ବଢିଲା ନାଣ୍ଡୁଙ୍କ ଅଡୁଆ । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ବିରୋଧରେ ଥାନାରେ ଏତଲା ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଯାତ୍ରା ଅଭିନେତ୍ରୀ ମନୋରମା ଦାସ ଓରଫ ପୂଜା । ଜୀବନ ପ୍ରତି ବିପଦ ଦର୍ଶାଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଯାତ୍ରାରେ ସୁଯୋଗ ଦେବାକୁ କହି ନାଣ୍ଡୁ ଶାରିରୀକ ସମ୍ପର୍କ କରିବାକୁ ବାଧ୍ୟ କରୁଥିବା FIRରେ ଉଲ୍ଲେଖ କରିଛନ୍ତି ପୂଜା । ପୂର୍ବରୁ ଯାତ୍ରା ଅଭିନେତା ନରି ପଣ୍ଡା ଓ ମାମୁନି ଷଡ଼ଙ୍ଗୀ ନାଣ୍ଡୁଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଥିଲେ ।
ଅଧିକ ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଆଉ ଗର୍ଜିବେନି କି ଯାତ୍ରା ଟାଇଗର୍ ? ପୁଣି କି ବିବାଦ...
Also Read
ଏହାପୂର୍ବରୁ ପୂଜା ଗଣମାଧ୍ୟମ ଆଗରେ ନାଣ୍ଡୁଙ୍କ ନାଁରେ ଅଭିଯୋଗ କରିଥିଲେ ଯେ, ୨୦୨୪-୨୫ ପାଇଁ ତୁଳସୀ ଗଣନାଟ୍ୟରେ ଅଭିନୟ କରିବାକୁ ଏଗ୍ରିମେଣ୍ଟ ହୋଇଥିଲା । ମୋତେ ୮ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ମୋ ହାତ ଭାଙ୍ଗିଥିବାରୁ ରିହର୍ସାଲ କରିପାରିନଥିଲି । ୨ ଦିନ ଯାତ୍ରା ପାର୍ଟି କାମ କରିବା ପରେ ନାଣ୍ଡୁ ବାବୁ ଧମକ ଚମକ ଦେବା ଆରମ୍ଭ କରିଥିଲେ । ଯେଉଁ ଝିଅ ନାଣ୍ଡୁ ବାବୁଙ୍କ ସହ ଶାରୀରିକ ସମ୍ପର୍କ ନରଖିବ ତାକୁ ଯାତ୍ରା ପାର୍ଟିରୁ ଏମିତି ଧମକ ଦେଇ ବାହାର କରିଦେଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଥିଲେ ପୂଜା ।
ସେହିପରି କିଛି ଦିନ ତଳେ ବାକି ଟଙ୍କାକୁ ନେଇ ଯାତ୍ରା ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀଙ୍କୁ ଲୋକ ଲଗେଇ ନାଣ୍ଡୁ ବାବୁ ଆକ୍ରମଣ କରିଥିବାର ଅଭିଯୋଗକୁ ନେଇ ମଧ୍ୟ ଖୁବ୍ ହଇଚଇ ହୋଇଥିଲା । ସମ୍ରାଟ ଅଶୋକ ଅପେରାର ଅଭିନେତ୍ରୀ ମାମୁନୀ ଅଭିଯୋଗ କରିଥିଲେ ଯେ, ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ତାଙ୍କୁ ଯାତ୍ରା କମିଟି ଲୋକଙ୍କୁ ଲଗାଇ ମାଡ଼ ମରେଇଛନ୍ତି । ବାଲେଶ୍ବର ବାଲିଆପାଳ ଯାତ୍ରା କ୍ୟାମ୍ପରେ ସେ ଓ ସେଇ ପାର୍ଟିରେ ଥିବା ତାଙ୍କ ଉପସ୍ଥାପକ ସ୍ବାମୀ ବାପି କୁମାରଙ୍କୁ ବି ଦୁର୍ବ୍ୟବହାର କରାଯିବା ସହ ଗାଡ଼ି ପୋଡ଼ି ଦେବାକୁ ଧମକ ଦେଇଥିଲେ ।