Advertisment

Govinda And Sunita: ଡିଭୋର୍ସ ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ସୁନୀତା ଓ ଗୋବିନ୍ଦା...ପୁଅ ସହ ଡ୍ୟାନ୍ସ କଲେ ହିରୋ ନମ୍ବର ୱାନ୍

ଭିଡିଓ କ୍ଲିପରେ ଗୋବିନ୍ଦା ଧଳା କୁର୍ତା ପାଜାମାରେ ନଜର ଆସିଛନ୍ତି । ତାଙ୍କୁ ଦେଖି ହିରୋ ନମ୍ବର ୱାନ କଥା ମନେ ପଡିଯାଉଛି । ସୁନୀତା ଆହୁଜା ସୁଟ୍‌ରେ ଦେଖାଯାଉଛନ୍ତି। ସେହିପରି ଗୋବିନ୍ଦାଙ୍କ ପୁଅ ୟଶ ଗଣପତିଙ୍କୁ କୋଳରେ ଧରିଛନ୍ତି । ଏହା ପୂର୍ବରୁ ସୁନୀତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋବିନ୍ଦାଙ୍କ ସହ ଗଣପତିଙ୍କ ସାମନାରେ ପୋଜ ଦେଇଥିବା ଏକ ଫଟୋ ସେୟାର କରିଥିଲେ।

author-image
Manasranjan Mohanty
divorce

divorce

ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜା ବିବାହ ବିଚ୍ଛେଦ ଗୁଜବକୁ ଖଣ୍ଡନ କରିବା ପରେ ଗଣପତି ବିସର୍ଜନ ସମୟରେ ଏକାଠି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫ୍ୟାନ୍ସ ମାନେ ଫଟୋ ଭିଡିଓକୁ ଲାଇକ କରିବା ସହ ସେୟାର ବି କରୁଛନ୍ତି । 

Advertisment

ଭିଡିଓ କ୍ଲିପରେ ଗୋବିନ୍ଦା ଧଳା କୁର୍ତା ପାଜାମାରେ ନଜର ଆସିଛନ୍ତି । ତାଙ୍କୁ ଦେଖି ହିରୋ ନମ୍ବର ୱାନ କଥା ମନେ ପଡିଯାଉଛି । ସୁନୀତା ଆହୁଜା ସୁଟ୍‌ରେ ଦେଖାଯାଉଛନ୍ତି। ସେହିପରି ଗୋବିନ୍ଦାଙ୍କ ପୁଅ ୟଶ ଗଣପତିଙ୍କୁ କୋଳରେ ଧରିଛନ୍ତି । ଏହା ପୂର୍ବରୁ ସୁନୀତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋବିନ୍ଦାଙ୍କ ସହ ଗଣପତିଙ୍କ ସାମନାରେ ପୋଜ ଦେଇଥିବା ଏକ ଫଟୋ ସେୟାର କରିଥିଲେ।

ଏହି ପୋଷ୍ଟରେ ସେ ତାଙ୍କ ପୁଅ ୟଶବର୍ଦ୍ଧନ, ମା’ ଏବଂ ଅଭିନେତା ମନୀଷ କୋଇରାଲାଙ୍କ ସହ କ୍ୟାମେରା ସାମନାରେ ଠିଆ ହୋଇଥିବା ଦେଖାଯାଇଥିଲେ। ସେ କେବଳ “ଗଣପତି ବାପ୍ପା ମୋରିୟା” ଲେଖିଥିଲେ ଏବଂ ସହିତ ଲାଲ ହୃଦୟ ଓ ହାତଯୋଡ଼ି ଇମୋଜି ମଧ୍ୟ ଦେଇଥିଲେ।

Advertisment

ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ଗୋବିନ୍ଦା ଓ ସୁନୀତା ଏକାଠି ସାର୍ବଜନୀନ ଭାବେ ଦେଖାଦେଇଥିଲେ, ଯାହା ଦ୍ବାରା ସେମାନଙ୍କ ବିବାହ ବିଚ୍ଛେଦ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହା ପୂର୍ବରୁ, ଗୋବିନ୍ଦାଙ୍କ ମ୍ୟାନେଜର ଅଭିନେତାଙ୍କ ପତ୍ନୀଙ୍କଠାରୁ ବିବାହ ବିଚ୍ଛେଦ ଖବରକୁ ଖାରଜ କରିଦେଇଥିଲେ।

ଶଶି ସିଂହା କହିଥିଲେ ଯେ ଏହି ଖବରରେ କୌଣସି ସତ୍ୟତା ନାହିଁ। ସେ କହିଛନ୍ତି ଯଦିଓ ସୁନୀତା କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ, କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ମାମଲା ସମାଧାନ ହୋଇଯାଇଥିଲା ଏବଂ ଏବେ ଉଭୟଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ହୋଇଯାଇଛି। ଏହା ବହୁତ ପୁରୁଣା କଥା। କିଛି ନୂଆ ନୁହେଁ। ବିବାହ ବିଚ୍ଛେଦ ପରି କିଛି ହେବାକୁ ଯାଉନାହିଁ। ସବୁକିଛି ଭଲ ହେଉଛି। ସବୁ ଠିକ୍‌ ଅଛି। ବହୁତ ଶୀଘ୍ର ସମସ୍ତେ ଭଲ ଖବର ପାଇବେ ।

Govinda
Advertisment
Related Articles
Advertisment