Advertisment

Viral Video: ୧୮୦୦ କୋଟିର ମାଲିକ, କିନ୍ତୁ ‘ଆଦିମ ମାନବ’ ବେଶରେ ବୁଲୁଛନ୍ତି ମୁମ୍ବାଇ ରାସ୍ତାରେ

ଜଣେ ସୁପରଷ୍ଟାରଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଆଦିମ ପୁରୁଷଙ୍କ ଅବତାରରେ ନଜର ଆସିଛନ୍ତି ।

ଅଦ୍ୟତନ ହୋଇଛି
ମୁମ୍ବାଇ ରାସ୍ତାରେ ‘Caveman’

ମୁମ୍ବାଇ ରାସ୍ତାରେ ‘Caveman’

Advertisment

ବଲିଉଡ୍‌ରେ ଯେତେବେଳେ ସୁପରଷ୍ଟାରଙ୍କ କଥା ଆଲୋଚନା କରାଯାଏ ସେତେବେଳେ ଶାହରୁଖ ଖାନ୍‌, ସଲମାନ ଖାନ୍‌, ‍ଆମିର ଖାନ୍, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ଭଳି ଷ୍ଟାରଙ୍କ ନାଁ ସାମ୍ନାକୁ ଆସିଥାଏ । ଏହି ସୁପରଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ଏବଂ କୋଟିକୋଟି ଟଙ୍କାର ମାଲିକ ମଧ୍ୟ । କିନ୍ତୁ ଏବେ ଏମାନଙ୍କ ମଧ୍ୟରୁ ଜଣେ ସୁପରଷ୍ଟାରଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଆଦିମ ପୁରୁଷଙ୍କ ଅବତାରରେ ନଜର ଆସିଛନ୍ତି ।

Advertisment

ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ଜଣେ ଆଦିମ ପୁରୁଷଙ୍କ ପରି ପୋଷାକ ପିନ୍ଧି, ଲମ୍ବା କେଶ ଏବଂ ଲମ୍ବା ଦାଢ଼ି ସହିତ ମୁମ୍ବାଇର ରାସ୍ତାରେ ବୁଲୁଥିବାର ଦେଖାଯାଉଛି । ତାଙ୍କର ଅବସ୍ଥା ଏପରି ଯେ ସେ କିଏ ତାହା ଚିହ୍ନିବା ମଧ୍ୟ କଷ୍ଟକର । ଏହି ବ୍ୟକ୍ତି ଜଣକ ଏକ ବଗିକୁ ଟାଣୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଲୋକମାନେ ତାଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବି ଅଣଦେଖା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

Advertisment

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଲୋକଙ୍କ ହୋସ୍‌ ଉଡେଇଲେ ‘ଛେୟାଁ ଛେୟାଁ’ ଗର୍ଲ

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଆଦିମ ପୁରୁଷ ବେଶରେ ରାସ୍ତାରେ ବୁଲୁଥିବା ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ବଲିଉଡ୍‌ ସୁପରଷ୍ଟାର ଆମିର ଖାନ । ଏହି ଲୁକ୍ ପାଇଁ ଆମିର ଖାନଙ୍କ ପ୍ରସ୍ତୁତ ହେବାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ହିଁ ଜଣାପଡ଼ିଲା କି ମୁମ୍ବାଇ ରାସ୍ତାରେ ଆଦିମ ପୁରୁଷ ବେଶରେ ବୁଲୁଥିବା ବ୍ୟକ୍ତିଜଣକ ହେଉଛନ୍ତି ଆମିର ଖାନ୍ ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋଗୁଡ଼ିକରେ ଆମିର ଖାନଙ୍କୁ କେଶରେ ୱିଗ୍ ଏବଂ ଦାଢ଼ି ପିନ୍ଧିଥିବାର ଦେଖାଯାଇଥିଲା । ଆମିରଙ୍କ ଭାଇରାଲ ଭିଡିଓ ଉପରେ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି । ଏହା ସହ ଆଉ କେହି କହିଛନ୍ତି ଯେ, ଆମିର ଖାନ୍‌ ତାଙ୍କ ଆଗାମୀ ପ୍ରୋଜେକ୍ଟର ପ୍ରଚାର ପାଇଁ ରାସ୍ତାକୁ ବାହାରି ଆସିଥିଲେ ।

Advertisment

ଆପଣଙ୍କୁ କହି ରଖୁଛୁ ଯେ, ଆମିର ଖାନ ବହୁତ ଦିନ ଧରି ବଡ଼ ପରଦାରୁ ଦୂରରେ ଅଛନ୍ତି । ତଥାପି, ତାଙ୍କ ପ୍ରଡକ୍ସନ ହାଉସ୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆମିରଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ଅଭିନେତାଙ୍କ ପାଖରେ ପ୍ରାୟ ୧୮୬୨ କୋଟି ଟଙ୍କାର ସମ୍ପତ୍ତି ଅଛି ।

ଅଧିକ ପଢ଼ନ୍ତୁ: କେଉଁଠି ଅଛନ୍ତି ଠାକୁର ସାହେବ ଆଉ ଗବ୍ବର ସିଂ ? କ’ଣ କରୁଛନ୍ତି ବୀରୁ, ଜୟ ଆଉ ବସନ୍ତୀ ?

Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ