବାଦ...