Advertisment

Allu Arjun Summoned: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ

ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

ଅଦ୍ୟତନ ହୋଇଛି
allu arjun summon

allu arjun summon

Advertisment

ସୁପରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ସମନ। ଅଲ୍ଲୁଙ୍କୁ ନୋଟିସ୍ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚରା ହେବ। ଏଥିପାଇଁ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିବା ସୂଚନା ମିଳିଛି। ଆଜି ସକାଳ ୧୧ଟାରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ଥିବା କୁହାଯାଉଛି। ହାଇଦ୍ରାବାଦ ପୋଲିସର ସମନ ପରେ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ ବଢ଼ିଛି।

Advertisment

ଗତ ୪ ତାରିଖରେ ହାଇଦ୍ରାବାଦ ସଂଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମିୟର ବେଳେ ହୋଇଥିଲା ଦଳଚକଟା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ୧୦ ବର୍ଷର ପୁଅ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ।

ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ତାଙ୍କ ଘରେ ଆକ୍ରମଣର କିଛି ଘଣ୍ଟା ପରେ ଅଲ୍ଲୁ ଅର୍ଜୁନ ତାଙ୍କ ପିଲା ଆୟାନ ଏବଂ ଆରହାଙ୍କୁ ସେଠାରୁ ସ୍ଥାନାନ୍ତର କରିଛନ୍ତି। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଉପରକୁ ପଥର ଫୋପାଡି ସନ୍ଧ୍ୟା ଥିଏଟରରେ ମହିଳାଙ୍କ ମୃତ୍ୟୁ ପାଇଁ ନ୍ୟାୟ ଦାବି କରିଥିଲେ। ଏହା ସହିତ ଲୋକମାନେ ବିଭିନ୍ନ ସ୍ଲୋଗାନ୍‌ ଦେବା ସହ ପ୍ଲାକାର୍ଡ ଧରି ଅଭିନେତାଙ୍କ କୁଶପୁତଳିକା ଦାହ କରିଥିଲେ। ତାଙ୍କ ଫୁଲ କୁଣ୍ଡ ମଧ୍ୟ ଭାଙ୍ଗିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିଲେ।

Advertisment

ବାପା ଅଲ୍ଲୁ ଅରବିନ୍ଦଙ୍କ ପ୍ରତିକ୍ରିୟା:

ପୁଅ ଉପରେ ଆକ୍ରମଣ ପରେ ଅଭିନେତାଙ୍କ ବାପା ଅଲ୍ଲୁ ଅରବିନ୍ଦ ନୀରବତା ଭାଙ୍ଗିଛନ୍ତି। ତାଙ୍କ ଘର ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଅଲ୍ଲୁ ଅରବିନ୍ଦ କହିଛନ୍ତି, " ଆମ ଘରେ ଯାହା ହେଲା ତାହା ସମସ୍ତେ ଦେଖିଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଆମେ ସେହି ଅନୁଯାୟୀ କାର୍ଯ୍ୟ କରୁଛୁ। ମତେ ଲାଗୁ ନାହିଁ ଯେ କୌଣସି ଜିନିଷ ଉପରେ ପ୍ରତିକ୍ରିୟା କରିବାର ଏହା ହେଉଛି ଠିକ୍ ସମୟ। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।” ସେ ପୁଣି କହିଛନ୍ତି, “ମୋ ଘର ନିକଟରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଯାହା ଦ୍ୱାରା ଯିଏ ବି ହଙ୍ଗାମା କରିବାକୁ ଆସିବ ତାକୁ ସେଠାରୁ ହିଁ ଉଠାଇନିଆଯିବ। ଏପରି ଘଟଣାକୁ କେହି ଉତ୍ସାହିତ କରିବା ଉଚିତ ନୁହେଁ। ବର୍ତ୍ତମାନ ଧୈର୍ଯ୍ୟ ରଖିବାର ସମୟ। ଆଇନ ଏହାର କାମ କରିବ।”

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

Advertisment

ରେବନ୍ତ ରେଡ୍ଡୀଙ୍କ ନିନ୍ଦା:

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାକୁ ନିନ୍ଦା କରିବା ସହ ପୋଲିସକୁ ପଦକ୍ଷେପ ନେବାକୁ କହିଛନ୍ତି। X ରେ ତାଙ୍କ ପୋଷ୍ଟରେ ଲେଖାଅଛି, "ମୁଁ ଫିଲ୍ମ ବ୍ୟକ୍ତିତ୍ୱଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି। ମୁଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଡିଜିପି ଏବଂ ନଗର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଉଛି। ଏହି ପରିପ୍ରେକ୍ଷୀରେ କୌଣସି କୋହଳ ନୀତିକୁ ବରଦାସ୍ତ କରାଯିବ ନାହିଁ।”

ସନ୍ଧ୍ୟା ଥିଏଟର ଘଟଣା:

ଡିସେମ୍ବର ୪ ରେ ସନ୍ଧ୍ୟା ଥିଏଟର ଘଟଣାରେ ମୃତ୍ୟୁବରଣ କରିଥିବା ୩୫ ବର୍ଷ ବୟସ୍କା ମହିଳାଙ୍କ ପରିବାର ପାଇଁ ଆକ୍ରମଣକାରୀମାନେ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ପ୍ରକାଶଥାଉ ଯେ ଅଲ୍ଲୁ ଅର୍ଜୁନ ତାଙ୍କ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଦେଖିବାକୁ ଏଠାକୁ ଆସିଥିଲେ। ଏହି ସମୟରେ ଦଳାଚକଟା ହେବାରୁ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ନଅ ବର୍ଷର ପୁଅ ଶ୍ରୀ ତେଜଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୧୩ରେ, ଅଲ୍ଲୁ ଅର୍ଜୁନଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ଏବଂ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ପରେ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ପୋଲିସ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

ଅଧିକ ପଢ଼ନ୍ତୁ: ବିଳମ୍ବରେ ପହଞ୍ଚିଲା ଜାମିନ୍‌ ଅର୍ଡର, ରାତି ସାରା ଜେଲ୍‌ରେ ରହିଲେ ଅଲ୍ଲୁ !

Allu Arjun Hyderabad Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ