Aamir Khan believes three khans are not the last of the stars
ବଲିଉଡ୍ର ପ୍ରମୁଖ ତାରକାମାନଙ୍କ ମଧ୍ୟରେ ଶାହରୁଖ ଖାନ, ଆମିର ଖାନ ଏବଂ ସଲମାନ ଖାନ ଗଣା ହୁଅନ୍ତି। ତାଙ୍କ ପାଇଁ ପ୍ରଶଂସକଙ୍କ ଉତ୍ସାହ ସବୁବେଳେ ରହିଥାଏ। ପ୍ରାୟତଃ କୁହାଯାଏ ଯେ, ଏହି ତିନିଜଣ ହେଉଛନ୍ତି ବଲିଉଡର ଶେଷ ତାରକା। ତେବେ ଆମିର ଖାନ ଏଥିରେ ସହମତ ନୁହଁନ୍ତି।
ସେ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ଏବଂ ଭବିଷ୍ୟତ ପିଢିର କଳାକାରମାନେ ମଧ୍ୟ ସେହିଭଳି ବଡ଼ ତାରକା ହେବେ। ଆମିର ଖାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି ଏକ ସମୟ ଆସିବ ଯେତେବେଳେ ଲୋକମାନେ ତିନି ଖାନଙ୍କୁ ଭୁଲିଯିବେ।
ଏକ ସାକ୍ଷାତକାରରେ ଆମିର ଖାନଙ୍କୁ ପଚରାଯାଇଥିଲା ଯେ, ଆପଣଙ୍କ ପିଢିର କଳାକାରମାନଙ୍କ ପାଇଁ ଥିବା କ୍ରେଜ୍, ଫ୍ୟାନ୍ଡମ୍ ଏବଂ ଷ୍ଟାରଡମ ବର୍ତ୍ତମାନ ପିଢି ପାଇଁ ଦେଖାଯାଉ ନାହିଁ। ଏଥିରେ ଆମିର ଖାନ ନିଜର ଅସହମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 'ସବୁ ପିଢି ପୂର୍ବ ପିଢି ଅପେକ୍ଷା ଭଲ ହୋଇଥାନ୍ତି’।
ସେ କହିଛନ୍ତି ଯେ “ମୁଁ ବିଶ୍ୱାସ କରେ ପ୍ରତ୍ୟେକ ପିଢି ପୂର୍ବ ପିଢି ଠାରୁ ଅନେକ ପାଦ ଆଗରେ, କାରଣ ସମସ୍ତଙ୍କର ନିଜସ୍ୱ ଅଭିଜ୍ଞତା ଅଛି। ଏହି ପିଢି ଏବଂ ଆଗାମୀ ପିଢିରେ ମଧ୍ୟ ସେହିଭଳି ବଡ଼ ତାରକା ସୃଷ୍ଟି ହେବେ। ମୁଁ ଭାବୁନାହିଁ ଯେ, ଏହା ପରେ ଆଉ କେହି ଷ୍ଟାର୍ ରହିବେ ନାହିଁ ଏବଂ ଆମେ ଶେଷ ଷ୍ଟାର୍ ହେବୁ, ସେମିତି କିଛି ନାହିଁ। ଆମ ପରେ ଅନେକ ଷ୍ଟାର୍ ମଧ୍ୟ ଆସିବେ।”
ଅଧିକ ପଢ଼ନ୍ତୁ: ଆଉ ଥରେ ବାହା ହେବେ ମିଷ୍ଟର୍ ପରଫେକ୍ସନିଷ୍ଟ୍ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଆପଣମାନେ ଆମକୁ ଭୁଲିଯିବେ:
ଆମିର ଖାନ ଆହୁରି କହିଛନ୍ତି, “ଆମେମାନେ ମଧ୍ୟ ଗଣନାରେ ରହିବୁ ନାହିଁ। ଆପଣମାନେ ଭୁଲିଯିବେ। ସମୟ ଆଗକୁ ଗତିକରେ। ଏହା ହେଉଛି ଦୁନିଆର ନୀତି। ବ୍ରହ୍ମା, ବିଷ୍ଣୁ, ମହେଶ। ମହେଶ ଚାହାନ୍ତି ଯେ ବିନାଶ ହେଉ, ତେବେ ଆପଣ ସବୁକିଛି ଭୁଲିଯାଆନ୍ତୁ।”
ଆମିର ଖାନ ଆହୁରି ମଧ୍ୟ କହିଛନ୍ତି ଯେ ସେ, ଶାହରୁଖ ଖାନ ଏବଂ ସଲମାନ ଖାନ ଏକାଠି ଫିଲ୍ମ କରିବା ବିଷୟରେ କଥା ହୋଇଛନ୍ତି ଏବଂ ସେମାନେ କେବଳ ସଠିକ ସ୍କ୍ରିପ୍ଟକୁ ଅପେକ୍ଷା କରିଛନ୍ତି। ସେ ମଜ୍ଜା କରି କହିଛନ୍ତି ଯେ ଯଦିବି ଫିଲ୍ମଟି ଖରାପ ହୋଇଯାଏ, ଲୋକମାନେ ପରଦାରେ ତିନିଜଣଙ୍କୁ ଏକାଠି ଦେଖି ମଜା ନେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742719009.jpg)