Advertisment

Transport Minister Blames Congress: ‘ଡ୍ରାଇଭର ସଂଘ କଂଗ୍ରେସ ରାଲିକୁ ସମର୍ଥନ ଦେବାରେ ରାଜନୀତି ଦେଖାଦେଇଛି’

ଡ୍ରାଇଭର୍ ଆନ୍ଦୋଳନ ପଛରେ ରାଜନୀତି ? ଓଡ଼ିଶା ଡ୍ରାଇଭର୍ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ...ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା...

author-image
Sujit kumar Swain
Odisha Transport Minister Blames Congress

Odisha Transport Minister Blames Congress

ଡ୍ରାଇଭରଙ୍କୁ ଭ୍ରମିତ କରନ୍ତୁନି, ରାଜନୀତିରେ ଡ୍ରାଇଭର ସଂଘକୁ ସାମିଲ କରାନଯାଉଡ୍ରାଇଭର୍ ସଂଘ ଆନ୍ଦୋଳନକୁ ନେଇ ଆଜି କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

Advertisment

କଂଗ୍ରେସ ରାଲିକୁ ସମର୍ଥନ ଦେବାରେ ରାଜନୀତି ଦେଖାଦେଇଛିତେଣୁ ଡ୍ରାଇଭରଙ୍କୁ ଡ୍ରାଇଭର୍ ନେତା ଆନ୍ଦୋଳନ ନାଁରେ ଭ୍ରମିତ କରାନଯାଉ ବୋଲି ସେ କହିଛନ୍ତିମହାସଂଘର ସମସ୍ତ ଦାବି ଉପରେ ଆଲୋଚନା ହୋଇଛିଦାବି ଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ସେ ନେଇ ଆଲୋଚନା ଚାଲିଥିବା ସେ ଦୋହରାଇଛନ୍ତି

ତେବେ ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍ ହୋଇଯାଇଛି। ପୁରୀରେ ଏହାର ପ୍ରଭାବ ଦେଖାଦେଇଛି। ବସଷ୍ଟାଣ୍ଡରେ ବସ ସବୁ ଅଟକି ରହିଛି। ରଥଯାତ୍ରା ପାଇଁ ପୁରୀ ଆସିଥିବା ଭକ୍ତ ଏବେ ଫସି ରହିଯାଇଛନ୍ତି। 

Advertisment

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନର ପ୍ରଭାବ ମାଲକାନଗିରିରେ ଦେଖିବାକୁ ମିଳିଛି। କେବଳ ସରକାରୀ ବସ୍ ଚାଲିଥିବାରୁ ସେଥିରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଯାତ୍ରୀମାନେ ବହୁ ସମୟ ଅପେକ୍ଷା କରିବା ପରେ ସରକାରୀ ବସ୍ ପହଞ୍ଚୁଛି ।

ଡ୍ରାଇଭରଙ୍କ ଆନ୍ଦୋଳନ ଯେତେ ଲମ୍ବୁଛି, ପେଟ୍ରୋଲ ଟାଙ୍କିରୁ ତେଲ ସରି ସରି ଆସୁଛି। ରାଜ୍ୟରେ ପ୍ରତିଦିନ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ଦରକାର। ଏଥିପାଇଁ ଡିପୋରୁ ପ୍ରତିଦିନ ୬୦୦ ଟ୍ୟାଙ୍କର ତେଲ ବିଭିନ୍ନ ପେଟ୍ରୋଲ ପମ୍ପକୁ ଆସିଥାଏ। ସାଧାରଣତଃ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୪ ଦିନର ଷ୍ଟକ୍ ରହିଥାଏ। ଏବେ ସୁଦ୍ଧା ପ୍ରାୟ ୪୦୦ ଟ୍ୟାଙ୍କର ଆସୁଥିବା ସୂଚନା ରହିଛି। କିନ୍ତୁ ଆନ୍ଦୋଳନ ଜାରି ରହିଲେ ସମସ୍ୟା ଆହୁରି ବଢିଯିବ ବୋଲି ଆଶଙ୍କା କରାଯାଉଛି। ସେପଟେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ଏବଂ ଆବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି କହିବା ସହ ଲୋକଙ୍କୁ ବ୍ୟସ୍ତ କି ଭୟଭୀତ ନହେବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି

Congress Protests Odisha Transport Minister Transport Minister
Advertisment
Related Articles
Advertisment