ranveer
ଇଣ୍ଡିଆସ ଗଟ ଲାଟେଣ୍ଟ ଶୋରେ ବିବାଦୀୟ ବୟାନ ଦେଇଥିବା ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ଓ କମେଡିଆନ ଆଶିଷ ଚଞ୍ଚଳାନି ସୋମବାର ମହାରାଷ୍ଟ୍ର ସାଇବର ସେଲ ସମ୍ମୁଖରେ ହାଜର ହୋଇଛନ୍ତି। ଷ୍ଟାଣ୍ଡ ଅପ କମେଡିଆନ ସମୟ ରାଇନାଙ୍କ ଶୋ ଇଣ୍ଡିଆସ ଗଟ ଲାଟେଣ୍ଟରେ ଏହି ଦୁଇ ଜଣଙ୍କ ବ୍ୟତୀତ ଅପୂର୍ବା ମଖିଜା ମଧ୍ୟ ଜଜ ଭାବରେ ଯୋଗ ଦେଇଥିଲେ। ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ' ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ଯୋଗଦେଇ ଅଶୋଭନୀୟ ବୟାନ ଦେଇଥିଲେ। ରଣବୀରଙ୍କ ଦୁଇଟି କମେଣ୍ଟକୁ ନେଇ ବିବାଦ ବଢିଥିଲା। ମାତା-ପିତାଙ୍କ ସମ୍ପର୍କକୁ ନେଇ ତାଙ୍କର ଏକ ମନ୍ତବ୍ୟ ଓ ଜଣେ ପ୍ରତିଯୋଗୀଙ୍କୁ ବ୍ଲୋ ଜବ ପାଇଁ କହିବାକୁ ନେଇ ତାଙ୍କ ନାମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏଫଆଇଆର ହୋଇଥିଲା। ମାମଲା ହୋଇଥିବା ବେଳେ ସୋମବାର ରଣବୀର ଆହ୍ଲାବାଦିଆ ଓ ଆଶିଷ ଚଞ୍ଚଳାନି ନଭି ମୁମ୍ବାଇର ମାହାପେ ସ୍ଥିତ ସାଇବର ସେଲ ମୁଖ୍ୟାଳୟରେ ପହଞ୍ଚିଥିଲେ। ସାଇବର ସେଲ ଅଧିକାରୀ ଉଭୟଙ୍କୁ ପଚରା ଉଚୁରା କରିଥିବା ବେଳେ ବୟାନ ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...
ସମୟ ରାଇନାଙ୍କ ଶୋର ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ ଏକ ଭିଡିଓ କରି ସମସ୍ତଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, ମୁଁ ଏଭଳି କହିବା ଉଚିତ ନଥିଲା। ମୁଁ ଏଥିପାଇଁ ଦୁଃଖିତ ବୋଲି ଏକ ଭିଡିଓ ପୋଷ୍ଟରେ କହିଥିଲେ ରଣବୀର। ଏଭଳି ମନ୍ତବ୍ୟ ପଛରେ କୌଣସି ଯଥାର୍ଥତା ଦର୍ଶାଇବାକୁ ଚାହୁଁନି। କେବଳ କ୍ଷମା ପ୍ରାର୍ଥନା କରୁଛି। ମଣିଷ ଭାବେ ମୋତେ ଆପଣ ମାନେ କ୍ଷମା କରିବେ ବୋଲି ମୁଁ ଭାବୁଛି। ଏଥିସହ ଶୋ ନିର୍ମାତାଙ୍କୁ ଭିଡିଓର ସେହି ଅଂଶ ହଟାଇବାକୁ ଅନୁରୋଧ କରିଥିଲେ ରଣବୀର।
ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜା ଓ ଆଶିଷ ଚଞ୍ଚଲାନିଙ୍କ ସମେତ ସମ୍ପୃକ୍ତ ଶୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଥିଲା। ପରେ ମୁମ୍ବାଇ ପୋଲିସର ଏକ ଟିମ୍ ଖାର୍ ଅଞ୍ଚଳରେ ଥିବା ଷ୍ଟୁଡିଓ ସେଟ୍ରେ ପହଞ୍ଚି ଛାନଭିନ୍ କରିଥିଲା। ପୋଲିସର ତଦନ୍ତ ପରେ ସମୟ ରାଇନା ଇଣ୍ଡିଆଜ ଗଟ ଲେଟେଣ୍ଟର ସମସ୍ତ ଭିଡିଓକୁ ୟୁଟ୍ୟୁବରୁ ଡିଲିଟ କରିଥିଲେ।
ମାମଲା ଜାରି ହେବା ପରେ ଇନଫ୍ଲୁଏନ୍ସର ଅପୂର୍ବା ମଖିଜା ପୋଲିସକୁ ଭେଟି ସାରିଥିବା ବେଳେ ରଣବୀର ରିହାତି ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟରୁ ଆଶ୍ବସ୍ତି ମିଳି ନ ଥିବା ବେଳେ ସମାଲୋଚନା ମଧ୍ୟ କରାଯାଇଥିଲା। ତେବେ ବିବାଦ ମଧ୍ୟରେ ସମୟ ରାଇନା କାନାଡାରେ ନିଜର ଷ୍ଟାଣ୍ଡଅପ ଶୋ ମଧ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ranveer_1740401666.jpg)