Advertisment

Aamir Khan: ୧୮ ମାସ ହେଲା ଚାଲିଛି ପ୍ରେମ ଚକ୍କର: ଆମିର୍ କିପରି ଏହାକୁ ଲୁଚାଇଥିଲେ, ଏବେ କହିଲେ

ଜଣେ ସନ୍ତାନର ମାଆଙ୍କ ପ୍ରେମରେ ଉବୁଟୁବୁ ଆମିର୍ ଖାନ୍। ୧୮ ମାସ ହେଲା ଉଭୟଙ୍କ ପ୍ରେମ ଗାଡି ଆଗକୁ ବଢିଛି। ସେ ଏହାକୁ ଲୁଚାଇ ରଖିଥିଲେ ବି ବର୍ତ୍ତମାନ ମିଡିଆ ସାମ୍ନାରେ ପ୍ରକାଶ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
How actor aamir khan hidden new love story

How actor aamir khan hidden new love story

ଆମିର ଖାନ ହେଉଛନ୍ତି ବଲିଉଡ୍‌ର ମିଷ୍ଟର୍ ପର୍‌ଫେକ୍‌ସନିଷ୍ଟ। ୬୦ ବର୍ଷୀୟ ଆମିର ଖାନ ଦୁଇଥର ବିବାହ କରିଥିଲେ। ତାଙ୍କ ଜୀବନର ୧୬-୧୬ ବର୍ଷ ଉଭୟ ପତ୍ନୀଙ୍କ ସହିତ ବିତାଇଲେ, ସନ୍ତାନ ଜନ୍ମ କଲେ ଏବଂ ପରେ ଛାଡପତ୍ର ଦେଇଦେଲେ।

Advertisment

ସାଧାରଣତଃ ଦେଖାଯାଏ ଯେ ଛାଡପତ୍ର ପରେ ଦମ୍ପତିମାନେ ପରସ୍ପରକୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। କିନ୍ତୁ, ଆମିର ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତା ଏବଂ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଏବେ ବି ଭଲ ସମ୍ପର୍କ ରଖିଛନ୍ତି। ଶ୍ୱଶୁର ହୋଇସାରିଥିବା ଆମିର ଖାନ ପୁଣି ଥରେ ପ୍ରେମରେ ପଡିଛନ୍ତି। ସେ ପୁଣିଥରେ ଜଣେ ସନ୍ତାନର ମାଆଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ସେ ଏହି କଥାକୁ ମିଡିଆ ସାମ୍ନାରେ ପ୍ରକାଶ କରିଛନ୍ତି।

ଗତ ୨୫ ବର୍ଷ ଧରି ଉଭୟ ପରସ୍ପରକୁ ଜାଣିଛନ୍ତି, କିନ୍ତୁ ଗତ ୧୮ ମାସ ମଧ୍ୟରେ ଉଭୟଙ୍କ ପ୍ରେମ ଗାଡି ଆଗକୁ ବଢିଛି। ତେବେ ଆମିର ଏହାକୁ କିପରି ଏତେଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ଅଭିନେତା ନିଜେ ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଉ ଥରେ ବାହା ହେବେ ମିଷ୍ଟର୍ ପରଫେକ୍‌ସନିଷ୍ଟ୍‌ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ପୂର୍ବରୁ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତାଙ୍କର ସମ୍ପର୍କକୁ ନିଶ୍ଚିତ କରିଛନ୍ତି।  ଜନ୍ମଦିନ ପାଳନର ପୂର୍ବ ଦିନ ସେ ଗୌରୀଙ୍କୁ ଗଣମାଧ୍ୟମ ସହିତ ପରିଚିତ କରାଇଥିଲେ ଏବଂ କହିଥିଲେ ଯେ ତାଙ୍କ ପରିବାର ମଧ୍ୟ ତାଙ୍କ ନୂଆ ଗର୍ଲଫ୍ରେଣ୍ଡକୁ ପସନ୍ଦ କରନ୍ତି।

କିପରି ନିଜ ପ୍ରେମକୁ ଲୁଚାଇଥିଲେ:

ଜନ୍ମଦିନର ପୂର୍ବ କାର୍ଯ୍ୟକ୍ରମରେ ଆମିର ମଜାଳିଆ ଢଙ୍ଗରେ କହିଥିଲେ, “ଦେଖନ୍ତୁ, ମୁଁ କିପରି ଆପଣମାନଙ୍କୁ କିଛି ବି ଜାଣିବାକୁ ଦେଲି ନାହିଁ।” କିନ୍ତୁ ଆମିର ଖାନ ନିଜ ସମ୍ପର୍କକୁ ଗଣମାଧ୍ୟମରୁ କିପରି ଲୁଚାଇଥିଲେ? ଅଭିନେତା କହିଛନ୍ତି ଯେ “ପ୍ରଥମ କଥା ହେଉଛି ସେ ବେଙ୍ଗାଲୁରୁରେ ରୁହନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସେଠାରେ ରହୁଥିଲେ। ସେଥିପାଇଁ ମୁଁ ତାଙ୍କୁ ଭେଟିବା ପାଇଁ ସେଠାକୁ ଯାଉଥିଲି ଏବଂ ସେଠାରେ ମିଡିଆ ଫୋକସ୍ ବହୁତ କମ ଥାଏ। ସେଥିପାଇଁ ଆମେ ରାଡାର୍‌ ବାହାରେ ରହିଥିଲୁ।”

ବର୍ତ୍ତମାନ କାହିଁକି କଲେ ସାର୍ବଜନୀନ:

ଯେତେବେଳେ ଗୌରୀ ମୁମ୍ବାଇ ଆସି ଆମିର ଏବଂ ତାଙ୍କ ପରିବାରଙ୍କୁ ଭେଟିଥିଲେ, ସେତେବେଳେ ଅନ୍ୟ ଖାନ ଷ୍ଟାର୍‌ଙ୍କ ବିଷୟରେ କହି ଆମିର୍ କହିଥିଲ, “ମୋ ଘରେ ଫୋକସ ଟିକେ କମ୍। ଆପଣମାନେ ମିସ୍ କରୁଛନ୍ତି।” ଆମିର ଖାନ ତାଙ୍କ ସମ୍ପର୍କକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ କାରଣ ବର୍ତ୍ତମାନ ସେ ନିଜକୁ ସୁରକ୍ଷିତ ମଣୁଛନ୍ତି।

ସେ କହିଛନ୍ତି, “ଆମେ ବର୍ତ୍ତମାନ ପ୍ରତିବଦ୍ଧ ଏବଂ ଆମେ ଅନୁଭବ କରୁଛୁ ଯେ ଆମେ ପରସ୍ପର ସହିତ ସୁରକ୍ଷିତ, ତେଣୁ ଆମେ ଆପଣଙ୍କୁ ଆମର ସମ୍ପର୍କ ବିଷୟରେ କହିବାକୁ ସ୍ଥିର କଲୁ। ସମ୍ପର୍କକୁ ନେଇ କହି ଦେଉଛି ଯେ, ଏହା ବହୁତ ଭଲ, କାହିଁକି ନା ମୋତେ ବର୍ତ୍ତମାନ ଆଉ କିଛି ଲୁଚାଇବାକୁ ପଡିବ ନାହିଁ।”

ଆମିରଙ୍କ ପରିବାରରେ ଗୌରୀଙ୍କୁ ସ୍ୱାଗତ:

ଆମୀରଙ୍କ ପରିବାରକୁ ଭେଟିବାକୁ ନେଇ ଗୌରୀ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଆମିରଙ୍କ ପରିବାର ତାଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଗୌରୀ କହିଛନ୍ତି ଯେ ଆମିରଙ୍କ ପରିବାର ତାଙ୍କୁ 'ଖୋଲା ହୃଦୟ' ସହିତ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ବହୁତ ପ୍ରେମର ସହିତ ଭେଟିଛନ୍ତି। ଆମିର ଖାନ କହିଛନ୍ତି ଯେ, ସେ ଗୌରୀଙ୍କୁ ୨୫ ବର୍ଷ ହେବ ଜାଣିଛନ୍ତି।

ଗୌରୀ ସ୍ପ୍ରାଟ୍ କିଏ:

ପ୍ରକାଶଥାଉ ଯେ, ଗୌରୀ ସ୍ପ୍ରାଟ୍‌ ବେଙ୍ଗାଲୁରୁର ହୋଇଥିବା ବେଳେ ସେ ବର୍ତ୍ତମାନ ଆମିର ଖାନ ଫିଲ୍ମରେ କାମ କରୁଛନ୍ତି। ତାଙ୍କର ବୃତ୍ତିଗତ ବ୍ୟାକ୍‌ଗ୍ରାଉଣ୍ଡ୍ ହେଉଛି ହେୟାର୍‌ଡ୍ରେସିଙ୍ଗ୍ ଏବଂ ସେ ଲଣ୍ଡନ ଅଫ୍ ଆର୍ଟ ୟୁନିଭର୍ସିଟିରୁ ଫ୍ୟାଶନ୍, ଷ୍ଟାଇଲିଂ ଏବଂ ଫଟୋଗ୍ରାଫିରେ FDA କରିଛନ୍ତି।

ଗୌରୀଙ୍କ ମା’ ଜଣେ ତାମିଲିୟାନ୍ ହୋଇଥିବା ବେଳେ ବାପା ଜଣେ ଆଇରିଶ୍। ତାଙ୍କ ଜେଜେବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଗୋରୀ ବିବାହିତା ହୋଇଥିବା ବେଳେ ତାଙ୍କର ଏକ ୬ ବର୍ଷର ପୁଅ ମଧ୍ୟ ଅଛି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Bollywood Aamir Khan Love Affair
Advertisment
Advertisment