Advertisment

‘କୁଲି’ ସେଟ୍‌ରେ ପରିସ୍ଥିତି ଏମିତି ହେଲା ଯେ ଅମିତାଭଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରାଗଲା

ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ କରୁଥିବା ବେଳେ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ଏହା ଅମିତାଭଙ୍କ ପାଇଁ ନୂଆ ନୁହେଁ। ଫିଲ୍ମ 'କୁଲି'ର ସୁଟିଂ ବେଳେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ଡାକ୍ତର ତାଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Amitabh Bachchan Was Declared ‘Clinically Dead’ After Injured On Sets of Coolie

Amitabh Bachchan was declared ‘clinically dead’ after injured on the sets of Coolie

ଅମିତାଭ ବଚ୍ଚନ ହେଉଛନ୍ତି ହିନ୍ଦୀ ସିନେମାର ସୁପରଷ୍ଟାର। ସେ ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅମିତାଭଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହଁନ୍ତି ସମଗ୍ର ବିଶ୍ୱରେ ଅଛନ୍ତି। ଏନେଇ ସେ ମେଗାଷ୍ଟାର୍‌ର ମାନ୍ୟତା ମଧ୍ୟ ପାଇଛନ୍ତି। ଏହି କାରଣରୁ ଯେତେବେଳେ ବି ବିଗ୍ ବିଙ୍କ ସହ କିଛି ବି ଭଲ କି ଖରାପ ହୁଏ, ଉଭୟ ପରିସ୍ଥିତିରେ ସେ ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକଙ୍କ ସହିତ ତାଙ୍କ ହୃଦୟର କଥାକୁ ଖୋଲାଖୋଲି ଭାବେ କୁହନ୍ତି।

Advertisment

ଏବେ ହାଇଦ୍ରାବାଦରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ କରୁଥିବା ବେଳେ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ତାଙ୍କ ପଞ୍ଜରାରେ ଆଘାତ ଲାଗିଛି। ତେବେ ଏହା ଅମିତାଭଙ୍କ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଅମିତାଭ ବଚ୍ଚନ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରାୟ ୪୦ ବର୍ଷ ପୂର୍ବେ ଅମିତାଭ ବଚ୍ଚନ ବାଙ୍ଗାଲୋରରେ 'କୁଲି' ଫିଲ୍ମର ସୁଟିଂ କରୁଥିଲେ। ଏହି ସମୟରେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ।

୨୬ ଜୁଲାଇ ୧୯୮୨ରେ ବାଙ୍ଗାଲୋରରେ ‘କୁଲି’ ଫିଲ୍ମର ସୁଟିଂ ଚାଲିଥିଲା। ଏହି ସମୟରେ ଏକ ଆକ୍ସନ୍ ଦୃଶ୍ୟରେ ପୁନିତ ଇସରଙ୍କୁ ଅମିତାଭଙ୍କ ମୁହଁକୁ ମୁଥ ମାରିବାର ଥିଲା ଆଉ ଅମିତାଭଙ୍କୁ ଟେବୁଲ ଉପରେ ପଡ଼ିବାର ଥିଲା। ଏହି ସମୟରେ ନିର୍ମାତା ପରାମର୍ଶ ଦେଇଥିଲେ ଯେ ଏହି ଦୃଶ୍ୟକୁ ବଡି ଡବଲ ସହିତ ସୁଟିଂ କରିବାକୁ। କିନ୍ତୁ ଅମିତାଭ ବଚ୍ଚନ ଚାହୁଁଥିଲେ ଯେ ସେ ଏହି ଦୃଶ୍ୟକୁ ନିଜେ ସୁଟିଂ କରିବେ। ତାଙ୍କ କଥା ଅନୁସାରେ ଏହି ଦୃଶ୍ୟର ସୁଟିଂ କରାଯାଇଥିଲା।

Advertisment

ସୁଟିଂ ବେଳେ ସମସ୍ତେ କରତାଳି ଦେଇଥିଲେ, କିନ୍ତୁ କିଛି ସମୟ ପରେ ଅମିତାଭଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣା ଲାଗି ରହିଲା। ରକ୍ତ ବାହାରୁ ନଥିବାରୁ ସମସ୍ତେ ଏହାକୁ ସାମାନ୍ୟ ଆଘାତ ଭାବରେ ଅଣଦେଖା କରି ପେଟରେ ମଲମ ଲଗାଇଦେଇଥିଲେ। ଏଥିରୁ କିଛି ଉପଶମ ମିଳିଲା ନାହିଁ। ପରେ ଅମିତାଭ ହୋଟେଲକୁ ଚାଲି ଯାଇଥିଲେ।

ସେଠାରେ ସେ ଡାକ୍ତରଙ୍କ ସହ କଥା ହେବା ପରେ ପେନ୍ କିଲର୍ ନେଇଥିଲେ। ପରଦିନ ମଧ୍ୟ ଯେତେବେଳେ ଯନ୍ତ୍ରଣା କମି ନଥିଲା, ଡାକ୍ତରଙ୍କୁ ଡକାଯାଇଥିଲା। ଏନେଇ ସେ ଅନେକ ପରୀକ୍ଷା କରିଥିଲେ କିନ୍ତୁ ରୋଗ ଧରାପଡି ନଥିଲା।

ତୃତୀୟ ଦିନରେ, ଯେତେବେଳେ ଡାକ୍ତର ଏକ୍ସ-ରେ କରେଇଲେ ଜଣାପଡିଲା ଯେ ଡାଏଫ୍ରାମ୍ ତଳେ ଗ୍ୟାସ୍ ଦୃଶ୍ୟମାନ ହେଲା, ଯାହା କେବଳ ଭାଙ୍ଗିଯାଇଥିବା ଅନ୍ତନଳୀରୁ ଆସିପାରେ। ଅମିତାଭଙ୍କ ଅବସ୍ଥା ବିଗିଡି ଯାଉଥିଲା, ତା’ପରେ ଡାକ୍ତର କହିଥିଲେ ଯେ ତୁରନ୍ତ ଅପରେସନ୍ କରିବାକୁ ପଡିବ, କାରଣ ଏହି ସଂକ୍ରମଣ ବିଗ୍ ବିଙ୍କ ଶରୀରରେ ବ୍ୟାପି ଯାଇଥିଲା। ଅମିତାଭଙ୍କ ଜର ବଢିଚାଲିଲା ଆଉ ବାରମ୍ବାର ବାନ୍ତି ହେଲା। ତାଙ୍କର ହୃଦସ୍ପନ୍ଦନ ଏକ ମିନିଟରେ ୭୨ ପରିବର୍ତ୍ତେ ୧୮୦ ବେଗରେ ଚାଲିଲା। ପରିସ୍ଥିତି ଏମିତି ହେଲା ଯେ ତାଙ୍କୁ କୋମାରେ ଭର୍ତ୍ତି କରିବାକୁ ପଡିଲା।

ଏମିତିକି ପ୍ରାରମ୍ଭରେ ତାଙ୍କୁ 'କ୍ଲିନିକାଲ୍ ମୃତ' ବୋଲି ମଧ୍ୟ ଘୋଷଣା କରାଗଲା। ତେବେ ଡାକ୍ତରମାନେ ତାଙ୍କୁ ଆଡ୍ରେନାଲିନ୍ ଇଞ୍ଜେକ୍ସନ୍ ଦେଇ ପୁନର୍ଜୀବିତ କରିଥିଲେ।

ଅମିତାଭଙ୍କ ଅପରେସନ୍ ହେଲା। ଏହା ପରଦିନ ବିଗ୍ ବି ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଅମିତାଭଙ୍କ ଅବସ୍ଥା କ୍ରମାଗତ ଭାବେ ଖରାପ ହେବା ପରେ ଡାକ୍ତରମାନେ ତାଙ୍କୁ ମୁମ୍ବାଇ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଏହି ଅପରେସନ୍ ଚାଲିଥିଲା।

ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସକମାନେ ତାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଥିଲେ। ସେ ଡାକ୍ତରଖାନାରେ ଥିବାବେଳେ ପ୍ରଶଂସକମାନେ ଅଭିନେତାଙ୍କ ପାଇଁ ରକ୍ତରେ ଚିଠି ଲେଖୁଥିଲେ। ଆଗ ଧାଡିର ରାଜନେତାମାନେ ମଧ୍ୟ ସେ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଥିଲେ। ଡାକ୍ତରଙ୍କ କଠିନ ପରିଶ୍ରମ ଏବଂ ପ୍ରଶଂସକଙ୍କ ପ୍ରାର୍ଥନା ଯୋଗୁଁ ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସୁସ୍ଥ ହେବା ପରେ ଅମିତାଭ ‘କୁଲି’ ଫିଲ୍ମ ଶେଷ କରିଥିଲେ। କିନ୍ତୁ କ୍ଲାଇମାକ୍ସକୁ ପରିବର୍ତ୍ତନ କରାଯାଇଥିଲା।

Amitabh Bachchan Bollywood
Advertisment
Advertisment