/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752240512.jpg)
Box Office Collection
ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ୱାର୍ ଟୁ ୨୦୨୫ର ବହୁ ପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଅନ୍ୟତମ । ୟଶରାଜର ସ୍ପାଏ ୟୁନିଭର୍ସର ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି । ଏହା ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହି ଫିଲ୍ମ ମାଧ୍ୟମରେ ଜୁନିଅର ଏନଟିଆର ପ୍ରଥମ ଥର ପାଇଁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ହିନ୍ଦୀ ଅଞ୍ଚଳ ସହିତ, ତେଲୁଗୁ ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମର କ୍ରେଜ ଦେଖି ଏକ୍ସପର୍ଟ ମାନେ କହୁଛନ୍ତି ୱାର-ଟୁ ପ୍ରଥମ ଦିନରେ ହିଁ ବଲିଉଡର ସମସ୍ତ ପୂର୍ବ ବଡ଼ ରେକର୍ଡ ଭାଙ୍ଗିବ ।
ୱାର-ଟୁ ର ନିର୍ଦ୍ଦେଶନା ଅୟାନ ମୁଖାର୍ଜୀ ଦେଇଛନ୍ତି । ଏହା ଏକ ଆକ୍ସନ ଫିଲ୍ମ । ଫିଲ୍ମରେ ଜୁନିଅର ଏନଟିଆର ଏବଂ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ବିଗ୍ ଫାଇଟ ଦେଖିବାକୁ ମିଳିବ । ଯାହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି ।
ଏକ ରିପୋର୍ଟ ଅନୁସାରେ ଏହି ସିନେମାଟି ପ୍ରଥମ ଦିନରେ ହିଁ ସମସ୍ତ ପୂର୍ବ ଆୟ ରେକର୍ଡ ଭାଙ୍ଗିବାକୁ ଯାଉଛି। କୁହାଯାଇଛି ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ୱାର-ଟୁ ପ୍ରଥମ ଦିନରେ ପ୍ରାୟ ୧୩୦ କୋଟି ଟଙ୍କା ଆୟ କରିବ ।
କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ ବିଦେଶରେ ବି ଭଲ ଓପନିଂ କରିବ ବୋଲି ଆଶା କରାଯାଉଛି। କୁହାଯାଉଛି ଗ୍ଲୋବାଲ ବକ୍ସ ଅଫିସରେ ପ୍ରଥମ ଦିନରେ ୧୭୫ କୋଟି କିମ୍ବା ତା’ଠାରୁ ଅଧିକ ରୋଜଗାର କରିବ। ବଲିଉଡ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିନାହିଁ।
ଯଦି ୱାର ଟୁ ଏହା କରିବାରେ ସଫଳ ହୁଏ, ତେବେ ଏହା ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବ । ଏହା ମଧ୍ୟ କୁହାଯାଉଛି ଯେ ଏହା କେବଳ ହିନ୍ଦୀ ଏବଂ ତେଲୁଗୁ ବକ୍ସଅଫିସରୁ ୧୦୦ କୋଟି ଟଙ୍କା ରୋଜଗାର କରିବ ।
'ୱାର-ଟୁ' ହଲରେ ଏକା ରିଲିଜ୍ ହେବ ନାହିଁ। ଏହା ସହିତ ରଜନୀକାନ୍ତ ଏବଂ ଲୋକେଶ କନଗରାଜଙ୍କ ଫିଲ୍ମ 'କୁଲି' ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। କିଛି ଦିନ ପୂର୍ବରୁ କୁହାଯାଉଥିଲା ଏଥର ହ୍ରିତିକ୍ ରୋଶନଙ୍କ ଚରିତ୍ର କବୀର ଫିଲ୍ମରେ ଖଳନାୟକ ହେବେ । ତାଙ୍କୁ ଧରିବା ପାଇଁ ଭାରତ ସରକାର ତାଙ୍କର ଏଜେଣ୍ଟ ପଠାଇବେ । ଏହି ଏଜେଣ୍ଟଙ୍କ ଭୂମିକା ଜୁନିଅର ଏନଟିଆର ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)