Advertisment

Happy New Year 2025: ୨୦୨୫ ହେବ କି ବଡିଉଡ୍‌ର… ସାଉଥ୍‌କୁ ମାତ୍ ଦେବ କି ଏହି ୧୨ ଫିଲ୍ମ ?

୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍‌ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Most awaited films of new year 2025

Most awaited films of new year 2025

'ପୁଷ୍ପା ୨' ବକ୍ସ ଅଫିସରେ ଏକ ବଡ଼ ରେକର୍ଡ ସ୍ଥାପନ କରି ବଲିଉଡ୍‌ ନିର୍ମାତାମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନୂତନ ବର୍ଷ ୨୦୨୫ର ଏକ ଦମଦାର ଆରମ୍ଭ ହୋଇସାରିଛି ଏବଂ ଏହା ସହିତ ମନୋରଞ୍ଜନ ଜଗତରେ ମଧ୍ୟ ନୂଆ ନୂଆ ଫିଲ୍ମର ଝଡ ସୃଷ୍ଟି ହେବାକୁ ଯାଉଛି।

Advertisment

୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍‌ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment

ସଲମାନ ଖାନଙ୍କ ସ୍ୱାଗ୍, ଆଲିଆ ଭଟ୍ଟଙ୍କ ଗୁପ୍ତଚର ଅବତାର ଏବଂ ଆମୀର ଖାନଙ୍କ କାହାଣୀ କହିବାର କଳା ସହିତ ଚଳିତ ବର୍ଷ ମଧ୍ୟ ସିନେମା ପ୍ରେମୀଙ୍କ ପାଇଁ ବହୁତ କିଛି ଆଣିବ। ଆପଣ ଯଦି ଏହି ତାଲିକାକୁ ଅପେକ୍ଷା କରିଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କର ନୂଆ କ୍ୟାଲେଣ୍ଡରରେ ଚିହ୍ନମାରି ରଖନ୍ତୁ।

ସିକନ୍ଦର:

ସଲମାନ ଖାନଙ୍କ ' ସିକନ୍ଦର' ୨୦୨୫ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏଆର୍ ମୁରୁଗାଦାସଙ୍କ ନିର୍ଦ୍ଦେଶିତ 'ସିକନ୍ଦର'ରେ ସଲମାନ ଖାନ, ରଶ୍ମିକା ମନ୍ଦାନା ଏବଂ କାଜଲ ଅଗ୍ରୱାଲ ମୁଖ୍ୟ ଭୂମିକାରେ ନଜର ଆସିବେ। ଇଦ୍ ୨୦୨୫ରେ ଏହା ମୁକ୍ତିଲାଭ କରିବାର ଯୋଜନା ରହିଛି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି।

ୱାର୍ ୨:

ହ୍ରିତିକ ରୋଶନ ତାଙ୍କର ୨୦୧୯ର ବ୍ଲକବଷ୍ଟର ‘ୱାର୍’ର ସିକ୍ୱେଲ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନ୍ୟତମ ମୁଖ୍ୟ ଭୂମିକାରେ କିଆରା ଆଡ୍‌ଭାନୀ ଏବଂ ନକରାତ୍ମକ ଭୂମିକାରେ Jr NTRଙ୍କୁ ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

'ହାଉସଫୁଲ୍ ୫':

ଅକ୍ଷୟ କୁମାରଙ୍କ 'ହାଉସଫୁଲ୍ ୫' ମଧ୍ୟ ଏହି ନୂଆ ବର୍ଷରେ ହଙ୍ଗାମା ସୃଷ୍ଟି କରିବ। ତରୁଣ ମନସୁଖାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ସୋନମ ବାଜୱା ଆଦି ଅଭିନୟ କରିଛନ୍ତି। ସାଜିଦ୍‌ ନାଡିଆଡୱାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ୦୬ ଜୁନ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି।

ସିତାରେ ଜମିନ୍ ପର୍:

୨୦୨୫ ମସିହାରେ ଆମୀର ଖାନଙ୍କୁ ' ସିତାରେ ଜମିନ୍ ପର୍'ରେ ଦେଖିବାକୁ ମିଳିବ, ଯାହା ତାଙ୍କର ଚଳଚ୍ଚିତ୍ରକୁ ଫେରିବା ମଧ୍ୟ ହେବ। ଏହା ତାଙ୍କର ୨୦୦୭ ଚଳଚ୍ଚିତ୍ର ‘ତାରେ ଜମିନ୍ ପର୍’ ର ଏକ ଆଧ୍ୟାତ୍ମିକ ସିକ୍ୱେଲ୍ ଏବଂ ଏହା ସ୍ପେନ୍ ଚଳଚ୍ଚିତ୍ର ଚାମ୍ପିଅନ୍ସ (୨୦୧୮) ଉପରେ ଆଧାରିତ ହେବ। ଏହି ଚଳଚ୍ଚିତ୍ରରେ ଜେନେଲିଆ ଦେଶମୁଖ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ନିର୍ମାତା ଏପର୍ଯ୍ୟନ୍ତ ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି।

ଇମର୍‌ଜେନ୍ସୀ:

କଙ୍ଗନା ରାଣାୱତ ତାଙ୍କ ନିର୍ଦ୍ଦେଶକ ଡେବ୍ୟୁ ଚଳଚ୍ଚିତ୍ର ‘ଇମର୍‌ଜେନ୍ସୀ’ ସହିତ ଆସୁଛନ୍ତି, ଯାହା ଭାରତର ବିବାଦୀୟ ଜରୁରୀକାଳୀନ ପରିସ୍ଥିତି (୧୯୭୫-୧୯୭୭) ଉପରେ ଆଧାରିତ ଏକ ରାଜନୈତିକ ଡ୍ରାମା। ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଛାଭା:

ବିକି କୌଶଲ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ଲୋକଙ୍କୁ ଆକର୍ଷିତ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଫେବୃଆରୀ ୨୦୨୫ରେ ମୁକ୍ତିଲାଭ କରିବ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ତଥା ଦୀନେଶ ଭିଜାନଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖାନ୍ନା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ରଶ୍ମିକା ମନ୍ଦାନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ସନୀ ସଂସ୍କାରୀ କୀ ତୁଲସୀ କୁମାରୀ:

ଜାହ୍ନଭୀ କପୁର, ବରୁଣ ଧାୱନ, ରୋହିତ ସରାଫ ଏବଂ ସାନ୍ୟ ମଲହୋତ୍ରାଙ୍କ ଅଭିନୀତ 'ସନୀ ସଂସ୍କାରୀ କୀ ତୁଲସୀ କୁମାରୀ' ହେଉଛି ଏକ ମଜାଳିଆ ରୋମାଣ୍ଟିକ କମେଡି, ଯାହା ଚଳିତ ବର୍ଷ ୧୮ ଏପ୍ରିଲ ୨୦୨୫ରେ ମୁକ୍ତିଲାଭ କରିବ। ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହାଲୁକା ମନୋରଞ୍ଜନ ସହିତ ଦମଦାର ଗୀତ ଦେଖିବାକୁ ମିଳିବ।

୧୨୦ ବାହାଦୂର:

ମେଜର ଶୈତାନ ସିଂହ ଏବଂ ୧୩ କୁମାଉଁ ରେଜିମେଣ୍ଟର ବୀରତା ଉପରେ ଆଧାରିତ '୧୨୦ ବାହାଦୂର'ରେ ଫରହାନ୍ ଅଖତର ମୁଖ୍ୟ ଭୂମିକାରେ ଅଛନ୍ତି। ରାକେଶ ଓମ୍‌ପ୍ରକାଶ ମେହେରଙ୍କ ନିର୍ଦ୍ଦେଶିତ ଏହି ଯୁଦ୍ଧ ଡ୍ରାମା ୨୧ ନଭେମ୍ବର ୨୦୨୫ରେ ମୁକ୍ତିଲାଭ କରିବ ଏବଂ ଏହା ଦେଶପ୍ରେମୀ ଥିମ୍ ପାଇଁ ଚର୍ଚ୍ଚାରେ ରହିଛି।

ଦେ ଦେ ପ୍ୟାର୍ ଦେ ୨:

ଅଜୟ ଦେବଗନ, ରକୁଲ ପ୍ରୀତ ସିଂହ ଏବଂ ଆର୍‌ ମାଧବନଙ୍କ ଦମଦାର୍ ଭୂମିକା 'ଦେ ଦେ ପ୍ୟାର୍ ଦେ ୨'ରେ ଦେଖିବାକୁ ମିଳିବ। ଏହା ଅଂସୁଲ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ, ୨୦୧୯ ହିଟ୍ ଫିଲ୍ମର ସିକ୍ୱେଲ୍, ଯେଉଁଥିରେ ଆପଣ ହସ ଏବଂ ଭାବପ୍ରବଣତା ଗଭୀରତା ଦେଖିବାକୁ ପାଇବେ। ଏହି ଫିଲ୍ମ ୧୪ ନଭେମ୍ବର ୨୦୨୫ରେ ମୁକ୍ତିଲାଭ କରିବ।

'ବାଗୀ ୪'

୫ ସେପ୍ଟେମ୍ବର ୨୦୨୫ରେ ମୁକ୍ତିଲାଭ କରୁଥିବା 'ବାଗୀ ୪'ରେ ଟାଇଗର ଶ୍ରଫ୍‌ ଏବଂ ସୋନମ ବାଜୱା ଏକାଠି ନଜର ଆସିବେ। ଏ. ହର୍ଷଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମରେ ମିସ୍ ୟୁନିଭର୍ସ ହର୍ଣ୍ଣାଜ ସନ୍ଧୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ, ଯାହା ବଲିଉଡ୍‌ରେ ତାଙ୍କର ପ୍ରବେଶ ଅଟେ।

ଅଧିକ ପଢ଼ନ୍ତୁ: ସଟ୍ ବଡିକନ୍‌ରେ ପଲକ ତିୱାରୀଙ୍କ ଘାତକ ଲୁକ୍; ପାଗଳ ହେଲେ ପ୍ରଶଂସକ

'ରେଡ୍ ୨'

୨୦୧୮ର ହିଟ୍ ଫିଲ୍ମ 'ରେଡ୍'ର ସିକ୍ୱେଲରେ ଅଜୟ ଦେବଗନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ରାଜ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ 'ରେଡ୍ ୨' ରେ ରିତେଶ ଦେଶମୁଖ, ବାଣୀ କପୁର ଏବଂ ରଜତ କପୁର ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୦୧ ମେ ୨୦୨୫ରେ ମୁକ୍ତିଲାଭ କରିବ ଏବଂ ଏହି ଚଳଚ୍ଚିତ୍ର ଏହାର କାହାଣୀ ସହିତ ପ୍ରଶଂସକଙ୍କୁ ଉତ୍ସାହିତ କରିବାକୁ ପ୍ରସ୍ତୁତ।

'ଆଲ୍‌ଫା'

ୟଶ୍‌ ରାଜ୍‌ ଫିଲ୍ମସ୍ ନିଜ ସ୍ପାଇ ୟୁନିଭର୍ସକୁ ବିସ୍ତାର କରି 'ଆଲଫା' ନେଇକି ଆସୁଛି, ଯେଉଁଥିରେ ଆଲିଆ ଭଟ୍ଟ ଏବଂ ଶରବରୀ ବାଘ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ, ଏହି ଚଳଚ୍ଚିତ୍ର ପାଇଁ ଆପଣଙ୍କୁ ପୂରା ବର୍ଷ ଅପେକ୍ଷା କରିବାକୁ ପଡିବ। ଏହି ଚଳଚ୍ଚିତ୍ର ବର୍ଷ ଶେଷରେ ଅର୍ଥାତ୍ ୨୫ ଡିସେମ୍ବର ୨୦୨୫ ରେ ମୁକ୍ତିଲାଭ କରିବ ଏବଂ ଏହା YRF ର ପ୍ରଥମ ମହିଳା କେନ୍ଦ୍ରିକ ସ୍ପାଇ ଚଳଚ୍ଚିତ୍ର ହେବ।

Salman Khan Bollywood Alia Bhatt Aamir Khan Vicky Kaushal Jr. NTR Hritik Roshan
Advertisment
Advertisment