Advertisment

'ବେଶରମ୍‌ ରଙ୍ଗ୍‌' ସହିତ ଅଶ୍ଳୀଳତାରେ ଭରା ୧୧ ବିବାଦୀୟ ଗୀତ

'ପଠାନ'ର ଦମଦାର୍ ଗୀତ 'ବେଶରମ୍‌ ରଙ୍ଗ୍‌'କୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀପିକା ପାଦୁକୋନ୍‌ଙ୍କ ସେକ୍ସୀ ଲୁକ୍ ଓ ଅଶ୍ଳୀଳ ଷ୍ଟେପ୍‌କୁ ଲୋକେ ବିରୋଧ କରୁଛନ୍ତି। ତେବେ ଏହି ଧାରାରେ ଖାଲି 'ବେଶରମ୍‌ ରଙ୍ଗ୍‌' ନାହିଁ, ଏମିତି ଅନେକ ଗୀତ ଅଛି ଯାହାକୁ ନେଇ ବିବାଦ କରାଯାଇଛି। ଆସନ୍ତୁ ନଜର ପକେଇବା…

author-image
Pramod Behera
ଅଦ୍ୟତନ ହୋଇଛି
Controversial and vulgar songs of bollywood

Controversial and vulgar songs of bollywood

ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ଦମଦାର୍ ଗୀତ 'ବେଶରମ୍‌ ରଙ୍ଗ୍‌' କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା, ଯାହା ୫୪ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ଏଥିରୁ ସ୍ପଷ୍ଟ ଯେ ଏହି ଗୀତଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଯୁବକମାନେ ଏହି ଗୀତର ବିଶେଷ ପ୍ରଶଂସକ ହୋଇଯାଇଛନ୍ତି। ସେମାନେ ଦୀପିକା ପାଦୁକୋନଙ୍କ ଷ୍ଟେପ୍‌କୁ ବେଶ ପସନ୍ଦ କରୁଛନ୍ତି। ଏହାରି ଭିତରେ କିନ୍ତୁ କିଛି ଲୋକ ଏହି ଗୀତକୁ ନେଇ ସୋସିଆଲ ମିଡିଆ ରେ ନକାରାତ୍ମକତା ପ୍ରଚାର କରୁଛନ୍ତି ଏବଂ ବିବାଦ ସୃଷ୍ଟି କରୁଛନ୍ତି।

Advertisment

ଏକ ଟିମ୍ ଫିଲ୍ମ 'ପଠାନ' କୁ ବୟକଟ୍ କରୁଛି। ଆହୁରି ମଧ୍ୟ କିଛି ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ବିବାଦ ସୃଷ୍ଟି କରିବା ପାଇଁ ଦୀପିକା ପାଦୁକୋନ୍ ଗେରୁଆ ରଙ୍ଗର ସ୍ୱିମ୍‌ସୁଟ୍ ପିନ୍ଧିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଏକ ଚଳଚ୍ଚିତ୍ରର ଗୀତ ବିବାଦ ଘେରକୁ ଆସିଛି। 'ବେଶରମ୍‌ ରଙ୍ଗ୍‌' ପରି ଅନେକ ପ୍ରସିଦ୍ଧ ଗୀତ ଅଛି ଯାହା ବିବାଦ ଭିତରକୁ ଆସିଛି। ଆସନ୍ତୁ ସେ ସବୁ ଗୀତ ଉପରେ ନଜର ପକେଇବା।

ଅଧିକ ପଢ଼ନ୍ତୁ: ‘‘ବେଶରମ୍‌ ରଙ୍ଗ’ରେ ଡ୍ରେସ୍-ଡ୍ୟାନ୍ସ ପରିବର୍ତ୍ତନ କର, ନଚେତ ରିଲିଜ୍‌ କଥା ଆମେ ଚିନ୍ତା କରିବାକୁ ବାଧ୍ୟ ହେବୁ..’

Advertisment

ବେଶରମ୍‌ ରଙ୍ଗ୍‌:

 ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ'ର ଗୀତ ' ବେଶରା୍ମ୍‌ ରଙ୍ଗ୍‌' ରିଲିଜ ହେବା ପରଠାରୁ ବିବାଦରେ ରହିଛି। ଦର୍ଶକମାନେ ଦୀପିକାଙ୍କ 'ଗେରୁଆ ରଙ୍ଗର' ସ୍ୱିମ୍‌ସୁଟ୍ ପିନ୍ଧିଥିବାରୁ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ଆଉ କହୁଛନ୍ତି ଯେ ଏହା ସେମାନଙ୍କ ଭାବନାକୁ ଆଘାତ ଦେଇଛି। ସେମାନଙ୍କ କହିବା କଥା ଗୀତର ଲିରିକ୍ସ ଗେରୁଆ ରଙ୍ଗକୁ 'ବେଶରମ୍‌ ରଙ୍ଗ୍‌' ବୋଲି କହିଛି। ଗୀତର ଲିରିକ୍ସକୁ କିଛି ନେଟିଜେନ୍ସ ପସନ୍ଦ କରୁ ନାହାନ୍ତି।

ଭାଗ୍‌ ଡିକେ ବୋଷ:

'ଦିଲ୍ଲୀ ବେଲୀ'ର ଗୀତ ଭାଗ୍‌ ଡିକେ ବୋଷ ଜିତେନ ଠୁକ୍‌ରାଲ୍‌ ଏବଂ ସୁମିର ତଗ୍ରାଙ୍କ ଏକ ଗୀତର କପିରାଇଟ୍‌କୁ ଉଲ୍ଲଂଘନ କରିଥିଲା। ତାଙ୍କ ପାଖରେ 'ବୋସଡିକେ' ନାମକ ମୂଳ ରଚନା ଥିଲା। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ଆମୀର ଖାନ ପୁରା ମାମଲାକୁ ହାତକୁ ନେଇ ସମାଧାନ କରିଥିଲେ। ଏହି ଗୀତର ଶବ୍ଦଗୁଡ଼ିକର ଦ୍ୱିଅର୍ଥବୋଧକ ଥିଲା ଏବଂ ଅନେକ ଲୋକ ସେନ୍ସର ବୋର୍ଡକୁ ପ୍ରଶ୍ନ କରିଥିଲେ ଯେ ସେମାନେ କିପରି ଏହି ଗୀତକୁ ଅନୁମତି ଦେଲେ।

'ରାଧା':

'ଷ୍ଟୁଡେଣ୍ଟ ଅଫ୍ ଦି ଇୟର'ର ଗୀତ 'ରାଧା' ମଧ୍ୟ ବିବାଦର ସମ୍ମୁଖୀନ ହୋଇଥିଲା। ଏହି ଗୀତ ସେହି ଲୋକମାନଙ୍କ ଭାବନାକୁ ଆଘାତ ଦେଇଥିଲା ଯେଉଁମାନେ ‘ରାଧା’ଙ୍କୁ ଦେବୀ ବୋଲି ମାନୁଥିଲେ। ଏହି ଗୀତରେ ରାଧାଙ୍କ ପ୍ରତି ବିବାଦୀୟ ଶବ୍ଦ ବ୍ୟବହାର କରାଯାଇଥିବାରୁ ସେମାନେ ଏହାକୁ ନାପସନ୍ଦ କରିଥିଲେ। ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ମାତା କରଣ ଜୋହର ଏବଂ ଗୌରୀ ଖାନଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା।

ମୁନ୍ନି ବଦନାମ୍ ହୁଇ:

ଅଶ୍ଳୀଳ ଗୀତ ଏବଂ ଭିଜୁଆଲ୍ ଯୋଗୁଁ 'ଦବଙ୍ଗ'ର ‘ମୁନ୍ନି ବଦନାମ୍ ହୁଇ’ ଗୀତ ବିବାଦକୁ ଆସିଥିଲା। ଏହା ବ୍ୟତୀତ 'ଝଣ୍ଡୁ ବାମ୍' ତିଆରି କରିଥିବା କମ୍ପାନୀ ଅରବାଜ ଖାନ ପ୍ରଡକ୍ସନ୍ସକୁ ତାଙ୍କ ବିନା ଅନୁମତିରେ ସେମାନଙ୍କ ବ୍ରାଣ୍ଡ୍‌ ନାମ ବ୍ୟବହାର ପାଇଁ ଏକ ଆଇନଗତ ନୋଟିସ୍‌ ପଠାଇଥିଲା। ତେବେ ଏହି ଗୀତଟିକୁ ମଲାଇକା ଅରୋରାଙ୍କର ପ୍ରିୟ ଆଇଟମ୍ ଗୀତ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

ଚୋଲି କେ ପିଛେ କ୍ୟା ହୈ:

୧୯୯୩ର ସୁପର ହିଟ୍ ଚଳଚ୍ଚିତ୍ର ‘ଖଲନାୟକ’ ଅନେକ କାରଣରୁ ଚର୍ଚ୍ଚା ଏବଂ ବିବାଦରେ ଥିଲା। ଏହି ଫିଲ୍ମର " ଚୋଲି କେ ପିଛେ କ୍ୟା ହୈ… ଚୁନ୍‌ରୀ କେ ନିଚେ କ୍ୟା ହୈ" ଗୀତକୁ ନେଇ ବିବାଦ ଲାଗି ରହିଥିଲା। ମାଧୁରୀ ଦୀକ୍ଷିତଙ୍କ ଉପରେ ଚିତ୍ରିତ ଏହି ଗୀତରେ ଅଶ୍ଳୀଳତାର ପ୍ରଚାର କରାଯାଉଥିବାକୁ ନେଇ ଅଭିଯୋଗ ହୋଇଥିଲା। ଏହି ଗୀତଟି ଗୀତିକାର ଆନନ୍ଦ ବକ୍ସି ଲେଖିଥିଲେ ଏବଂ ଇଲା ଅରୁଣ ଏବଂ ଅଲ୍‌କା ୟାଜ୍ଞନିକ୍ ଗାଇଥିଲେ। ତେବେ ପରେ ବାଲ ଠାକରେଙ୍କ ହସ୍ତକ୍ଷେପ ପରେ ଏହି ମାମଲା ଶାନ୍ତ ହୋଇଥିଲା। ସେ ଏହି ଗୀତରେ କିଛି ଭୁଲ୍ ନାହିଁ ବୋଲି କହି ଚଳଚ୍ଚିତ୍ର ନିର୍ମାତାଙ୍କୁ ରକ୍ଷା କରିଥିଲେ।

ରାଣା ଜୀ ମାଫ୍ କର୍‌ନା:

୧୯୯୫ରେ ମୁକ୍ତିଲାଭ କରିଥିବା ‘କରଣ ଅର୍ଜୁନ’ ରେ ସଲମାନ ଖାନ ଏବଂ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ 'ଗୁପ୍ ଚୁପ୍ ଗୁପ୍ ଚୁପ୍ ଗୁପ୍' ଏହାର ଦ୍ୱିଅର୍ଥବୋଧକ ଶବ୍ଦ ପାଇଁ ଚର୍ଚ୍ଚାରେ ଥିଲା। ଏହି ଗୀତକୁ ଇନ୍ଦିଭର୍ ଲେଖିଥିଲେ। ଏହାର ଲିରିକ୍ସ ଥିଲା, ‘ଛତ ପେ ସୋୟା ଥା ବହନୋଇ, ମେ ତନେ ସମଞ୍ଝ୍ କେ ସୋ ଗୟୀ… ମୁଝକୋ ରାଣା ଜୀ ମାଫ୍ କର୍‌ନା ଗଲତୀ ମାରେ ସେ ହୋ ଗୟୀ’। ଏହି ଗୀତ ମମତା କୁଲକର୍ଣ୍ଣିଙ୍କ ଉପରେ ଚିତ୍ରିତ ହୋଇଥିଲା। ଏହି ପୁରା ଗୀତରେ ମମତା ତାଙ୍କ ଭିଣେଇଙ୍କ ସହ ବିତାଇଥିବା ରାତି ବିଷୟରେ କୁହାଯାଇଛି। ଏହାର ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ ଥିବାବେଳେ ଏହାର ଗାୟକ ଅଲକା ୟାଜ୍ଞ୍‌ନିକ୍ ଏବଂ ଇଲ୍ଲା ଅରୁଣ ଥିଲେ।

ଗୁଟୁର ଗୁଟୁର:

୯୦ ଦଶକର ‘ଦଲାଲ’ ଫିଲ୍ମରେ ଏକ ଗୀତ ଥିଲା, ଯାହା ଅଶ୍ଳୀଳତାକୁ ପ୍ରୋତ୍ସାହନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଗୀତଟି ଥିଲା ମିଥୁନ ଚକ୍ରବର୍ତ୍ତୀ ଏବଂ ଆୟେଶା ଜୁଲ୍କାଙ୍କ ଉପରେ ଚିତ୍ରିତ 'ଗୁଟୁର ଗୁଟୁର'। ମାୟା ଗୋବିନ୍ଦଙ୍କ ଦ୍ୱାରା ଲିଖିତ ଏହି ଗୀତର ଲିରିକ୍ସ ଥିଲା ‘ଚଢ ଗୟା ଉପର୍ ରେ… ଅଟ୍‌ରିୟା ପେ ଲୋଟନ୍ କାବୁତର୍‌ ରେ, ପଞ୍ଚି ଦିୱାନା ଚୁଗ୍ କର ଦାନା, ଉଡ୍ ଗୟା ଫର୍ ଫର୍’। ଏହି ଗୀତଟିକୁ ଅଲକା ୟାଜ୍ଞ୍‌ନିକ୍, ବାପି ଲାହିରି, ଇଲ୍ଲା ଅରୁଣ ଏବଂ କୁମାର ସାନୁ ଗାଇଥିଲେ।

କୁଣ୍ଡି ମତ୍ ଖଡ୍‌କାଓ ରାଜା:

ଅକ୍ଷୟ କୁମାରଙ୍କ ଅଭିନୀତ ‘ଗବର୍‌ ଇଜ୍ ବ୍ୟାକ୍’ର ଆଇଟମ୍ ଗୀତ ମଧ୍ୟ ଚର୍ଚ୍ଚାରେ ଥିଲା। ଚିତ୍ରଙ୍ଗଦା ସିଂହଙ୍କ ଉପରେ ଚିତ୍ରିତ ଏହି ଆଇଟମ୍ ଗୀତକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ତେବେ ଏହାର ଲିରିକ୍ସ ଦ୍ୱିଅର୍ଥବୋଧକ ଥିବାରୁ ଏହାକୁ ବିରୋଧ କରାଯାଇଥିଲା। ଶବ୍ଦଗୁଡ଼ିକ ଏହିପରି କିଛି ଥିଲା- ‘କୁଣ୍ଡି ମତ୍ ଖଡ୍‌କାଓ ରାଜା…

ସିଧା ଅନ୍ଦର୍‌ ଆଓ ରାଜା… ଫୁଲ ବିଛା ପର୍ଫ୍ୟୁମ୍ ଲଗା କେ… ମୁଝେ ବନାଓ ତାଜା ତାଜା’। ଦର୍ଶକଙ୍କୁ ଫିଲ୍ମ ଦେଖୁବାକୁ ସିନେମା ହଲ୍‌କୁ ଟାଣିବାରେ ଏହି ଗୀତ ଖୁବ୍ କାମ ଦେଇଥିଲା। ଏହି ଗୀତରେ ନେହା କକ୍କର ତାଙ୍କ ସ୍ୱର ଦେଇଛନ୍ତି। ଗୀତରେ ୟୋ ୟୋ ହନି ସିଂହଙ୍କର ମଧ୍ୟ ରାପ୍ ଅଛି।

ଲୈଲା ତେରୀ ଲେ ଲେଗୀ:

‘ସୁଟ୍ ଆଉଟ୍ ଆଟ୍ ୱାଡାଲା’ ଫିଲ୍ମରେ ସନି ଲିଓନଙ୍କ ଉପରେ ନିର୍ମିତ ଆଇଟମ୍ ନମ୍ବର ଗୀତ 'ଲୈଲା ତେରୀ ଲେ ଲେଗୀ' ରିଲିଜ୍ ହେବା ମାତ୍ରେ ବିବାଦ ଘେରକୁ ଆସିଥିଲା। ଅବଶ୍ୟ, ଏହାକୁ ନେଇ ଆପତ୍ତି ଦାଖଲ ହେବା ବେଳକୁ ଏହା ବହୁ ଲୋକପ୍ରିୟ ହୋଇଯାଇଥିଲା। ଏହି ଆଇଟମ୍ ନମ୍ବର ଗୀତଟି ହେଲା, ‘ଲୈଲା ତେରୀ ଲେ ଲେଗୀ… ତୁ ଲିଖ୍ କେ ଲେ ଲେ…। କିନ୍ତୁ ସେନ୍ସର ବୋର୍ଡର ଆପତ୍ତି ପରେ ନିର୍ମାତା ଏହି ଗୀତକୁ ପରିବର୍ତ୍ତନ କରି 'ଲୈଲା ତୁଝେ ଲୁଟ୍ ଲେଗୀ' କରିଥିଲେ। ସଞ୍ଜୟ ଗୁପ୍ତା ଏବଂ ଆନନ୍ଦ ରାଜ ଆନନ୍ଦ ଏହି ଆଇଟମ୍ ନମ୍ବର ଲେଖିଥିଲେ।

ଆର୍‌ ରେ ପ୍ରୀତମ୍ ପ୍ୟାରେ:

ଅକ୍ଷୟ କୁମାରଙ୍କ ହିଟ୍ ଫିଲ୍ମ ‘ରାଉଡୀ ରାଠୋର୍’ର ଆଇଟମ୍ ନମ୍ବର 'ଆ ରେ ପ୍ରୀତମ୍ ପ୍ୟାରେ' ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏହି ଗୀତର ଶବ୍ଦ ଥିଲା, ସବ୍ ଆଗ ତୋ ମେରେ କୁର୍ତ୍ତୀ ମେ ରେ… ଜରା ଝୁକା ଉଠା… ଜରା ଚିଲମ୍‌ ଜଲା… ପଲୁ କେ ନୀଚେ ଛୁପା କେ ରଖାଜୈ… ଉଠା ଦୁଁ ତୋ ହଙ୍ଗାମା ହୋ… ହୋ। ଏହି ଶବ୍ଦଗୁଡ଼ିକୁ ନେଇ ବିବାଦ ଘନେଇ ବିବାଦ ଥିଲା। ଏହାର ଲିରିକ୍ସକୁ ସମୀର ଏବଂ ଫୈଜ୍‌ ଅନୱାର ଲେଖିଥିଲେ ଏବଂ ସଂଗୀତରେ ସଜେଇ ଥିଲେ ସାଜିଦ୍‌-ୱାଦିଜ୍‌।

ହଲ୍‌କଟ୍ ଜୱାନୀ:

ମଧୁର ଭଣ୍ଡାରକରଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର 'ହିରୋଇନ୍'ରେ କରୀନା କପୁରଙ୍କ ଉପରେ ଚିତ୍ରିତ 'ହଲ୍‌କଟ୍‌ ଜୱାନୀ' ଗୀତ ମଧ୍ୟ ଲୋକଙ୍କୁ ଚକିତ କରିଥିଲା। ଏହି ଗୀତରେ କରୀନା ଷ୍ଟେଜ୍‌ରେ ନାଚୁଥିବା ନଜର ଆସିଛନ୍ତି। ଏହି ଗୀତର ଲିରିକ୍ସ ହେଲା, ନାଇଟ୍ କି ନତୀ କହାନୀ… ହଲ୍‌କଟ୍ ଜୱାନୀ… ଆଖୋଁ କୋ କ୍ୟୁଁ ସେକେ… ହାଥୋ ସେ କର୍‌ ମନ୍‌ମାନୀ। ଏହି ଗୀତର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ସୁନୀଧି ଚୌହାନ ଗାଇଥିଲେ।

Kareena Kapoor Bollywood Sunny Leone Pathan Munni Badnam Hui Sahrukh Khan
Advertisment
Advertisment