Advertisment

ଟ୍ୱିଟର୍‌ରୁ ବ୍ଲ୍ୟୁ ଟିକ୍ ହରେଇବା ପରେ ଏଲନ୍ ମସ୍କଙ୍କୁ ହାତ ଯୋଡ଼ିଲେ ଅମିତାଭ !

ଟ୍ୱିଟର୍‌ରୁ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଲନ୍ ମସ୍କଙ୍କୁ ହାତ ଯୋଡି ବ୍ଲ୍ୟୁ ଟିକ୍ ଫେରେଇଦେବାକୁ କହିଛନ୍ତି।

ଅଦ୍ୟତନ ହୋଇଛି
Amitabh Bachchan Reaction On Removing Blue Tick

Amitabh bachchan reaction on removing blue tick on his twitter account

Advertisment

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଅନ୍‌ପେଡ୍ ଆକାଉଣ୍ଟ୍ ବାଲା ଅନେକ ସେଲିବ୍ରେଟିଙ୍କ ଟ୍ୱିଟରରୁ ବ୍ଲ୍ୟୁ ଟିକ୍ ହଟେଇ ଦେଇଛି। ଟ୍ୱିଟର ଏହାର ଘୋଷଣାରେ କହିଛି ଯେ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ଫ୍ରୀ ବ୍ଲ୍ୟୁ ଟିକ୍ ହଟାଇ ଦିଆଯାଇଛି। ଅହି ଅବସରରେ ଟ୍ୱିଟର୍‌ରେ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ମଧ୍ୟ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Advertisment

ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ୍‌ କରି ଲେଖିଛନ୍ତି, “T - 4623 ହେ ଟ୍ୱିଟର ଭାଇ! ଆପଣ ଶୁଣୁଛନ୍ତି କି? ଏବେ ଆମେ ଟଙ୍କା ଭରିଦେଇଛୁ... ତେବେ ଏ ଯୋଉ ନୀଳ କମଳ ଥାଏ ନା, ଆମ ନାଁ ଆଗରେ, ଏହାକୁ ତ ଫେରେଇ ଦିଅ ଭାଇ, ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ଆମେ ବୋଲି। ଆମେ ତ ହାତ ଯୋଡୁଛୁ। ଏବେ କ’ଣ ଗୋଡ଼ ଯୋଡ଼ିବାକୁ ପଡିବ କି??”

ଅଧିକ ପଢ଼ନ୍ତୁ: ଧୋନି, ବିରାଟ, ଅମିତାଭଙ୍କଠୁ ଆରମ୍ଭ କରି ରାହୁଲଙ୍କ ପର୍ଯ୍ୟନ୍ତ ଏହି ସେଲିବ୍ରେଟିଙ୍କୁ ବଡ଼ ଝଟ୍‌କା...

Advertisment

ଅମିତାଭ ବଚ୍ଚନଙ୍କ ଏହି ଟ୍ୱିଟ୍‌ରେ ପ୍ରଶଂସକମାନେ ମଧ୍ୟ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, "ଏହା ଏମିତି... ବର୍ତ୍ତମାନ ଆପଣଙ୍କୁ ମଧ୍ୟ ଧାଡିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବ। ପୂର୍ବରୁ ଯେଉଁଠାରେ ଆପଣ ଛିଡା ହେଉଥିଲେ ସେହିଠାରୁ ଧାଡି ଆରମ୍ଭ ହେଉଥିଲା।”

Advertisment

ଅନ୍ୟ ଜଣେ ଲେଖିଛନ୍ତି, "ବଚ୍ଚନ ସାହେବ ସେ ଅଙ୍ଗ୍ରେଜ ବାଲା, କାହାକୁ ବି ଶୁଣିବେ ନାହିଁ। ଦୁଇ-ତିନି ଦିନ ଅପେକ୍ଷା କରନ୍ତୁ।" ଅନ୍ୟ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, "କ’ଣ ଆଉ କହିବା ବଚ୍ଚନ ସାହେବ, ଏଲୋନ୍ ମସ୍କଙ୍କ ସହିତ କ’ଣ କରିବା ଉଚିତ।"

ତେବେ ଖାଲି ବିଗ୍ ବି ଅମିତାଭ ନୁହଁନ୍ତି, ଏଲନ୍‌ ମସ୍କ ଙ୍କ ମାଲିକାନାରେ ଥିବା ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଶାହାରୁଖ ଖାନ, ଆଲିଆ ଭଟ୍ଟଙ୍କ ପରି ଅନେକ ବଲିଉଡ ତାରକା ମଧ୍ୟ ବ୍ଲ୍ୟୁ ଟିକ୍ ହରାଇଛନ୍ତି। ସେହିପରି ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ କ୍ରିକେଟର୍ ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ଟ୍ୱିଟର୍‌ର ଏହି ସୁବିଧାରୁ ବାଦ ପଡିଛନ୍ତି। ଅନପେଡ୍ ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ହଟାଇବା ନେଇ ଏଲୋନ୍ ମସ୍କ ପୂର୍ବରୁ ଘୋଷଣା କରିଥିଲେ।

ବ୍ଲୁ ସବ୍‌ସ୍କ୍ରିପସନ୍‌ର ମୂଲ୍ୟ ବଜାରରୁ ବଜାର ଅଲଗା ହୋଇଥାଏ। ଭାରତରେ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ମାଧ୍ୟମରେ ସବ୍‌ସ୍କ୍ରିପସନ୍ ମାସକୁ ୯୦୦ ଟଙ୍କା ପଡେ। ଟ୍ୱିଟର୍‌ ୱେବ୍‌ସାଇଟ୍‌ରେ ଏହାର ମୂଲ୍ୟ ମାସକୁ ୬୫୦ ଟଙ୍କା ପଡିଥାଏ। ୟୁଜର୍‌ମାନେ ଏହାର ବାର୍ଷିକ ସଦସ୍ୟତା ମଧ୍ୟ ନେଇପାରିବେ। ବାର୍ଷିକ ଏହାର ମୂଲ୍ୟ ଟିକେ ଶସ୍ତା ହୋଇଥାଏ।

Amitabh Bachchan Twitter Bollywood Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ